ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ସଜାଗ : ଅତିରିକ୍ତ ସଚିବ ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ
ଜୟପୁର, ୨୭ ଅକ୍ଟୋବର (ହି.ସ.)- ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଆଗୁଆ ପ୍ରସ୍ତୁତି କରାଯାଇଛି। ଆଜି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଏ
ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ସଜାଗ: ଅତିରିକ୍ତ ସଚିବ ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ


ଜୟପୁର, ୨୭ ଅକ୍ଟୋବର (ହି.ସ.)- ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଆଗୁଆ ପ୍ରସ୍ତୁତି କରାଯାଇଛି। ଆଜି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ, ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା ଓ ଅତିରିକ୍ତ ଜିଲ୍ଲାପାଳ ନରେଶ ଚନ୍ଦ୍ର ଶବର, ଆଇଏଏସ୍ ପ୍ରୋବେସନର ଅନୁପ କୁମାର ନାୟକ, ଉପଜିଲ୍ଲାପାଳ ଫାବି ରଶିଦ ଏବଂ ଡେପୁଟି କଲେକ୍ଟର (ଜରୁରୀକାଳୀନ) ଉପସ୍ଥିତ ଥିଲେ। ଉପସ୍ଥିତ ରହି ଜିଲ୍ଲାର ଜରୁରୀକାଳୀନ ପ୍ରସ୍ତୁତି ଏବଂ ସୁରକ୍ଷା ବ୍ୟବସ୍ଥାର ବିସ୍ତୃତ ସମୀକ୍ଷା କରିଥିଲେ।ବୈଠକର ମୁଖ୍ୟ ନିଷ୍ପତ୍ତି ଓ ପ୍ରଶାସନିକ ପଦକ୍ଷେପ : ଆଲର୍ଟରେ ବ୍ଲକ ଓ ଜିଲ୍ଲା ସ୍ତରୀୟ ଅଧିକାରୀ: ଆଭାସୀ ମାଧ୍ୟମରେ ସମସ୍ତ ଜିଲ୍ଲା ଓ ବ୍ଲକ ସ୍ତରୀୟ ବିଭାଗୀୟ ଅଧିକାରୀମାନେ ବୈଠକରେ ଯୋଗଦେଇଥିଲେ। ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇ ନିଜ ନିଜ ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୁରକ୍ଷିତ ସ୍ଥାନାନ୍ତର : ତଳିଆ ଓ ସମ୍ବେଦନଶୀଳ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଚିହ୍ନଟ କରି ତୁରନ୍ତ ବାତ୍ୟା ଆଶ୍ରୟସ୍ଥଳୀ ଓ ପକ୍କା କୋଠାକୁ ସ୍ଥାନାନ୍ତର କରିବା ପାଇଁ ବ୍ଲକ ପ୍ରଶାସନକୁ ଦାୟିତ୍ୱ ଦିଆଯାଇଛି। ଗର୍ଭବତୀ ମହିଳାଙ୍କ ସୁରକ୍ଷା : ସମ୍ଭାବ୍ୟ ବାତ୍ୟା ସମୟରେ ଗର୍ଭବତୀ ମହିଳାମାନଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ପ୍ରସବ ପାଇଁ ଆସନ୍ତା କିଛି ଦିନ ଭିତରେ ତାରିଖ ଥିବା ଗର୍ଭବତୀମାନଙ୍କୁ ଚିହ୍ନଟ କରାଯାଇ ଆଗୁଆ ନିକଟସ୍ଥ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଡାଇଭର୍ସନ ରାସ୍ତାରେ ଯାତାୟାତ ନିୟନ୍ତ୍ରଣ : ପ୍ରବଳ ବର୍ଷା ଓ ବନ୍ୟା ଆଶଙ୍କା ଥିବା ସ୍ଥାନଗୁଡ଼ିକରେ ଥିବା ଡାଇଭର୍ସନ ରାସ୍ତା ଏବଂ ପୋଲଗୁଡ଼ିକରେ ଯାତାୟାତ ସୁରକ୍ଷିତ କରିବା ପାଇଁ ପୋଲିସ ଓ ପୂର୍ତ୍ତ ବିଭାଗକୁ ସତର୍କ କରାଯାଇଛି। ବିପଦସଙ୍କୁଳ ଡାଇଭର୍ସନ ରାସ୍ତାରେ ଗାଡ଼ି ଚଳାଚଳକୁ ନିୟନ୍ତ୍ରଣ କିମ୍ବା ବନ୍ଦ କରିବାକୁ ପଦକ୍ଷେପ ନିଆଯାଉଛି। ରିଲିଫ ଓ ଜରୁରୀ ସେବା : ଆଶ୍ରୟସ୍ଥଳୀଗୁଡ଼ିକରେ ଶୁଖିଲା ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ, ଆଲୋକ ଏବଂ ଆବଶ୍ୟକୀୟ ଔଷଧ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଉଦ୍ଧାରକାରୀ ଦଳ ପ୍ରସ୍ତୁତ : ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ଓଡ୍ରାଫ, ଅଗ୍ନିଶମ ବାହିନୀ ଏବଂ ପୋଲିସ ଟିମ୍ ଗୁଡ଼ିକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଛି। ରାସ୍ତାଘାଟ ସଫା କରିବା ପାଇଁ ଆବଶ୍ୟକୀୟ ଯନ୍ତ୍ରପାତି ମଧ୍ୟ ମହଜୁଦ ଅଛି। ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପ୍ରଶାସନର ମୁଖ୍ୟ ଲକ୍ଷ୍ୟ ବୋଲି ଅତିରିକ୍ତ ସଚିବ ପ୍ରକାଶ କରିବା ସହ ଭୟଭୀତ ନହୋଇ ସରକାରୀ ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅନୁରୋଧ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande