ମୁରିବାହାଲ ବ୍ଲକର ସମସ୍ତ ମାହେଶ୍ୱରୀ ମନ୍ଦିରରେ କୁମାର ପୂର୍ଣ୍ଣିମା ଉତ୍ସବ ସହ ଦଶହରା ମହୋତ୍ସବ ଉଦଯାପିତ
ବଲାଙ୍ଗିର, 25 ଅକ୍ଟୋବର (ହି.ସ.) ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳରେ ଥିବା ସମସ୍ତ ମାହେଶ୍ୱରୀ ମନ୍ଦିର/ପୀଠ/ଗୁଡ଼ି/ଡାଳତଳଗୁଡ଼ିକରେ ଡୁମାଳ ସମାଜର ଅଧିଷ୍ଠାତ୍ରୀ ଦେବୀ ମା’ ମାହେଶ୍ୱରୀଙ୍କ କୁମାର ପୂର୍ଣ୍ଣିମା ଉତ୍ସବ ସହ ଦଶହରା ମହୋତ୍ସବ ରବିବାର ଉଦଯାପିତ ହୋଇଯାଇଛି । ହଳଦୀ ପଞ୍ଚାୟତ ଯମ
ମୁରିବାହାଲ ବ୍ଲକର ସମସ୍ତ ମାହେଶ୍ୱରୀ ମନ୍ଦିରରେ କୁମାର ପୂର୍ଣ୍ଣିମା ଉତ୍ସବ ସହ ଦଶହରା ମହୋତ୍ସବ ଉଦଯାପିତ


ବଲାଙ୍ଗିର, 25 ଅକ୍ଟୋବର (ହି.ସ.)

ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳରେ ଥିବା ସମସ୍ତ ମାହେଶ୍ୱରୀ ମନ୍ଦିର/ପୀଠ/ଗୁଡ଼ି/ଡାଳତଳଗୁଡ଼ିକରେ ଡୁମାଳ ସମାଜର ଅଧିଷ୍ଠାତ୍ରୀ ଦେବୀ ମା’ ମାହେଶ୍ୱରୀଙ୍କ କୁମାର ପୂର୍ଣ୍ଣିମା ଉତ୍ସବ ସହ ଦଶହରା ମହୋତ୍ସବ ରବିବାର ଉଦଯାପିତ ହୋଇଯାଇଛି । ହଳଦୀ ପଞ୍ଚାୟତ ଯମୁନା ଗ୍ରାମର ମାହେଶ୍ୱରୀ ପୀଠ(ଗମ୍ଭୀରା)ରେ ଚଳିତ ବର୍ଷର କୁମାର ପୂର୍ଣ୍ଣିମା ଉତ୍ସବ ରବିବାର ରାତିରେ ଧୁମଧାମର ସହ ପାଳିତ ହୋଇଯାଇଛି । ବିଭିନ୍ନ ରୀତିନୀତି ଅନୁସାରେ ଦଶହରା ଦିନରୁ ଷୋହଳ ଦିନ ମା’ଙ୍କ ପୂଜାର୍ଚ୍ଚନା କରାଯିବା ସହ ଶେଷଦିନରେ କୁମାର ପୂର୍ଣ୍ଣିମା ତଥା ଆଶ୍ୱିନ ପୂର୍ଣ୍ଣମୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପୂଜାରେ ପୂଜକ ରୂପେ ଦୁର୍ଯ୍ୟୋଧନ ପାଣିଗ୍ରାହୀ, ଦେହେରୀ ଶିବାନନ୍ଦ ମହାକୁର, ବରୁଆ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସହ ଗୌତମ ଡାଙ୍ଗ, ଗୁର୍ଜୁ ମହାକୁର, ନଟବର ମେର୍ଲି, ଜେହେରୁ ମହାକୁର, ମଧୁସୂଦନ କର୍ମୀ, ଭିକାରୀ ପାତ୍ର, ଦିଲ୍ଲୀପ ଡାଙ୍ଗ, ସୁରକାର ଚାଉଳିଆ, ମାର୍କଣ୍ଡ ମହାକୁର, ଉଦ୍ରାଧର ମହାକୁର, ନିତ୍ୟାନନ୍ଦ ମହାକୁର, ପ୍ରକାଶନନ୍ଦ ମହାକୁର, ଗାନ୍ଧିଲାଲ ମହାକୁର, ଡଗର ମହାକୁର, ଲୋଚନ ମହାକୁରଙ୍କ ସହ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ । ସେହିପରି ମୁରିବାହାଲ ମାହେଶ୍ୱରୀ ପୀଠରେ ଦେହେରି ତ୍ରୀସିଂ ବଘାର, ବରୁଆ ଭକ୍ତ ବଘାର, ଉମେଶ ବଘାର, ପୂଜକ ରସିକବିହାରୀ ଯୋଷୀ, ନଅ ଅମାତ ବିରଞ୍ଚି ମେର୍ଲି, ସୁଦର୍ଶନ କର୍ମୀ, ପରିଚାଳନା କମିଟି ସଭାପତି ପ୍ରଫୁଲ୍ଲ କୁମାର ବଘାର, ସଂପାଦକ ଶ୍ରୀମୁଖ ବଘାର, ସହସଂପାଦକ ସୁଦାମ ଚରଣ ବଘାର, କୋଷାଧ୍ୟକ୍ଷ ମକୁନ୍ଦ ପଧାନ, ବାଗବାହାଲି ମାହେଶ୍ୱରୀ ମନ୍ଦିରରେ ଦେହେରି ରୂପେ ଭାଗିରଥୀ ମହାକୁର, ଶରତ ମହାକୁର, ଦୁର୍ଯ୍ୟୋଧନ ମହାକୁର, ପରିଚାଳନା କମିଟି ସଭାପତି ବୁଦ୍ଧଦେବ ମହାକୁର, ଖରାଲି ମାହେଶ୍ୱରୀ ମନ୍ଦିରରେ ଦେହେରୀ ସୁଦାମ ମହାକୁର, ବରୁଆ କ୍ଷତ୍ର ମହାକୁର, ଚଣାବାହାଲ ମାହେଶ୍ୱରୀ ମନ୍ଦିରରେ ଦେହେରି ଖିରଧର ପାତ୍ର ଦିବାକର ଖେତି, ବରୁଆ ସୁରୁ ପାତ୍ର, ବାଳକିଷନ ଖେତି, କୁମ୍ଭାରୀରେ ଦେହେରି ସୁରୁ ଥାଟି, ବରୁଆ ଧୁବା ଥାଟି, ସୁଦର୍ଶନ ଥାଟି, ହର ଛନ୍ଦ, ବାରବନ୍ଧରେ ଦେହେରି ନେତ୍ର ବଘାର, ବରୁଆ କାହ୍ନୁ ବଘାର, ନିଲେନ୍ଦ୍ର ପଧାନ, ଜାନିପଡାରେ ଦେହେରି ପରମା ବସ୍ତିଆ, ବରୁଆ କାଳିଆ କର୍ମୀ, ପୂଜକ ବିଘ୍ନ ତ୍ରିପାଠୀ, ଦନ୍ଦରାରେ ଦେହେରି ସାମନ୍ତ ମହାକୁର ଓ କୈଲାଶ ମହାକୁର ପ୍ରମୁଖଙ୍କ ସହ ନଅ ଅମାତ, ଡୁମାଳ ସମାଜର ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀ ଦାୟିତ୍ୱରେ ରହି ପୂଜାର୍ଚ୍ଚନା କରିଥିଲେ । କୁମାର ପୂର୍ଣ୍ଣିମା ଉତ୍ସବ ସହ ଚଳିତ ବର୍ଷର ଦଶହରା ମହୋତ୍ସବ ସମସ୍ତ ମାହେଶ୍ୱରୀ ମନ୍ଦିରଗୁଡ଼ିକରେ ମହାସମାରୋହରେ ଉଦଯାପିତ ହୋଇଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande