
ଖୋର୍ଦ୍ଧା, ୨୭ ଅକ୍ଟୋବର (ହି.ସ.) - ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ମଙ୍ଗଳବାର ପୂର୍ବାହ୍ନରେ ରାଜ୍ୟ ସଚିବାଳୟ ସ୍ଥିତ ଲୋକ ସେବା ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଯୋଗଦେଇ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ରାଜ୍ୟର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଓସ୍ୱାନ ପ୍ଲାଟଫର୍ମରେ ନାଗରିକଙ୍କ ପାଇଁ ସାଧୁତାର ଶପଥ ପାଠ କରାଇଥିଲେ । ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓସ୍ୱାନ୍ ପ୍ଲାଟଫର୍ମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେଆଜି ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ପ୍ରତାପ ଚନ୍ଦ୍ର ବେଉରା ଏବଂ ଅତିରିକ୍ତ ଜିଲ୍ଲାପାଳ,ରାଜସ୍ୱ ଶଫଲ୍ୟ ମଣ୍ଡିତ ପ୍ରଧାନଙ୍କ ମିଳିତ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟର ବିଭିନ୍ନ ବିଭାଗର ଅଧିକାରୀ ଏବଂ କର୍ମଚାରୀ ମାନେ ଶପଥ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅନାଦି ଚରଣ ସେଠୀ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ପ୍ରଜ୍ଞା ପାରମିତା ଜେନା, ରଶ୍ମୀ ବାଳା ସ୍ୱାଇଁ,ଡେପୁଟୀ କଲେକ୍ଟର ଆର୍ତତ୍ରାଣ ସୌମ୍ୟା ସାଗରୀକା ସ୍ୱାଇଁ, ସାରା ମଲ୍ଲିକ, ଆସିଷ୍ଟାଂଟ କଲେକ୍ଟର ଭୁବନେଶ୍ୱରୀ କଅଁର, ଇପ୍ସିତା ସାହୁଙ୍କ ସମେତ ବିଭିନ୍ନ ଅଧିକାରୀମାନେ ଯୋଗଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ରାକେଶ