କୁଆଖିଆଠାରେ କଂଗ୍ରେସର ଜିଲା ସ୍ତରୀୟ ସାମ୍ବାଦିକ ସମ୍ମିଳନୀ
ଧର୍ମଶାଳା,୨୫ଅକ୍ଟୋବର(ହି.ସ.) - ଯାଜପୁର ଜିଲା କଂଗ୍ରେସ କମିଟି ପକ୍ଷରୁ ରସୁଲପୁର ବ୍ଲକ କୁଆଖିଆଠାରେ ଜିଲା ସ୍ତରୀୟ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲା ସଭାପତି ମାଗୁଣୀ ଚରଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଏଆଇସିସି ଇନଚାର୍ଜ ସିପି ମିତଲ ଯୋଗ ଦେଇ ୨
କୁଆଖିଆଠାରେ କଂଗ୍ରେସର ଜିଲା ସ୍ତରୀୟ ସାମ୍ବାଦିକ ସମ୍ମିଳନୀ


ଧର୍ମଶାଳା,୨୫ଅକ୍ଟୋବର(ହି.ସ.) - ଯାଜପୁର ଜିଲା କଂଗ୍ରେସ କମିଟି ପକ୍ଷରୁ ରସୁଲପୁର ବ୍ଲକ କୁଆଖିଆଠାରେ ଜିଲା ସ୍ତରୀୟ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲା ସଭାପତି ମାଗୁଣୀ ଚରଣ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଏଆଇସିସି ଇନଚାର୍ଜ ସିପି ମିତଲ ଯୋଗ ଦେଇ ୨୫ଅକ୍ଟୋବରଠାରୁ ୨୫ ନଭେମ୍ବର ପର?୍ୟ୍ୟନ୍ତ ଦେଶବ୍ୟାପୀ ଦୁଇ ମାସିଆ ଭୋଟ ବଂଚାଅ ଦେଶ ବଂଚାଅ ଗଣ ଆନ୍ଦୋଳନ ଅଭିଯାନର ରୋଡ ମ୍ୟାପ ସମ୍ପର୍କରେ ସୂଚନା ଦେଇଥିଲେ । କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ସହିତ ଏମଏମଡିଆର ଆଇନ ରଦ୍ଦ,ଜ୍ଞାନେଶ କୁମାରଙ୍କ ଇସ୍ତଫା ,ଓଡିଶା ସରକାରଙ୍କ ଶିକ୍ଷାମନ୍ତ୍ରୀ ନୀତ୍ୟାନନ୍ଦ ଗଣ୍ଡ ଇସ୍ତଫା ,ବନ୍ୟା ବିପନ୍ନଙ୍କୁ ତୁରନ୍ତ ରାଜ୍ୟ ସରକାର ସହାୟତା ଯୋଗାଇ ଦେବା ଓ ୧ ନଭେମ୍ବର ୨୦୨୬ରେ ନୂଆ ଦିଲ୍ଲୀର ରାମଲୀଳା ମଇଦାନରେ ଇଣ୍ଡିଆ ମେଂଟର ବିକ୍ଷୋଭ ପ୍ରଦର୍ଶନ ହେବାକୁ ଥିବା କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ରାଜ୍ୟ ଓ ଯାଜପୁର ଜିଲାରୁ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀମାନେ ଯୋଗ ଦେବାକୁ ଏହି ସାମ୍ବାଦିକ ସମ୍ମିଳନୀରେ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲା ଉପସଭାପତି ଅସିତ ପଟ୍ଟନାୟକ,ସାଧାରଣ ସମ୍ପାଦକ ହଳଧର ସେଠୀ,ଯାଜପୁର ଜିଲା ଇନଚାର୍ଜ୍ ନିରୂପମା ପାତ୍ର,ବିଂଝାରପୁର ବିଧାୟିକା ପ୍ରାର୍ଥୀନୀ କନକଲତା ମଲ୍ଲିକ,ମହିଳା କଂଗ୍ରେସ ସଭାପତି ଆରତୀ ସ୍ୱାଇଁ,ବଡଚଣା ବ୍ଲକ କଂଗ୍ରେସ ସଭାପତି ଚିନ୍ମୟ ପ୍ରଧାନ ଓ ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande