
ଝାରସୁଗୁଡା , 25 ଅକ୍ଟୋବର (ହି.ସ.) କୋଲାବିରା ବ୍ଲକ କୁଲିହାମାଲ ପଞ୍ଚାୟତ ପଣ୍ଡକିମାଲ ଗ୍ରାମରେ ଭୀମପୂଜା ଉପଲକ୍ଷେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଅନୁଷ୍ଠିତ ହୋଇଯାଇଛି l ଏହାର ଫାଇନାଲ ଖେଳରେ ବୀଣାପାଣି ଏଫସି ପୂର୍ଣାପାଣି ୧-୦ ଗୋଳରେ ଝାରସୁଗୁଡ଼ା ଲୋକାଲ ୧୧ କୁ ପରାସ୍ତ କରି ଚାମ୍ପିୟନ ହୋଇଛି l ପୁରସ୍କାର ବିତରଣ ଉତ୍ସବରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମୂଖ୍ୟଅତିଥି ଭାବରେ ଯୋଗଦେଇଥିଲେ l ଏଥିରେ ବିଜେପି ମଣ୍ଡଳ ସଭାପତି ରାଜେଶ ଦାଶ, ସାଂସଦ ପ୍ରତିନିଧି ସମରେନ୍ଦ୍ର ରାଏ, ବିଜେପି ମଣ୍ଡଳ ସାଧାରଣ ସମ୍ପାଦକ ଲିଙ୍କନ ଟଣ୍ଡକାର, ବିଜେପି କୁଲିହାମାଲ ପ୍ରଭାରୀ ଭାଗିରଥୀ ଛତ୍ରିଆ, ଝସକେତନ ସାହୁ, ଆନନ୍ଦ ମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ l ଏଥିରେ ଆୟୋଜକ କ୍ଲବର ଗୁରୁଦେବ ବାଗ, ବଳଦେବ କିସାନ, ଜୟପ୍ରକାଶ କିସାନ, ରୂପେଶ କିସାନ, ଅଜିତ କିସାନ, ରୁପାନନ୍ଦ କିସାନ, ବସୁଦେବ କିସାନ, ଚେତନ ବାଗ, ସୁମିତ ବାଗ, ଗୌରବ ବାଗ ପ୍ରମୁଖ ଙ୍କ ସହ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ