ଧସିଥିବା ବୈତରଣୀ ନଦୀବନ୍ଧର ଅନୁଧ୍ୟାନ କଲେ ସ୍ଥାନୀୟ ବିଧାୟକ, ବାତ୍ୟାକୁ ଦୃଷ୍ଟିରେ ରଖି ନଦୀବନ୍ଧର ପଡ଼ିଲା ବାଲିବସ୍ତା
ଭଦ୍ରକ, ୨୭ ଅକ୍ଟୋବର (ହି.ସ.) - ବନ୍ୟା ଛାଡିବା ପରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ସୁନ୍ଦରପୁର ଗାଁ ନିକଟରେ ଗତ ୨ଦିନ ତଳେ ବୈତରଣୀ ନଦୀର ମାଟି୍ୱନ୍ଧର ୩ଶହ ଫୁଟ ଲମ୍ବର ଫାଟ ସୃଷ୍ଟି ହେବା ସହ ଅନେକ ସ୍ଥାନରେ ଧସିବାରେ ଲାଗିଥିଲା। ଏପରି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ମଙ୍ଗଳବାର ଚ
BAITARANI NADIBANDHA VISIT MLA


ଭଦ୍ରକ, ୨୭ ଅକ୍ଟୋବର (ହି.ସ.) - ବନ୍ୟା ଛାଡିବା ପରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ସୁନ୍ଦରପୁର ଗାଁ ନିକଟରେ ଗତ ୨ଦିନ ତଳେ ବୈତରଣୀ ନଦୀର ମାଟି୍ୱନ୍ଧର ୩ଶହ ଫୁଟ ଲମ୍ବର ଫାଟ ସୃଷ୍ଟି ହେବା ସହ ଅନେକ ସ୍ଥାନରେ ଧସିବାରେ ଲାଗିଥିଲା। ଏପରି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ମଙ୍ଗଳବାର ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଘଟଣାସ୍ଥଳରେ ପହଂଚି ସ୍ଥିତିର ଅନୁଧ୍ୟାନ କରିବା ସହ ସ୍ଥାନୀୟ ଲୋକଙ୍କ ସହ କଥା ହୋଇଥିଲେ। ଏପରିକି ଏହି ନଦୀବନ୍ଧର ସୁଦୃଢିକରଣ ନିମନ୍ତେ ଧାମନଗର ଗାନ୍ଧିଘାଟ ଠାରୁ ଆରଡି ତିନିତର ଘାଟ ପର୍ଯ୍ୟନ୍ତ ନଦୀବନ୍ଧରେ ପଥର ପ୍ୟାକିଙ୍ଗି ସହ ମେଟାଲ ଓ କଂକ୍ରିଟ ଢଲାଇ ପାଇଁ ପାଖାପାଖି ୧ଶହ ବ୍ୟୟବରାଦ କରିବା ସହ ମଞ୍ଜୁର କରିଥିବା କହିଥିଲେ ବିଧାୟକ ଶ୍ରୀ ରାୟ କହିଛନ୍ତି। ହେଲେ ଚଳିତ ସରକାରର ଜଳସମ୍ପଦ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ରହିଥିବା ବେଳେ ଏପରି ନିମ୍ନମାନର କାମ ହୋଇଥିବାରୁ ଆଜି ଏପରି ନଦୀବନ୍ଧ ଧସିଲା ବୋଲି ଅଭିଯୋଗ କରିଥିଲେ ବିଧାୟକ ଶ୍ରୀ ରାୟ। ବାତ୍ୟା ପ୍ରଭାବରେ ବର୍ଷା ଲାଗି ରହିଥିବାରୁ ତତ୍କାଳୀନ ଭିତିରେ ଧାମନଗର ଜଳସମ୍ପଦ ବିଭାଗ ପକ୍ଷରୁ ପଲିଥିନି ପାଲ ଓ ବାଲି ବସ୍ତା ପକାଯାଇ ଅସ୍ଥାୟୀ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande