ଜମିବାଡ଼ି ବିବାଦରୁ ମରଣାନ୍ତକ ଆକ୍ରମଣ ,ଜଣେ ଗିରଫ
ପଟ୍ଟାମୁଣ୍ଡାଇ , 27 ଅକ୍ଟୋବର (ହି.ସ.) ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଦୋଷିଆ ପଞ୍ଚାୟତ ଚଢେଇଆ ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଘଟିଥିବା ସଂଘର୍ଷ ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସୂଚନା ଅନୁଯାୟୀ, ଚଢେଇଆ ଗ୍ରାମର ଧନେଶ୍ୱର ସାହୁଙ୍କ ପରିବାର ଓ ସେହି ଗ୍ରାମର ସ୍ୱର୍
Akraman jane giraf


ପଟ୍ଟାମୁଣ୍ଡାଇ , 27 ଅକ୍ଟୋବର (ହି.ସ.) ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଦୋଷିଆ ପଞ୍ଚାୟତ ଚଢେଇଆ ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଘଟିଥିବା ସଂଘର୍ଷ ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସୂଚନା ଅନୁଯାୟୀ, ଚଢେଇଆ ଗ୍ରାମର ଧନେଶ୍ୱର ସାହୁଙ୍କ ପରିବାର ଓ ସେହି ଗ୍ରାମର ସ୍ୱର୍ଗତ ପ୍ରଫୁଲ୍ଲ ସାହୁଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନ ଧରି ଜମିବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା। ଗତ ୨୩ ତାରିଖ ରାତି ପ୍ରାୟ ୯ଟା ସମୟରେ ପ୍ରମିଳା ସାହୁଙ୍କ ଦିଅର ତପନ କୁମାର ସାହୁ (୪୭)(ପିତା- କୃଷ୍ଣଚନ୍ଦ୍ର ସାହୁ) ମାଛ ପୋଖରୀ ପାଖକୁ ଯାଇଥିଲେ। ପୂର୍ବରୁ ସେଠାରେ ଲୁଚି ରହିଥିବା ଧନେଶ୍ୱରଙ୍କ ଦୁଇ ପୁଅ ନିର୍ମଳ ସାହୁ ଓ ସତ୍ୟନାରାୟଣ ସାହୁ ଲୁହା ରଡ଼ ଓ ଠେଙ୍ଗା ସାହାଯ୍ୟରେ ତପନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ମରଣାନ୍ତକ ଆକ୍ରମଣରେ ତପନଙ୍କ ମୁଣ୍ଡ ଫାଟିଯିବା ସହ ଡାହାଣ ହାତ ପାପୁଲି ଭାଙ୍ଗି ଯାଇଛି। ଛାତିରେ ଗୋଇଠା ମାରିବାରୁ ପ୍ରଚୁର ରକ୍ତବାନ୍ତି ହୋଇଥିଲା lଆହତ ତପନଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଓ ପରେ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି। ସେଠାରେ ସେ ଚିକିତ୍ସାଧୀନ ରହି ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣା ପଡିଛି ।ଏ ନେଇ ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ପ୍ରମିଳା ସାହୁଙ୍କ ଅଭିଯୋଗ ଆଧାରରେ କେଶ ନଂ ୪୯୮/୨୬ ଏବଂ ସୋନାଲି ସାହୁଙ୍କ ଅଭିଯୋଗ ଆଧାରରେ କେଶ ନଂ ୪୯୭/୨୬ ରୁଜୁ ହୋଇଛି। ପ୍ରମିଳାଙ୍କ ମାମଲାରେ ସମ୍ପୃକ୍ତ ସତ୍ୟନାରାୟଣ ସାହୁଙ୍କୁ ଗିରଫ କରି ପୋଲିସ ଭାରତୀୟ ନ୍ୟାୟ ସଂହିତା ଧାରା ୧୦୯, ୧୨୬(୨), ୧୧୫(୨), ୧୧୭(୨), ୩(୫) ରେ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ଗ୍ରାମାଞ୍ଚଳ ଥାନା ଅଧିକାରୀ ପ୍ରଦୀପ୍ତ କାନୁନଗୋ ସୂଚନା ଦେଇଛନ୍ତି। ଅନ୍ୟ ଫେରାର ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି

---------------

ହିନ୍ଦୁସ୍ଥାନ ସମାଚାର / ସୁଧାଂଶୁ


 rajesh pande