ଘଟଗାଁ ବ୍ଲକ ନୂତନ କାର୍ଯ୍ୟାଳୟ ଗୃହ ନିର୍ମାଣ ଭିତିପ୍ରସ୍ତର ସ୍ଥାପନ
ଘଟଗାଁ , ୨୭ ଅକ୍ଟୋବର (ହି.ସ.) - ଆଜି ପୂର୍ବାହ୍ଣରେ ଘଟଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ ଓଡ଼ିଶା ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ଆବାସିକ ଓ ଅଣଆବାସିକ ଗୃହ ଅନୁଦାନ ପାଣ୍ଠିରୁ ନିର୍ମାଣ ହେବାକୁ ଥିବା ନୂତନ କାର୍ଯ୍ୟାଳୟର ଭିତିପ୍ରସ୍ତର ସ୍ଥାପନ ପୂଜା ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ଖଗେଶ୍
ଘଟଗାଁ ବ୍ଲକ ନୂତନ କାର୍ଯ୍ୟାଳୟ ଗୃହ ନିର୍ମାଣ ଭିତ୍ତିପ୍ରସ୍ତର ସ୍ଥାପନ


ଘଟଗାଁ , ୨୭ ଅକ୍ଟୋବର (ହି.ସ.) - ଆଜି ପୂର୍ବାହ୍ଣରେ ଘଟଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ ଓଡ଼ିଶା ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ଆବାସିକ ଓ ଅଣଆବାସିକ ଗୃହ ଅନୁଦାନ ପାଣ୍ଠିରୁ ନିର୍ମାଣ ହେବାକୁ ଥିବା ନୂତନ କାର୍ଯ୍ୟାଳୟର ଭିତିପ୍ରସ୍ତର ସ୍ଥାପନ ପୂଜା ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ଖଗେଶ୍ୱର ବରାଳଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଶ୍ରୀଯୁକ୍ତ ଅନନ୍ତ ନାଏକ ମୁଖ୍ୟ ଅତିଥି, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ନାଏକ ଏବଂ ଘଟଗାଁ ଆଇଆଇସି ଶ୍ରୀଯୁକ୍ତ ଶୁଭ୍ରାନ୍ତ କୁମାର ଜେନା ସମ୍ମାନନୀୟ ଅତିଥି ରୂପେ ଯୋଗଦାନ କରିଥିଲେ। ଅଭିଜ୍ଞ କନିଷ୍ଠ ଯନ୍ତ୍ରୀ ଜୟନ୍ତ କୁମାର ଜେନା ପୂଜାକର୍ତା ଭାବେ ଦାୟିତ୍ୱ ତୁଲେଇଥିବା ବେଳେ ଏବିଡ଼ିଓ ଚିତରଞ୍ଜନ ନାୟକ, ସହକାରୀ ଶ୍ରମ ଅଧିକାରୀ ଘନଶ୍ୟାମ ମହାନ୍ତ, କନିଷ୍ଠ ଯନ୍ତ୍ରୀ ସିଙ୍ଗୁ ମୁର୍ମୁ, ଉପବିଭାଗୀୟ ଅଧିକାରୀ ବ୍ରଜକିଶୋର ଜେନା, ବରିଷ୍ଠ ରାଜସ୍ୱ ସହାୟକ ପୀତବାସ ସାହୁ, ଓଡିଶା ଜୀବିକା ମିଶନ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ବେହେରା ପ୍ରମୁଖ ଆନୁଷଙ୍ଗିକ ସହାୟତା ପ୍ରଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande