ଏସଜିଏଫଆଇ ଜାତୀୟ ରଗବୀ ପ୍ରତିଯୋଗିତା: ଓଡ଼ିଶା ୧୪ ବର୍ଷରୁ କମ୍ ବାଳକ ଦଳକୁ ରୌପ୍ୟ ପଦକ
ଭୁବନେଶ୍ୱର ,୨୬ ଅକ୍ଟୋବର (ହି.ସ.)-ଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମରେ ଅନୁଷ୍ଠିତ ୭୦ତମ ଏସଜିଏଫଆଇ ଜାତୀୟ ବିଦ୍ୟାଳୟ ସମୂହ ରଗବୀ ପ୍ରତିଯୋଗିତାରେ ଓଡ଼ିଶାର ୧୪ ବର୍ଷରୁ କମ୍ ବାଳକ ଦଳ ରୌପ୍ୟ ପଦକ ହାସଲ କରିଛନ୍ତି। ଏହି ପ୍ରତିଯୋଗିତା ଅକ୍ଟୋବର ୨୩ ରୁ ୨୬ ଯାଏଁ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସରକାରଙ୍କ
hgj


ଭୁବନେଶ୍ୱର ,୨୬ ଅକ୍ଟୋବର (ହି.ସ.)-ଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମରେ ଅନୁଷ୍ଠିତ ୭୦ତମ ଏସଜିଏଫଆଇ ଜାତୀୟ ବିଦ୍ୟାଳୟ ସମୂହ ରଗବୀ ପ୍ରତିଯୋଗିତାରେ ଓଡ଼ିଶାର ୧୪ ବର୍ଷରୁ କମ୍ ବାଳକ ଦଳ ରୌପ୍ୟ ପଦକ ହାସଲ କରିଛନ୍ତି। ଏହି ପ୍ରତିଯୋଗିତା ଅକ୍ଟୋବର ୨୩ ରୁ ୨୬ ଯାଏଁ ଅନୁଷ୍ଠିତ ହୋଇଥିଲା ।

ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଓଡ଼ିଶା ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଙ୍ଗଠନ'ର ସହଯୋଗରେ ଏହି ଦଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲା। ଫାଇନାଲ ମ୍ୟାଚରେ ଓଡ଼ିଶା ବିହାରଠାରୁ ୧୦-୨ ପଏଂଟରେ ପରାଜିତ ହୋଇ ରନର୍ସ-ଅପ୍ ହୋଇଛି ।

ଏହା ପୂର୍ବରୁ ଓଡ଼ିଶା ଦଳ ଚମତ୍କାର ପ୍ରଦର୍ଶନ କରି ସେମିଫାଇନାଲ ମ୍ୟାଚରେ ଘରୋଇ ଦଳ ଦିଲ୍ଲୀକୁ ୧୫-୧ ପଏଂଟରେ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande