ଖୋର୍ଦ୍ଧାରେ ଆରବିଆଇ ଡାଟା ସେଂଟରର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଖୋର୍ଦ୍ଧା, ୨୫ ଅକ୍ଟୋବର (ହି.ସ.) - ଜଟଣୀ ଇନଫୋଭାଲି-୨ରେ ଆରବିଆଇ ଡାଟା ସେଂଟରର ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଉଦଘାଟନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମେତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ରାଜ୍ୟପାଳ ବ୍ରଜମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ମନ୍ତ୍ରୀ
Pm


ଖୋର୍ଦ୍ଧା, ୨୫ ଅକ୍ଟୋବର (ହି.ସ.) - ଜଟଣୀ ଇନଫୋଭାଲି-୨ରେ ଆରବିଆଇ ଡାଟା ସେଂଟରର ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଉଦଘାଟନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମେତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ରାଜ୍ୟପାଳ ବ୍ରଜମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ଦୁଇ ଉପମୁଖ୍ୟମନ୍ତ୍ରୀ ସାମିଲ ଥିଲେ । ତେବେ ଆରବିଆଇ ଡାଟା ସେଂଟର ଉଦ୍ଘାଟନ ପରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମହାପ୍ରଭୁଙ୍କ ଆଶୀର୍ବାଦରୁ ଭୁବନେଶ୍ୱରରେ ନୂଆ ସଂସ୍ଥା ଖୋଲିଲା । ଆଜିର ଦିନଟି ଓଡ଼ିଶା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଅଟେ। ନୂଆ ଭାରତ ନିର୍ମାଣରେ ନୂଆ ଅବଦାନ ଭେଟି ଦେଲା । ଦେଶର ବିକାଶରେ ଛୋଟ ସହରର ବଡ଼ ଭୂମିକା ରହିବା ଆବଶ୍ୟକ । ଏହି ସଂସ୍ଥା ଆଜି ଠାରୁ ଓଡ଼ିଶାର ଓ ଦେଶର ବିକାଶ ପାଇଁ କାର୍ଯ୍ୟ କରିବ । ଏପରିକି ଆମ ପାଇଁ ବିକାଶ ଗୁରୁତ୍ୱପୂର୍ଣ୍ଣ। ସହର ଠାରୁ ଦୂରରେ ରହୁଥିବା ଲୋକଙ୍କ ପାଖରେ ପହଂଚିବା ଆମର ଲକ୍ଷ୍ୟ । ଗରିବଙ୍କ ନାଁ ନେଇ ଦୀର୍ଘ ସମୟ ଧରି ପ୍ରଚାର ଚାଲିଲା । ୬୦/୭୦ ଦଶକରେ ଗରିବଙ୍କ ନାଁ ନେଇ ବ୍ୟାଙ୍କ ଜାତୀୟକରଣ ହେଲା । ମାତ୍ର ୨୦୧୪ ପର୍ଯ୍ୟନ୍ତ ଗରୀବ ଲୋକେ ପ୍ରକୃତ ସେବାରୁ ବଂଚିତ ଥିଲେ । ଗରୀବଙ୍କୁ ବ୍ୟାଙ୍କ ଖାତା ଖୋଲିବା ପାଇଁ ଗ୍ୟାରେଂଟର ଦରକାର ପଡ଼ୁଥିଲା । ହେଲେ ଏବେ ଡିଜିଟାଲ ବ୍ୟାଙ୍କିଂ ଘରେ ଘରେ ପହଂଚିଛି । ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ପୂର୍ବ କଂଗ୍ରେସ ସରକାରକୁ ଟାର୍ଗେଟ କରିଛନ୍ତି । ଜଣେ ପ୍ରଧାନମନ୍ତ୍ରୀ କହିଥିଲେ ଟଙ୍କାଏ ଦେଲେ ଲୋକେ ୧୫ ପଇସା ପାଉଛନ୍ତି । ମାତ୍ର ଏବେ ଡିବିଟି ଜରିଆରେ ପୁରା ୧ ଟଙ୍କା ଲୋକଙ୍କ ପାଖକୁ ଯାଉଛି । ଆଜି ଅଟଳ ପେନସନ ଜରିଆରେ ଦେଶରେ ୯ କୋଟି ଲୋକ ଉପକୃତ ହେଉଛନ୍ତି । ଅଟଳ ପେନସନ୍ ଯୋଜନାରେ ଓଡ଼ିଶାର ୩୮ ଲକ୍ଷ ଲୋକ ଲାଭ ପାଉଛନ୍ତି । ମାତ୍ର ୨୦ ଟଙ୍କା ପ୍ରିମିୟମରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ମିଳୁଛି । ଆଜିକାଲି ଆଉ ଯୁଦ୍ଧ କେବଳ ଅସ୍ତ୍ରଶସ୍ତ୍ରରେ କରାଯାଉ ନାହିଁ । କୌଣସି ଦେଶର ଆର୍ôଥକ ମେରୁଦଣ୍ଡ ଉପରେ ଆକ୍ରମଣ ହେଉଛି। ତେଣୁ ବ୍ୟାଙ୍କିଂ ବ୍ୟବସ୍ଥାକୁ ସୁରକ୍ଷିତ କରିବା ଜରୁରୀ ହୋଇପଡ଼ିଛି । ଓଡ଼ିଶାରେ ମାଇଣ୍ଡ୍ସରୁ ମାଇକ୍ରୋ ଚିପ୍ସ ପ୍ରତିଷ୍ଠା ସମ୍ଭବ ହୋଇପାରିଛି । ସେହିପରି ଓଡ଼ିଶାରେ ଡାଟା ସେଂଟର ପ୍ରତିଷ୍ଠା ପାଇଁ ନୂଆ ପୁଞ୍ଜି ଆସିବାକୁ ଯାଉଛି । ଓଡ଼ିଶାର ଯୁବ ପିଢ଼ିଙ୍କ ପାଇଁ ଆଗକୁ ନୂଆ ସମ୍ଭାବନା ସୃଷ୍ଟି ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande