ବନ୍ୟା ଛାଡ଼ିବାର ୨ମାସ ବିତିଲା, କ୍ଷତିଗ୍ରସ୍ତଙ୍କୁ ମିଳିଲାନି ପଲିଥିନ୍, ଭଙ୍ଗା ଝାଟିମାଟି ଘରେ ବିତୁଛି ଜୀବନ, ବାତ୍ୟା ଅର୍ଣ୍ଣବ ପ୍ରଭାବରେ ବର୍ଷାକୁ ନେଇ ଆତଙ୍କିତ ବିପନ୍ନ ପରିବାର
ଭଦ୍ରକ, ୨୭ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ସୁନ୍ଦରପୁର, ଆରଡି, ନାନ୍ଦପୁର, ଓଳଗ ୪ଟି ପଂଚାୟତ ଦେଇ ପ୍ରବାହିତ ହେଉଥିବା ବୈତରଣୀ ଓ ସାଳନ୍ଦୀ ନଦୀରେ ପାଖାପାଖି ୬ଥର ବଡ଼ ବନ୍ୟା ଆସିବା ଫଳରେ ବହୁ ଧନଜୀବନ କ୍ଷତି ଘଟାଇବା ସହ ମାସ ମାସ ଧରି ଗାଁ ଦାଣ୍ଡ ଓ ଘରେ ବନ୍ୟାପାଣି ଲହଡ଼ି ମାର
BANYA BIPANA PARIBAR


ଭଦ୍ରକ, ୨୭ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ସୁନ୍ଦରପୁର, ଆରଡି, ନାନ୍ଦପୁର, ଓଳଗ ୪ଟି ପଂଚାୟତ ଦେଇ ପ୍ରବାହିତ ହେଉଥିବା ବୈତରଣୀ ଓ ସାଳନ୍ଦୀ ନଦୀରେ ପାଖାପାଖି ୬ଥର ବଡ଼ ବନ୍ୟା ଆସିବା ଫଳରେ ବହୁ ଧନଜୀବନ କ୍ଷତି ଘଟାଇବା ସହ ମାସ ମାସ ଧରି ଗାଁ ଦାଣ୍ଡ ଓ ଘରେ ବନ୍ୟାପାଣି ଲହଡ଼ି ମାରିବାରୁ ବିପନ୍ନମାନେ ଘର ଛାଡ଼ି ରାଜରାସ୍ତା ଓ ନଦୀବନ୍ଧ ଉପରେ ଆଶ୍ରୟ ନେଇଥିଲେ। ତାହାସହ ଶହଶହ ଚାଷୀଙ୍କର ଧୋଇଯାଇଥିଲା ସାରଦ ଧାନତଳି। ଏପରିକି ବାରମ୍ବାର ୍ୱନ୍ୟା ଆସିବା ଫଳରେ ବହୁ ବିପନ୍ନ ଉଜୁଡା ଘରକୁ ସଜାଡି ପାରିନଥିଲେ। ଇତିମଧ୍ୟରେ ବନ୍ୟା ଛାଡ଼ିବାର ୨ମାସ ବିତିଯାଇଥିଲେ ମଧ୍ୟ ସୁନ୍ଦରପୁର ପଂଚାୟତର ଅଧିକାଂଶ ବିପନ୍ନଙ୍କୁ ପଲିଥିନି ପାଲ ମିଳିନଥିବାରୁ ବିପନ୍ନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏପରିକି ଏବେବି ସେହି ଭଙ୍ଗା ଝାଟିମାଟି ଘରେ ବିପନ୍ନଙ୍କ ପରିବାର ବିପଦପୂର୍ଣ୍ଣ ଭାବେ ବସବାସ କରୁଛନ୍ତି। ବିଶେଷକରି ବାତ୍ୟା ଅର୍ଣ୍ଣବ ପ୍ରଭାବରେ ସୋମବାର ରାତିରୁ ବର୍ଷା ଓ ପବନ ଲାଗି ରହିଥିବାରୁ ବିପନ୍ନଙ୍କ ଦୁର୍ଦ୍ଦଶା ଦୁଇଗୁଣିତ ହେବା ସହ କେଉଁଠି ମୁଣ୍ଡ ଗୁଞ୍ଜିବେ ସେନେଇ ଆଶା ଆଶଙ୍କାରେ ରହିଛନ୍ତି । ଅନ୍ୟପଟେ ବିପନ୍ନମାନଙ୍କର ଘର ଅନୁଧ୍ୟାନ କରି ପଲିଥିନି ପାଲ ଯୋଗାଇ ଦେବା ପାଇଁ ସ୍ଥାନୀୟ ସରପଂଚ ଅଭିମନ୍ୟୁ ଜେନା ବାରମ୍ବାର ତହସିଲି ଠାରୁ ଆରମ୍ଭ କରି ଜିଲା ପ୍ରଶାସନକୁ ଗୁହାରୀ କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଦୁଃଖର ସହ କହିଛନ୍ତି। ଏପରି ବିପନ୍ନଙ୍କୁ ପାଲ ଯୋଗାଣ ସମ୍ବନ୍ଧରେ ଚାନ୍ଦବାଲି ତହସିଲଦାର ଭବତୋଷ ମଲିକଙ୍କୁ ପଚାରିବାରୁ ବନ୍ୟା ବିପନ୍ନଙ୍କୁ ପର୍ଯ୍ୟାପ୍ତ ପରିମାଣରରେ ପାଲ ଯୋଗାଇ ଦିଆଯାଇଛି, ଏବେ ଆଉ ପଲିଥିନି ପାଲ ଗଛିତ ନାହିଁ, ପୁର୍ନବାର ପଲିଥିନି ପାଲ ଆସିଲେ ଯେଉଁମାନେ ପାଇନାହାନ୍ତି ସେମାନଙ୍କୁ ଦିଆଯିବ ବୋଲି କହିଛନ୍ତି। ଏପଟେ ବିପନ୍ନମାନେ ଉଜୁଡା ଧାନଚାଷର କ୍ଷତିପୁରଣ ସହ ପଲିଥିନ ପାଲ ୭ଦିନ ମଧ୍ୟରେ ପ୍ରଶାସନ ପକ୍ଷରୁ ନମିଳିଲେ ଆନ୍ଦୋଳନ ପନ୍ଥା ଅବଲମ୍ବନ କରି ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଘନଶ୍ୟାମ ନାୟକ, ପ୍ରସନ୍ନ ଜେନା, ରାଜକିଶୋର ଜେନା, ପ୍ରଦୀପ ଜେନା, ଭାଗିରଥି ସାହୁ, ସଦାନନ୍ଦ ରାୟ, ସଦାନନ୍ଦ ପଲାଇ ପ୍ରମୁଖ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande