ଗୁଆହାଟୀର ହୋଟେଲ ବିଳାସ ଇନ୍ରେ ଗୁଳିଚାଳନା, ୫ ଜଣଙ୍କ ମୃତ୍ୟୁ, ଅଭିଯୁକ୍ତ ଗିରଫ
ଗୁଆହାଟୀ (ଆସାମ), ୨୭ ଅକ୍ଟୋବର (ହି.ସ.)। ଗୁଆହାଟୀର ଉଲୁବାରୀ, ଜିଏସ୍ ରୋଡ୍ର ବୋରା ସର୍ଭିସ୍ ଅଞ୍ଚଳରେ ଅବସ୍ଥିତ ହୋଟେଲ ବିଳାସ ଇନ୍ରେ ରାତି ପ୍ରାୟ ୯ଟା ସମୟରେ ହୋଇଥିବା ଆଖିବୁଜା ଗୁଳିଚାଳନାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଓ ୩ ଜଣ ପୁରୁଷ ଅଛନ୍ତି। ଅନ୍ୟ ଜଣେ ବ୍ୟକ୍ତି
गुवाहाटीः गोलीबारी घटनास्थल की जांच करते पुलिस के आलाधिकारी


गुवाहाटीः गोलीबारी में जान गंवाने वाली होटल की मालिकीन, पुत्र, एवं बहु की फाइल फोटो


ଗୁଆହାଟୀ (ଆସାମ), ୨୭ ଅକ୍ଟୋବର (ହି.ସ.)। ଗୁଆହାଟୀର ଉଲୁବାରୀ, ଜିଏସ୍ ରୋଡ୍ର ବୋରା ସର୍ଭିସ୍ ଅଞ୍ଚଳରେ ଅବସ୍ଥିତ ହୋଟେଲ ବିଳାସ ଇନ୍ରେ ରାତି ପ୍ରାୟ ୯ଟା ସମୟରେ ହୋଇଥିବା ଆଖିବୁଜା ଗୁଳିଚାଳନାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଓ ୩ ଜଣ ପୁରୁଷ ଅଛନ୍ତି। ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ଗୁଆହାଟୀ ମେଡିକାଲ କଲେଜ ଓ ହସ୍ପିଟାଲ (ଜିଏମ୍ସିଏଚ୍)ରେ ଚିକିତ୍ସାଧୀନ ଅଛନ୍ତି। ପଲଟନ ବଜାର ପୁଲିସ ସୂଚନା ଦେଇଛି ଯେ, ଆଜି ପାଞ୍ଚ ଜଣ ମୃତକଙ୍କ ଶବ ବ୍ୟବଚ୍ଛେଦ କରାଯିବ। ଗୁଆହାଟୀ ମହାନଗର ପୁଲିସ କମିଶନର ଡା. ପାର୍ଥ ସାରଥୀ ମହନ୍ତ ଏହି ସୂଚନା ଦେଇଛନ୍ତି।

ଗୁଆହାଟୀ ମହାନଗର ପୁଲିସ କମିଶନର ଡା. ମହନ୍ତ କହିଛନ୍ତି ଯେ, ପ୍ରାଥମିକ ସୂଚନା ଅନୁଯାୟୀ, ହୋଟେଲ ବିଳାସ ଇନ୍କୁ ଲିଜ୍ରେ ନେଇଥିବା ଘନକାନ୍ତ ଗୋଗୋଇ ଏହି ହତ୍ୟାକାଣ୍ଡ ପଛରେ ରହିଛନ୍ତି। ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ପୁଲିସ କମିଶନରଙ୍କ ସୂଚନା ଅନୁସାରେ, ଗୁଳିଚାଳନାରେ ହୋଟେଲ ବିଳାସ ଇନ୍ର ମାଲିକ ହେଲେନା ବି. ଭରାଲି, ତାଙ୍କ ପୁଅ ଦେବର୍ଷି କଶ୍ୟପ, କଶ୍ୟପଙ୍କ ପତ୍ନୀ ରିନିକି ଭରାଲି, ହେଲେନା ଭରାଲିଙ୍କ ବଡ଼ ଭାଇ ଭୂଦେବ ଭରାଲି ଏବଂ ହୋଟେଲ କର୍ମଚାରୀ ନାରାୟଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ, ଗୁରୁତର ଆହତ ଗାଡ଼ିଚାଳକ ସତ୍ୟେନ ପାଠକଙ୍କ ଜିଏମ୍ସିଏଚ୍ରେ ଚିକିତ୍ସା ଚାଲିଛି। ମୃତକମାନେ ଗୋଟିଏ ପରିବାରର ସଦସ୍ୟ। ହେଲେନାଙ୍କ ଘରେ ଦୁଇଟି ଛୋଟ ପିଲା ଅଛନ୍ତି। ହେଲେନାଙ୍କ ପରିବାର ହୋଟେଲ ବିଳାସ ଇନ୍ର ଉପର ମହଲାର ଗୋଟିଏ ଫ୍ଲୋର୍ରେ ରହୁଥିଲେ।

ସୂଚନା ଅନୁଯାୟୀ, ପ୍ରାୟ ଏକ ବର୍ଷ ପୂର୍ବେ ଘନକାନ୍ତ ଗୋଗୋଇ ହେଲେନା ଭରାଲିଙ୍କଠାରୁ ହୋଟେଲଟିକୁ ଲିଜ୍ରେ ନେଇଥିଲେ। ଲିଜ୍କୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଚାଲିଥିଲା। ଲିଜ୍ର ଅବଧି ଶେଷ ହେବା ପରେ ଗତ ରାତିରେ ଘନକାନ୍ତ ହେଲେନାଙ୍କ ସହ କଥା ହେବାକୁ ଆସିଥିଲେ। ଏହି ସମୟରେ ସେ ନିଜ ଲାଇସେନ୍ସପ୍ରାପ୍ତ ପିସ୍ତଲରୁ ଗୁଳିଚାଳନା କରିଥିଲେ।

ଘଟଣାର ପ୍ରାୟ ଏକ ଘଣ୍ଟା ମଧ୍ୟରେ ପଲଟନ ବଜାର ପୁଲିସ ହତ୍ୟା ଅଭିଯୁକ୍ତ ଘନକାନ୍ତ ଗୋଗୋଇଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ତାଙ୍କୁ ପଚରାଉଚରା ଜାରି ରହିଛି। ପୁଲିସ ଘନକାନ୍ତ ଗୋଗୋଇଙ୍କ ୩୨ ବୋର୍ର ଲାଇସେନ୍ସପ୍ରାପ୍ତ ପିସ୍ତଲକୁ ମଧ୍ୟ ଜବତ କରିଛି।

ଅନ୍ୟପକ୍ଷରେ, ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଗମ୍ଭୀର ଅଭିଯୋଗ ଆଣିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande