ଜବାହର ନଗରରେ ଗଜଲକ୍ଷ୍ମୀ ପୂଜା
Laxmi puja at Jabahar Nagar
ଜବାହର ନଗର ରେ ଗଜଲକ୍ଷ୍ମୀ ପୂଜା


ଝାରସୁଗୁଡ଼ା, ୨୫ ଅକ୍ଟୋବର (ହି.ସ.) - ବ୍ରଜରାଜନଗର ସହରାଂଚଳରେ ଜବାହର ନଗର କଲୋନୀରେ ହେଉଥିବା ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଯାଇଛି। ରବିବାର ସକାଳ ୧୦ ଟା ସମୟରେ ସ୍ଥାନୀୟ ମଣ୍ଡଳୀୟ ଜଳାଶୟ ରୁ ୧୦୮ କଳସ ଧାରି ଏକ ଶୋଭାଯାତ୍ରା ରେ କଳସ ଧାରଣ କରି ପୂଜା ମଣ୍ଡପ ପର୍ଯ୍ୟନ୍ତ ଆଣିଥିଲେ। ପଣ୍ଡିତ ଦାମୋଦର ସେନାପତି ମୁଖ୍ୟ ପୂଜକ ଭାବରେ ପୂଜା କାର୍ଯ୍ୟ ପାଇଁ କରିଥିଲେ। ରବିବାର ଠାରୁ ଆରମ୍ଭ ହୋଇଥିବା ପୂଜା ୬ ଦିନ ଧାରି ଚାଲିବ ଓ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବ। ଚଳିତ ବର୍ଷ ଗୋବିନ୍ଦ ସାହୁ ସଭାପତି, ପ୍ରଭାତ ପ୍ରଧାନ ସମ୍ପାଦକ ଓ ଦୀପକ ନାୟକ ଉପସଭାପତି ଭାବରେ ଦାୟିତ୍ୱ ରେ ଅଛନ୍ତି। ସନ୍ଧ୍ୟାରେ ମା ଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ ଦେଖାଦେଇଥିଲା ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande