ଆଦାନୀ ଦୟାରେ ଧାମରା ଥାନା, ସରକାରୀ ଜାଗା ଥିବା ସତ୍ୱେ ବାର ଦୁଆର ଶୁଣ୍ଢିପିଣ୍ଢା ଗୃହ ବିଭାଗ, ଆଦାନୀ ଅଠାକାଠିରୁ ମୁକ୍ତି କେବେ !
ଭଦ୍ରକ, ୨୭ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲାର ସବୁ ଅଂଚଳରେ ଗୃହ ବିଭାଗର ନିଜସ୍ୱ ଜାଗାରେ ନିଜର ଥାନା, ଫାଣ୍ଡି ଅବସ୍ଥିତ ଜାହିରୀ କରୁଥିବା ବେଳେ ସ୍ୱାଧିନତାର ଦୀର୍ଘ ୭୯ବର୍ଷ ପରେ ମଧ୍ୟ ଧାମରାରେ ଥିବା ଧାମରା ଥାନାର ନିଜସ୍ୱ ସ୍ଥାନ ନାହିଁ। ଆଜି ଭଳି ଦିନରେ ଧାମରା ଥାନା ଆଦାନୀ ଦୟାରେ ଚାଲିଛି।
ADANI DAYARE DHAMARA THANA


ଭଦ୍ରକ, ୨୭ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲାର ସବୁ ଅଂଚଳରେ ଗୃହ ବିଭାଗର ନିଜସ୍ୱ ଜାଗାରେ ନିଜର ଥାନା, ଫାଣ୍ଡି ଅବସ୍ଥିତ ଜାହିରୀ କରୁଥିବା ବେଳେ ସ୍ୱାଧିନତାର ଦୀର୍ଘ ୭୯ବର୍ଷ ପରେ ମଧ୍ୟ ଧାମରାରେ ଥିବା ଧାମରା ଥାନାର ନିଜସ୍ୱ ସ୍ଥାନ ନାହିଁ। ଆଜି ଭଳି ଦିନରେ ଧାମରା ଥାନା ଆଦାନୀ ଦୟାରେ ଚାଲିଛି। ପ୍ରାପ୍ତ ସୂଚନା ଅନୁଯାଇ ୧୯୭୫ମସିହା ପୂର୍ବରୁ ଧାମରାରେ ଆଇନ ଶୃଙ୍ଖଳା ସ୍ଥିତି ଚିନ୍ତା ଜନକ ଥିବା ବେଳେ ରାଜ୍ୟ ସରକାର ୧୯୭୬ ମସିହାରେ ଏଠାରେ ଏକ ଫାଣ୍ଡି ଖୋଲିଥିଲେ। ପ୍ରଥମେ ବାଣିଜ୍ୟ ବିଭାଗର ଗୃହରେ ଏବଂ ୨୦୧୫ ମସିହାରେ ଏକ ନୂତନ ସ୍ଥାୟୀ ଅଫିସ ନିର୍ମାଣ କରାଯାଇ ଧାମରା ସାମୁଦ୍ରିକ ଥାନା ପରିସରକୁ ଏହାକୁ ସ୍ଥାନାନ୍ତରିତ କରାଯାଇଥିଲା। ପରେ ୨୦୧୮ ମସିହାରେ ଗୃହ ବିଭାଗର ଚିଠି ନଂ ଡିଏଆଇ/ସିଆରଟିଏନ-୦୦୦୫-୨୦୧୮ ମୂଳେ ଧାମରା ଠାରେ ଥିବା ଧାମରା ଫାଣ୍ଡି ଧାମରା ଥାନାକୁ ରୂପାନ୍ତରିତ ହୋଇଥିଲା। ପ୍ରଥମେ ଧାମରା ଫାଣ୍ଡି ଗୃହରେ ଧାମରା ଥାନାର କାର୍ଯ୍ୟ ଆରମ୍ଭ ହୋଇଥିଲା। ପରେ ଧାମରା ବନ୍ଦର କର୍ତୁପକ୍ଷ (ଆଦାନୀ)ନିଜର ଫାଇଦା ହାସଲ ପାଇଁ ନିଜର କ୍ୟାମ୍ପସ ମଧ୍ୟକୁ ଏହି ଧାମରା ଥାନାକୁ ନେବା ପାଇଁ ମସୁଧା ଚଳାଇ ସଫଳ ହୋଇଥିଲେ। ଫଳସ୍ୱରୂପ ୨୦୧୮ ମସିହା ନଭେମ୍ବର ୧୩ ତାରିଖ ଦିନ ଏହି ଥାନାକୁ ଧାମରା ଠାରୁ ୬ କି.ମି ଦୂରରେ ଥିବା ଦୋସିଙ୍ଗା ଠାରେ ଆଦାନୀ ବନ୍ଦରର ଏକ ଗୃହରେ ଧାମରା ଥାନାର ନୂତନ ଅଫିସ ଖୋଲା ଯାଇଥିଲା। ୨୦୨୧ ମସିହାରେ ପୁନଃ ଆଦାନୀ କର୍ତୁପକ୍ଷ ଧାମରା ଥାନାକୁ ଅନ୍ୟ ଏକ ଗୃହକୁ ସ୍ଥାନାନ୍ତରିତ କରିଥିଲେ। ଇତି ମଧ୍ୟରେ ନିଜର ସ୍ଥାନ ନଥିବା କଥା ଗୃହ ବିଭାଗ ଭଦ୍ରକ ଜିଲ୍ଲାପାଳଙ୍କ ଜଣାଇବା ପରେ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଚାନ୍ଦବାଲି ତହସିଲଦାର ୨୦୦୮ମସିହାରେ ପାଇକସାହି ମୌଜାରେ ଧାମରା ଫାଣ୍ଡି ପାଇଁ ପ୍ଲଟନଂ-୩୭୪/୧୫୫୬ ଏବଂ ୩୭୪/୧୪୯୬ରେ ଏ୦.୮୪କର ସ୍ଥାନ ନିରୂପଣ କରାଯାଇଥିଲା। ପରେ ୨୦୧୬ ମସିହାରେ ନରସିଂହ ପ୍ରସାଦ ମୌଜାରେ ପ୍ଲଟ ନଂ ୩୪୪ରେ ୧୫ଏକରରୁ ଉର୍ଧ ଗୋଚର ଜମିରୁ ୭୦ଡେସିମିଲ ସ୍ଥାନ ଗୃହ ବିଭାଗ ନାମରେ ନାମିତ କରିଥିବା କଥା ତତକାଳିନ ତହସିଲଦାର ମତ ପୋଷଣ କରିଥିଲେ ମାତ୍ର ଏହି ଜାଗା ପ୍ରକୃତରେ ଗୃହ ବିଭାଗ ନାମରେ ନାମିତ ହୋଇଥିଲା ଅଥବା ନାମକୁ ମାତ୍ର ପ୍ରଦାନ କରାଯାଇଥିଲା। ସେ ବିଷୟରେ ବର୍ତମାନ ପ୍ରଶାସନ ସଂପୂର୍ଣ ଅବଗତ ନୁହନ୍ତି।ଧାମରା ଥାନାକୁ ପ୍ରତିବର୍ଷ ଗୃହ ବିଭାଗର ଡିଜି, ଆଇ ଜି ଆସି ପରିଦର୍ଶନ କରି ଯାଉଥିବା ବେଳେ କିପରି ଏହି ଥାନା ନିଜର ସ୍ଥାନ ନିରୂପଣ କରି ସରକାରୀ ଜାଗାରେ ନିଜର ସ୍ୱତନ୍ତ୍ର ଗୃହ କରିବ ସେଥିପ୍ରତି କେହି ନଜର ଦେଉ ନାହାନ୍ତି ଅନ୍ୟ ପକ୍ଷରେ ଧାମରା ଆଦାନୀ ଗୃହ ରୁ ଏହି ଥାନା ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଗଲେ ଆଦାନୀ ପ୍ରତି ସବୁ ସମୟରେ ବିପଦ ମାଡି ଆସିବ ବୋଲି ଆଦାନୀ କର୍ତୁପକ୍ଷ ଜାଣିଶୁଣି ଧାମରା ଥାନାକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ଦେଉ ନାହାନ୍ତି ବୋଲି ମଧ୍ୟ ମତ ପ୍ରକାଶ ପାଇଛି।ଅନ୍ୟ ପକ୍ଷରେ ପୂର୍ବରୁ ଦୁଇ ଦୁଇ ଥର ଦିଆଯାଇଥିବା ଜାଗା ବିଷୟରେ ବର୍ତମାନର ପୁଲିସ ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ ଅବଗତ ନାହାନ୍ତି ଏବଂ ଧାମରା ଅଂଚଳରେ କୌଣସି ଜାଗା ଗୃହ ବିଭାଗ ନାମରେ ନାମିତ ହେବା ପରେ ସେ ଗୃହ ବିଭାଗକୁ ସେହି ସ୍ଥାନରେ ନିଜର ନୂତନ ଗୃହ ନିର୍ମାଣ କରିବାକୁ ସରକାରଙ୍କୁ ଅବଗତ କରାଇବେ ବୋଲି ବୋଲି ନିଜର ପ୍ରତିକ୍ରିୟା ରଖିଛନ୍ତି। ସେହିପରି କେଉଁ ପରିସ୍ଥିତିରେ ଧାମରା ଆର ଆଇଙ୍କ ଅଧିନରେ ନରସିଂହପ୍ରସାଦ ମୌଝାରେ ୧୬ଏକରରୁ ଉର୍ଦ୍ଧ ସରକାରୀ ସ୍ଥାନ ଥିବା ସତ୍ୱେ କାହିଁକି ଗୃହ ବିଭାଗ କୁ ଧାମରାରେ ଥାନା ଖୋଲିବା କୁ ସ୍ଥାନ ଯୋଗାଇ ଦିଆ ଯାଉ ନାହିଁ ବୋଲି ଚାନ୍ଦବାଲି ତହସିଲଦାର ଭବତୋଷ ମଲିକଙ୍କୁ ପଚାରିବାରୁ ସେ ନିଜର ପ୍ରତିକ୍ରିୟାରେ କୁହନ୍ତି ଗୃହ ବିଭାଗ ଅଥବା ଭଦ୍ରକ ଜିଲ୍ଲାପାଳ ଧାମରା ଥାନା ପାଇଁ ସ୍ଥାନ ଦରକାର ବୋଲି ମୋତେ ନିର୍ଦେଶ ଦେଲେ ଚାନ୍ଦବାଲି ତହସିଲ ନିଶ୍ଚୟ ଧାମରା ଥାନା ପାଇଁ ସ୍ଥାନ ଯୋଗାଇ ଦେବେ । ମାତ୍ର ପ୍ରଶ୍ନ ଉଠେ ଏଠାରେ ପ୍ରଶାସନର କାହାରିଙ୍କ ସହ କାହାରିଙ୍କର କଥାର ତାଳମେଳ ରହୁ ନାହିଁ ଏବଂ ଆଦାନୀ କର୍ତୁପକ୍ଷ ଜାଣିଶୁଣି ଏହି ଥାନାକୁ ନିଜ ପରିସରରୁ ଅନ୍ୟତ୍ର ହଟାଇବାକୁ ଚାହୁଁ ନାହାନ୍ତି ଫଳରେ ଧାମରା ଥାନା ଦୀର୍ଘ ୮ବର୍ଷ ହେବ ବନ୍ଦୀ ଜୀବନ ଯାପନ କରୁଛି। ଅନ୍ୟକୁ ବନ୍ଦୀ କରୁଥିୁବା ଗୃହ ବିଭାଗ କେବେ ଆଦାନୀ କବଳରୁ ମୁକ୍ତି ପାଇବ ତାହା ବୁଦ୍ଧିଜିବୀମହଲରେ ଚର୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande