
ଜୟପୁର, ୨୫ ଅକ୍ଟୋବର (ହି.ସ.) - ଜୟପୁର ସଦର ଥାନା ଅନ୍ତର୍ଗତ ଗଡପଦର ଜଙ୍ଗଲରେ ଆଜି ଅବକାରି ଚଢାଉ ହୋଇଛି । ଦେଶି ମଦ ପ୍ରସ୍ତୁତ ସହ ଲୁଚାଇ ରଖିଥିବା ସୁଚନା ପାଇ ଜୟପୁର ଅବକାରି ଥାନା ଚଢାଉ କରିଛି । ଚଢାଉ ସୁଚନା ପାଇ ମଦ ମାଫିଆ ମାନେ ଚମ୍ପଟ ମାରିଥିବା ବେଳେ ଅବକାରି ବିଭାଗ ବହୁ ମଦ ଭାଟି ଭାଙ୍ଗିବା ସହ ୧୪ ଶହ ଲିଟର ପୋଚ ଓ ୨୬୦ ଲିଟର ଦେଶି ମଦ ଜବତ କରି ନଷ୍ଟ କରିଛି । ମଦ ରନ୍ଧା ସରଞ୍ଜାମ ଡ୍ରମ ଅଦିକୁ ଜବତ କରିଥିବା ବିଷୟ ଜୟପୁର ଅବକାରି ଥାନା ଓଆଇସି ସୁବ୍ରତ କେଶୋରି ହିରନ ସୁଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି