ଭୋଟ୍ ବଂଚାଅ – ଦେଶ ବଂଚାଅ
ଅଭିଯାନରେ ଜିଲ୍ଲା କଂଗ୍ରେସର ପ୍ରେସ୍ମିଟ୍ ଓ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ କେନ୍ଦ୍ରାପଡ଼ା, ୨୫ ଅକ୍ଟୋବର(ହି.ସ.) – ଅଖିଳ ଭାରତ କଂଗ୍ରେସ କମିଟିର ଆହ୍ୱାନ ଏବଂ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଆଜି କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ଭବନ ଠାରେ ‘ଭୋଟ୍ ବଂଚାଅ–ଦେଶ ବଂଚାଅ
“ଭୋଟ୍ ବଞ୍ଚାଅ – ଦେଶ ବଞ୍ଚାଅ”


ଅଭିଯାନରେ ଜିଲ୍ଲା କଂଗ୍ରେସର ପ୍ରେସ୍ମିଟ୍ ଓ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

କେନ୍ଦ୍ରାପଡ଼ା, ୨୫ ଅକ୍ଟୋବର(ହି.ସ.) – ଅଖିଳ ଭାରତ କଂଗ୍ରେସ କମିଟିର ଆହ୍ୱାନ ଏବଂ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଆଜି କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ଭବନ ଠାରେ ‘ଭୋଟ୍ ବଂଚାଅ–ଦେଶ ବଂଚାଅ ଅଭିଯାନକୁ ସଫଳ କରିବା ଉଦ୍ଦେଶ୍ୟରେ ଏକ ପ୍ରେସ୍ମିିଟ୍ ଏବଂ ପରବର୍ତୀ ସମୟରେ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା କଂଗ୍ରେସର ସାଂଗଠନିକ ଉପସଭାପତି ସତ୍ୟପ୍ରିୟ ସାମଲଙ୍କ ସଭାପତିତ୍ୱରେ ଏହି ବୈଠକ ଆୟୋଜିତ ହୋଇଥିଲା। ଉକ୍ତ ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ପର୍ଯ୍ୟବେକ୍ଷକ ସି.ପି. ମିତଲ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ସଂଗଠନ ପ୍ରଭାରୀ ତଥା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଅରବିନ୍ଦ ଦାସ ଯୋଗଦେଇଥିଲେ। ବୈଠକରେ ଭୋଟ୍ ଚୋରି ଅଭିଯୋଗକୁ ନେଇ ନିର୍ବାଚନ କମିଶନଙ୍କ ଭୂମିକା ଉପରେ ଆଲୋଚନା କରାଯିବା ସହ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରାଯାଇଥିଲା। ଏଥିସହ ଆସନ୍ତା ନଭେମ୍ବର ମାସରେ ଦିଲ୍ଲୀର ରାମଲୀଳା ମୈଦାନ ଠାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଆହ୍ୱାନ କ୍ରମେ ହେବାକୁ ଥିବା ପ୍ରତିବାଦ ସଭାରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ବହୁ ସଂଖ୍ୟାରେ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଯୋଗଦେବା ପାଇଁ ଆଲୋଚନା ହୋଇଥିଲା। ଏହି ଅବସରରେ ପୂର୍ବତନ ବିଧାୟକ ଚିନ୍ମୟ ବେହେରା, ପୂର୍ବତନ ବିଧାୟିକା ଡଃ ଶିପ୍ରା ମଲ୍ଲିକ, ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଦାସ, ହଳଧର ସେଠୀ, ରତିକାନ୍ତ କାନୁନ୍ଗୋ, ସମ୍ପାଦକ ଜାହିର ମହମ୍ମଦ, ଅଦିତି ଦିବ୍ୟା ରାୟ, ପିସିସି ଉପଦେଷ୍ଟା ସଦସ୍ୟ ଚିନ୍ମୟ ସୁନ୍ଦର ଦାସ, ବରିଷ୍ଠ ନେତା ଫକୀର ଖଟୁଆ, ପ୍ରଦୀପ କୁମାର ମହାନ୍ତି ଓ ଆକବର ଅଲ୍ଲୀ, ବ୍ଲକ୍ ସଭାପତି ରାଜୀବ ଲୋଚନ ମିଶ୍ର, ଜ୍ୟୋତିରଞ୍ଜନ ପରିଡ଼ା, ହରିଶ ପଟ୍ଟନାୟକ, ଶିତାଂଶୁ ଲେଙ୍କା, ନଗର କଂଗ୍ରେସ ସଭାପତି ଦିଲୀପ ପ୍ରଧାନ ଓ ତପନ ପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ ବେହେରା ଓ ରମାକାନ୍ତ ସ୍ୱାଇଁ, କୋଷାଧ୍ୟକ୍ଷ ଭାଗୀରଥୀ ଜେନା, ସମ୍ପାଦକ ଅଶ୍ୱିନୀ ପାତ୍ର, ପ୍ରବାସ ଦାଶ, ପ୍ରମୋଦ ସ୍ୱାଇଁ, ଗୌରାଙ୍ଗ ଜେନା, ବେଣୁଧର ସାହୁ ଓ ହିମାଂଶୁ ନନ୍ଦଙ୍କ ସମେତ ଶତାଧିକ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ। ବୈଠକରେ ଜିଲ୍ଲାରେ କଂଗ୍ରେସ ସଂଗଠନକୁ ଅଧିକ ସୁଦୃଢ଼ କରିବା ସହ ‘ଭୋଟ୍ ବଂଚାଅ – ଦେଶ ବଂଚାଅ’ ଅଭିଯାନକୁ ତୃଣମୂଳ ସ୍ତରରେ ପହଂଚାଇବା ଏବଂ ଆଗାମୀ କାର୍ଯ୍ୟକ୍ରମଗୁଡ଼ିକରେ ଅଧିକରୁ ଅଧିକ କଂଗ୍ରେସ କର୍ମୀଙ୍କୁ ସାମିଲ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande