
କେନ୍ଦ୍ରାପଡ଼ା, ୨୫ ଅକ୍ଟୋବର(ହି.ସ.) – ଚଳିତ ବର୍ଷ କେନ୍ଦ୍ରାପଡ଼ାରେ ଗଜଲକ୍ଷ୍ମୀ ପୂଜା ଶତବର୍ଷ ପାଳନ କରାଯାଉଥିବାରୁ ଏ ଉପଲକ୍ଷେ ବିଭିନ୍ନ ପୂଜାକମିଟି ପକ୍ଷରୁ ବଡ଼ବଡ଼ ତୋରଣ ସହିତ ଆଲୋକୀକରଣ କରାଯାଇଛି। ରାତି ୧୨ଟା ପର୍ଯ୍ୟନ୍ତ ଲାଉଡ୍ସ୍ପିକର୍ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି। ଗଜଲକ୍ଷ୍ମୀ ପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ସହିତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ କେନ୍ଦ୍ରାପଡ଼ା ପୋଲିସ୍ ପ୍ରଶାସନ ବ୍ୟାପକ ପୋଲିସ୍ ମୃତୟନ କରାଯାଇଛି। କେନ୍ଦ୍ରାପଡ଼ାର ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟ୍ଟାରିଆଙ୍କ ନେତୃତ୍ୱରେ ଦୁଇ ଆରକ୍ଷୀ ଅଧିକ୍ଷକ, ୯ ଡିଏସ୍ପି, ୨୦ ଜଣ ଇନିସ୍ପେକ୍ଟର, ସବ୍ଇନେସ୍ପେକ୍ଟର ଓ ଏଏସ୍ଆଇ ୧୧୦, କନେଷ୍ଟବଳ ୨୦୦, ହୋମ୍ଗାର୍ଡ ୩୧୪ ଜଣଙ୍କ ସହିତ ୨୨ ପ୍ଲାଟୁନ ପୋଲିସ୍ ଫୋର୍ସ ମୃତୟନ କରାଯାଇଛି। କେନ୍ଦ୍ରାପଡ଼ା ସହର ଓ ଆଖପାଖ ଅଂଚଳରେ ମା ଗଜଲକ୍ଷ୍ମୀ ପୂଜାମଣ୍ଡପରେ ୨୪ ଘଂଟିଆ ପୋଲିସ୍ ନିଯୁକ୍ତି ରହିବା ସହିତଏହି ପୂଜାକୁ ସରସ ସୁନ୍ଦର କରିବା ସହିତ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଏହି ପୋଲିସ ମୃତୟନ କରାଯାଇଥିବା ଜଣାପଡ଼ିଛି।
.......................................
ହିନ୍ଦୁସ୍ଥାନ ସମାଚାର / ରବି