କଟସାହି ରାସ୍ତା ପାଇଁ ୬.୫୧ କୋଟି ମଞ୍ଜୁର, ୪.୧୫ କିମି ରାସ୍ତାର ହେବ ଉନ୍ନତୀକରଣ, ନିର୍ମାଣ ହେବ ୧୫ ଟି କଲଭର୍ଟ
ଭଦ୍ରକ, ୨୭ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକ କଟସାହି ପଂଚାୟତବାସୀଙ୍କ ପାଇଁ ଖୁସି ଖବର। ସି.ଏସ୍. ନନ୍ଦୁର ରୋଡ୍ ର ଉନ୍ନତୀକରଣ ପାଇଁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୬ କୋଟି ୫୧ ଲକ୍ଷ ୪୨ ହଜାର ଟଙ୍କାର ପ୍ରଶାସନିକ ମଞ୍ଜୁରୀ ମିଳିଛି। ‘ଏମ୍ଏମ୍ଏସ୍ୱାଇ-ଡିଜାଷ୍ଟର ରିଜିଲିଏଂଟ ର
କଟସାହି ରାସ୍ତା ପାଇଁ ୬.୫୧ କୋଟି ମଞ୍ଜୁର, ୪.୧୫ କିମି ରାସ୍ତାର ହେବ ଉନ୍ନତୀକରଣ, ନିର୍ମାଣ ହେବ ୧୫ ଟି କଲଭର୍ଟ


ଭଦ୍ରକ, ୨୭ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକ କଟସାହି ପଂଚାୟତବାସୀଙ୍କ ପାଇଁ ଖୁସି ଖବର। ସି.ଏସ୍. ନନ୍ଦୁର ରୋଡ୍ ର ଉନ୍ନତୀକରଣ ପାଇଁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୬ କୋଟି ୫୧ ଲକ୍ଷ ୪୨ ହଜାର ଟଙ୍କାର ପ୍ରଶାସନିକ ମଞ୍ଜୁରୀ ମିଳିଛି। ‘ଏମ୍ଏମ୍ଏସ୍ୱାଇ-ଡିଜାଷ୍ଟର ରିଜିଲିଏଂଟ ରୋଡ୍ସ’ ଯୋଜନାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ମଞ୍ଜୁରୀ ଅନୁଯାୟୀ, ମୋଟ ୪.୧୫୦ କିଲୋମିଟର ରାସ୍ତାର ଦୃଢ଼ କଂକ୍ରିଟ୍କରଣ କରାଯିବ। ଏଥିସହ ଯାତାୟାତକୁ ସୁଗମ କରିବା ଓ ଜଳ ନିଷ୍କାସନ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ୧୫ ଟି କଲଭର୍ଟ, ଟୋ ୱାଲ୍, ରିଟେନିଂ ୱାଲ୍ ଏବଂ କଂକ୍ରିଟ୍ ଡ୍ରେନ୍ ନିର୍ମାଣ କରାଯିବ। ରାସ୍ତାର ସୁରକ୍ଷା ଓ ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ଅର୍ଥ ବ୍ୟବସ୍ଥା ରହିଛି।ପ୍ରକଳ୍ପର ଅଟକଳରେ ରାସ୍ତା ନିର୍ମାଣ ପାଇଁ ପ୍ରାୟ ୨.୬୧ କୋଟି, କଲଭର୍ଟ ପାଇଁ ପ୍ରାୟ ୧.୦୯ କୋଟି ଏବଂ ଟୋ ୱାଲ୍?, ରିଟେନିଂ ୱାଲ୍ ଓ ଡ୍ରେନ୍ ପାଇଁ ପ୍ରାୟ ୧.୪୬ କୋଟି ଟଙ୍କାର ବ୍ୟୟ ଅଟକଳ ରହିଛି। ଏଥିସହ ଜିଏସ୍ଟି, ରାସ୍ତା ସୁରକ୍ଷା ଉପକରଣ ଓ ପାଂଚ ବର୍ଷର ରକ୍ଷଣାବେକ୍ଷଣ ଖର୍ଚ୍ଚ ମଧ୍ୟ ସାମିଲ ହୋଇଛି।ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶ ଅନୁସାରେ, ଆଇଆରସି ଓ ପିଏମ୍ଜିଏସ୍ୱାଇ ମାନଦଣ୍ଡ ଅନୁଯାୟୀ ସର୍ବେକ୍ଷଣ ଓ ବୈଷୟିକ ମଞ୍ଜୁରୀ ପରେ ହିଁ କାର୍ଯ୍ୟ ଆରମ୍ଭ ହେବ।ଏହି ପ୍ରକଳ୍ପ ଦ୍ୱାରା କଟସାହି ପଂଚାୟତ ସମେତ ଆଖପାଖ ଅଂଚଳର ଲୋକଙ୍କ ଯାତାୟାତ ସୁବିଧା ହେବା ସହ ଗ୍ରାମାଂଚଳର ଯୋଗାଯୋଗ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବ ବୋଲି ଆଶା କରାଯାଉଛି। ଦୀର୍ଘଦିନ ହେବ ଉକ୍ତ ରାସ୍ତା ବିପର୍ଯ୍ୟସ୍ତ ଅବସ୍ଥା ରେ ଥିଲା। ଏବେ ନୂତନ ଭାବରେ ରାସ୍ତା ନିର୍ମାଣ ହେଲେ ପଡୋଶୀ ତିହିଡି ଓ ଧାମନଗର ମଧ୍ୟ ରେ ମଧ୍ୟ ଯୋଗା ଯୋଗ ସୁଗମ ହୋଇ ପାରିବ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande