
କେନ୍ଦ୍ରାପଡ଼ା, ୨୫ ଅକ୍ଟୋବର(ହି.ସ.) – ଓଡ଼ିଶା ପ୍ରସିଦ୍ଧ କେନ୍ଦ୍ରାପଡ଼ାର ଗଣପର୍ବ ରବିବାର ଠାରୁ ପାଳନ କରାଯାଉଥିବାବେଳେ କେନ୍ଦ୍ରାପଡ଼ା ପୁରୁଣା ବସ୍ଷ୍ଟାଣ୍ଡ ଗଜଲକ୍ଷ୍ମୀ ପୂଜା କମିଟି ଶତବାର୍ଷିକ ପାଳନ କରୁଥିବାରୁ ଏ ଉପଲକ୍ଷେ ପ୍ରତିଯୋଗୀତା କରାଯାଇଛି। ଶତାଧିକ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରବନ୍ଧ, ଗଳ୍ପ, ଚିତ୍ରାଙ୍କନ ପ୍ରଭୃତି ପ୍ରତିଯୋଗୀତା କରାଯାଇଛି। ଏହି ପ୍ରତିଯୋଗୀତାରେ ଉର୍ତୀର୍ଣ୍ଣ ଛାତ୍ରଛାତ୍ରୀମାନଙ୍କୁ ପୁରୁଣା ବସ୍ଷ୍ଟାଣ୍ଡ ଗଜଲକ୍ଷ୍ମୀ ପୂଜାକମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇ ପୁରସ୍କୃତ କରାଯିବ।
.......................................
ହିନ୍ଦୁସ୍ଥାନ ସମାଚାର / ରବି