ଭୋଟ ଅଧିକାର ଗଣତାନ୍ତ୍ରିକ ଅଧିକାର ଓ ଶ୍ରମିକ ଅଧିକାର ପାଇଁ ମିଳିତ ସଂଗ୍ରାମ ଆବଶ୍ୟକ
ଭୁବନେଶ୍ୱର, 25 ଅକ୍ଟୋବର (ହି.ସ.): ଭାରତ ବର୍ଷର ଶ୍ରମିକ ଓ ମାନବିକ ଅଧିକାର, ଗଣତାନ୍ତ୍ରିକ ଅଧିକାର ଓ ଭୋଟ ଅଧିକାର ପାଇଁ ରାଜନୈତିକ ଦଳ ଶ୍ରମିକ, କୃଷକ ସଂଗଠନ ଯୁବ, ଛାତ୍ର ସଂଗଠନ ଦଳିତ ବର୍ଗଙ୍କର ମିଳିତ ସଂଗ୍ରାମ ଆବଶ୍ୟକ ବୋଲି ହାଇଦ୍ରାବାଦରେ ଲେମନ ଟ୍ରୀ ପ୍ରିମିୟମ ହୋଟେଲରେ ଟ୍ରେଡ ୟୁନିୟନ ସି
ଭୋଟ ଅଧିକାର ଗଣତାନ୍ତ୍ରିକ ଅଧିକାର ଓ ଶ୍ରମିକ ଅଧିକାର ପାଇଁ ମିଳିତ ସଂଗ୍ରାମ ଆବଶ୍ୟକ


ଭୁବନେଶ୍ୱର, 25 ଅକ୍ଟୋବର (ହି.ସ.): ଭାରତ ବର୍ଷର ଶ୍ରମିକ ଓ ମାନବିକ ଅଧିକାର, ଗଣତାନ୍ତ୍ରିକ ଅଧିକାର ଓ ଭୋଟ ଅଧିକାର ପାଇଁ ରାଜନୈତିକ ଦଳ ଶ୍ରମିକ, କୃଷକ ସଂଗଠନ ଯୁବ, ଛାତ୍ର ସଂଗଠନ ଦଳିତ ବର୍ଗଙ୍କର ମିଳିତ ସଂଗ୍ରାମ ଆବଶ୍ୟକ ବୋଲି ହାଇଦ୍ରାବାଦରେ ଲେମନ ଟ୍ରୀ ପ୍ରିମିୟମ ହୋଟେଲରେ ଟ୍ରେଡ ୟୁନିୟନ ସିଭିଲ ସୋସାଇଟର ରାଜନୈତିକ ଦଳ ମଳିତ ଅନୁଷ୍ଠିତ ଅଧ୍ୟକ୍ଷତା କରି ପୂର୍ବତନ ସାଂସଦ, ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜାତୀୟ ଉପସଭାପତି ତଥା ରାଜ୍ୟ ସଭାପତି ଡ. ରାମଚନ୍ଦ୍ର ଖୁଣ୍ଟିଆ କହିଛନ୍ତି। ଏହି ସମ୍ମିଳନୀରେ ତେଲେଙ୍ଗାନାରେ ଶ୍ରମ ଶିଳ୍ପ ଓ ଖଣିମନ୍ତ୍ରି ଡ. ବିବେକାନନ୍ଦ ଭେଙ୍କେଟେସ୍ୱାମୀ ଜାତୀ ଓ ଦେଶ ଗଠନରେ ଶ୍ରମିକ କର୍ମଚାରୀଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି ଏବଂ ତାଙ୍କର ସଂଖ୍ୟା ଯଥେଷ୍ଟ ବେଶୀ। ଏଣୁ ଶ୍ରମିକ ଓ କର୍ମଚାରୀକୁ ବାଦ ଦେଇ କୌଣସି ଦେଶର ଉନ୍ନତ ସମ୍ଭବ ନୁହେଁ। ଶ୍ରମିକ ସଂଗଠନର ସହଯୋଗ ରାଜନୈତିକ ଦଳକୁ ଅଧିକ ଶକ୍ତିଶାଳୀକରିବ। ଏହି ସମ୍ମିଳନୀରେ ଉଦ୍‌ବୋଧନ ଦେଇ ତେଲେଙ୍ଗନାର କଂଗ୍ରେସ ସାଂସଦ ଡ. ଚମଲା କିରଣ ରେଡ୍ଡି ଶ୍ରମିକ କର୍ମଚାରୀଙ୍କର ଦାବୀ ସମର୍ଥନ କରିବା ସଂଗେ ସଂଗେ ବିଜେପି ସରକାରଙ୍କ ଦ୍ୱାରା ପ୍ରଣିତ ୪ଟି ଲେବର କୋଡକୁ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡିକର ଦାବୀକୁ ଦୃଢ଼ ସମର୍ଥନ କରିଥିଲେ। ଏହି ସମ୍ମିଳନୀର ଉଦ୍‌ଯାପନ ଦିବସରେ ତେଲେଙ୍ଗାନାର ମନ୍ତ୍ରୀ ଶ୍ରୀମତୀ ସୀତାକା ଉଦ୍‌ବୋଧନ ଦେଇ ଶ୍ରମିକ, ରାଜନୈତିକ ପ୍ରଶାସନ ମହିଳାମାନଙ୍କୁ ଅଧିକ ଗୁରୁତ୍ୱ ଦେବା ଏବଂ ସଂସଦରେ ଏକ ତୃତୀୟାଂଶ ମହିଳାଙ୍କୁ ସ୍ଥାନ ସଂରକ୍ଷଣ କରିବା ଦାବୀକୁ ସମର୍ଥନ କରିଥିଲେ। ଅଖିଳ ଭାରତ କଂଗ୍ରେସ କମିଟିର ସ୍ଥାୟୀ ନିମନ୍ତ୍ରୀତ ସଭ୍ୟ ଶ୍ରୀ ଗୁରୁଜିତ ସଂ ସରପାଲ ଉଦ୍‌ବୋଧନ ଦେଇ ବିଜେପି ଓ ମୋଦୀ ସରକାରଙ୍କର ତୀବ୍ର ସମାଲୋଚନା କରିଥିଲେ। ତେଲେଙ୍ଗାନା ମହିଳା କମିଶନର ଅଧ୍ୟକ୍ଷା ଶ୍ରୀମତୀ ନରେଲା ସାରଦା, ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜାତୀୟ ଉପସଭାପତି ଚନ୍ଦ୍ର ପ୍ରକାଶ ସିଂ, ଶ୍ରୀ ଅନୁପ ଶ୍ରୀଭାସ୍ତବ, ଶ୍ରୀଅନୁରାଗ ଶ୍ରୀଭାସ୍ତବ, ଏଚ୍‌ଏମ୍ ଏସ୍‌, ଏଆଇଟିୟୁସି ପ୍ରତିନିଧିମାନେ ଯୋଗ ଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande