ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ
ସୁବର୍ଣପୁର, 25 ଅକ୍ଟୋବର (ହି.ସ.) ବିନିକା ବ୍ଲକ ଅନ୍ତର୍ଗତ ସିଲାଟି ଠାରେ ଥିବା ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ରବିବାର ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ ହୋଇଯାଇଛି l ଏହି ଅବସରରେ ୨୦୧୧ ବ୍ୟାଚର ସମସ୍ତ ପୂର୍ବତନ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବକୁ ଧୁମଧାମର
ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ  ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ


ସୁବର୍ଣପୁର, 25 ଅକ୍ଟୋବର (ହି.ସ.)

ବିନିକା ବ୍ଲକ ଅନ୍ତର୍ଗତ ସିଲାଟି ଠାରେ ଥିବା ଗୋପାଳଜୀ ଉଚ୍ଚ ବିଦ୍ୟାଳୟରେ ରବିବାର ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବ ପାଳନ ହୋଇଯାଇଛି l ଏହି ଅବସରରେ ୨୦୧୧ ବ୍ୟାଚର ସମସ୍ତ ପୂର୍ବତନ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ବନ୍ଧୁ ମିଳନ ଓ ଗୁରୁପୂଜନ ଉତ୍ସବକୁ ଧୁମଧାମରେ ପାଳନ କରିଥିଲେ l ଅନୁଷ୍ଟିତ ଉତ୍ସବରେ ପୂର୍ବତନ ପ୍ରଧାନ ଶିକ୍ଷକ ନିରାକାର ନାଗ, ପୂର୍ବତନ ଶିକ୍ଷକ ସୁରେନ୍ଦ୍ର ପାଣିଗ୍ରାହୀ,ଜବଦୁ କର୍ଣ,ହଜାରୁ ସାହୁ,ଶେଷଦେବ ହୋତା,ସ୍ନେହଳତା ପଧାନ, ସନ୍ତୋଷ ଖମାରୀ,ମନରଞ୍ଜନ ତ୍ରିପାଠୀ,ମହାଦେବ ବିଶି,ନିମାଇଁ ଚରଣ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ସ୍ନେହ ଓ ଆଶୀର୍ବାଦ ପ୍ରଦାନ କରିବା ସହ ଦୀର୍ଘାୟୁ କାମନା କରିଥିଲେ l ପ୍ରାୟ ୫୦ ରୁ ଅଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande