କାସିମପୁର ରେବ ନଦୀରେ ହେବ ଉଚ୍ଚସେତୁ, ୧୧.୮୦ କୋଟିର ପ୍ରକଳ୍ପକୁ ଅନୁମୋଦନ ଅପେକ୍ଷା, ସେତୁ ବନ୍ଧନ ଯୋଜନାରେ ନିର୍ମାଣ ପ୍ରସ୍ତାବ, ୨୦୨୬-୨୭ରେ ୧.୭୭ କୋଟିର ବଜେଟ୍ ବ୍ୟବସ୍ଥା
ଭଦ୍ରକ, ୨୭ ଅକ୍ଟୋବର (ହି.ସ.) - ଏହି ଜିଲାର ଧାମନଗର ବ୍ଲକ କାସିମପୁର ଡଙ୍ଗାଘାଟ ନିକଟ ରେବ ନଦୀ ଉପରେ ନିର୍ମାଣ ହେବ ଉଚ୍ଚସ୍ତରୀୟ ସେତୁ। ଏଥିପାଇଁ ୧୧୮୦.୨୯ ଲକ୍ଷ ଟଙ୍କା ଅର୍ଥାତ୍ ପ୍ରାୟ ୧୧.୮୦ କୋଟି ଟଙ୍କାର ବିସ୍ତୃତ ଆକଳନ ପ୍ରସ୍ତୁତ ହୋଇଛି। ଏବେ ପ୍ରକଳ୍ପଟି ସରକାରୀ ପ୍ରଶାସନିକ ଅନୁମୋଦନ ଅପେକ୍ଷ
କାସିମପୁର ରେବ ନଦୀରେ ହେବ ଉଚ୍ଚସେତୁ, ୧୧.୮୦ କୋଟିର ପ୍ରକଳ୍ପକୁ ଅନୁମୋଦନ ଅପେକ୍ଷା, ସେତୁ ବନ୍ଧନ ଯୋଜନାରେ ନିର୍ମାଣ ପ୍ରସ୍ତାବ, ୨୦୨୬-୨୭ରେ ୧.୭୭ କୋଟିର ବଜେଟ୍ ବ୍ୟବସ୍ଥା


ଭଦ୍ରକ, ୨୭ ଅକ୍ଟୋବର (ହି.ସ.) - ଏହି ଜିଲାର ଧାମନଗର ବ୍ଲକ କାସିମପୁର ଡଙ୍ଗାଘାଟ ନିକଟ ରେବ ନଦୀ ଉପରେ ନିର୍ମାଣ ହେବ ଉଚ୍ଚସ୍ତରୀୟ ସେତୁ। ଏଥିପାଇଁ ୧୧୮୦.୨୯ ଲକ୍ଷ ଟଙ୍କା ଅର୍ଥାତ୍ ପ୍ରାୟ ୧୧.୮୦ କୋଟି ଟଙ୍କାର ବିସ୍ତୃତ ଆକଳନ ପ୍ରସ୍ତୁତ ହୋଇଛି। ଏବେ ପ୍ରକଳ୍ପଟି ସରକାରୀ ପ୍ରଶାସନିକ ଅନୁମୋଦନ ଅପେକ୍ଷାରେ ରହିଛି।ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରସ୍ତୁତ ଏହି ପ୍ରକଳ୍ପର ଆକଳନକୁ ଅନୁମୋଦନ ପାଇଁ ବିଭାଗୀୟ ସଚିବଙ୍କ ନିକଟକୁ ପଠାଯାଇଛି। ପ୍ରକଳ୍ପର ବ୍ୟୟ ଅଟକଳ ୧୦ କୋଟି ଟଙ୍କା ଅତିକ୍ରମ କରୁଥିବାରୁ ଓଡ଼ିଶା ପିଡବ୍ଲ୍ୟୁଡି କୋଡ୍ର ନିୟମ ଅନୁଯାୟୀ ସରକାରୀ ସ୍ତରରେ ଅନୁମୋଦନ ଆବଶ୍ୟକ। ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ (ରୁରାଲ୍ ୱାର୍କ୍ସ) ବିଭାଗୀୟ ସଚିବଙ୍କୁ ପତ୍ର ଲେଖିଛନ୍ତି।ସୂଚନାନୁସାରେ, ‘ସେତୁ ବନ୍ଧନ ଯୋଜନା’ (ଏସ୍ବିୱାଇ) ଅଧୀନରେ ୨୦୨୫-୨୬ ଆର୍ôଥକ ବର୍ଷରେ ଏହି ପ୍ରକଳ୍ପକୁ ଅନୁମୋଦନ ମିଳିଥିବା ଉଲ୍ଲେଖ ରହିଛି। ପ୍ରସ୍ତାବିତ ସେତୁଟି ପାଇଲ୍ ଫାଉଣ୍ଡେସନ ରେ ନିର୍ମାଣ ହେବା ସହ ଏଥିରେ ୪ ଟି ସ୍ପାନ ରହିବ। ଏହାର ଡିଜାଇନ୍? ରେ ପ୍ରତ୍ୟେକ ସ୍ପାନ ର ଲମ୍ବ ୧୦.୭୭ ମିଟର ରଖାଯାଇଛି। ଅନ୍ୟପକ୍ଷରେ, ୨୦୨୬-୨୭ ଆର୍ôଥକ ବର୍ଷରେ ଏହି ପ୍ରକଳ୍ପ ପାଇଁ ୧୭୭ ଲକ୍ଷ ଟଙ୍କା ଅର୍ଥାତ୍ ୧.୭୭ କୋଟି ଟଙ୍କାର ବଜେଟ ବ୍ୟବସ୍ଥା ରହିଛି। କାସିମପୁର ଡଙ୍ଗାଘାଟ ନିକଟରେ ରେବ ନଦୀ ଉପରେ ସେତୁ ନିର୍ମାଣ ହେଲେ ସ୍ଥାନୀୟ ଲୋକଙ୍କ ଯାତାୟାତ ସୁଗମ ହେବା ସହ ଆଖପାଖ ଅଂଚଳର ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆସିବ ବୋଲି ଆଶା କରାଯାଉଛି। ତେବେ ପ୍ରକଳ୍ପର ପ୍ରଶାସନିକ ଅନୁମୋଦନ ପରେ ନିର୍ମାଣ କାର୍ଯ୍ୟ ଆଗେଇବାର ପଥ ପରିଷ୍କାର ହେବ। ଏବେ ସ୍ଥାନୀୟ ଅଂଚଳବାସୀଙ୍କ ନଜର ସରକାରୀ ଅନୁମୋଦନ ଉପରେ ରହିଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande