
ଭୁବନେଶ୍ୱର,୨୭ ଅକ୍ଟୋବର (ହି.ସ)- ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତ ରତ୍ନ ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ପୂଣ୍ୟ ଶ୍ରାଦ୍ଧ ଦିବସ ଅବସରରେ ରାଜ୍ୟସ୍ତରୀୟ ଇନ୍ଦିରାଗାନ୍ଧୀ ସ୍ମୃତି ସମିତି ତରଫରୁ ଭୁବନେଶ୍ୱର ଇନ୍ଦିରା ଗାନ୍ଧୀ ପାର୍କ ଠାରେ ଆସନ୍ତା ୩୧ ତା ରିଖ ଶନିବାର ସକାଳ ୭ ଘଟିକା ଠାରୁ ଦିବସ ବ୍ୟାପି ରାଜ୍ୟସ୍ତରୀୟ ସମାରୋହ ଅନୁଷ୍ଠିତ ହେବ। ଏହି ଅବସରରେ ପ୍ରତୁଷରୁ ସ୍ୱର୍ଗିୟା ଇନ୍ଦିରାଜୀଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧା ସୁମନ ଅର୍ପଣ, ସର୍ବଧର୍ମ ପ୍ରାର୍ଥନା ସଭା, ରାମଧୁନ ଭଜନ ଓ ସଂକୀର୍ତନ, ଶପଥପାଠ କବିତା ପାଠୋତ୍ସବ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହେବ ବୋଲି ଆଜି ଭୁବନେଶ୍ୱର ଠାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ନିଷ୍ପତି କରାଯାଇଛି। ଉକ୍ତ ସମିତର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ସାଧାରଣ ସମ୍ପାଦକ ଅମିୟ କୁମାର ପଟ୍ଟନାୟକ, ଉପାଧ୍ୟକ୍ଷ ସସ୍ମିତା ବେହେରା ଓ ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ ଏକ ପ୍ରେସ ବିବୃତିରେ ଏହା ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା