ପିପିଳିଆରେ ୪୯ ତମ ଗଜଲକ୍ଷ୍ମୀ ପୂଜା
କେନ୍ଦୁଝର, ୨୭ ଅକ୍ଟୋବର(ହି.ସ.) – ଘଟଗାଁ ବ୍ଲକ ପିପିଳିଆ ଗ୍ରାମରେ ମା'' ଗଜଲକ୍ଷ୍ମୀ ପୂଜା ମହା ଆଡମ୍ବର ସହ ପାଳିତ ହେଉଛି । କମିଟି ପକ୍ଷରୁ ୪୯ ତମ ଗଜଲକ୍ଷୀ ପୂଜା ଯଥାବିଧି ଅନୁଷ୍ଠିତ ହୋଇଯାଇଛି । ଗାଁ ରାଜବନ୍ଧ ପୋଖରୀରୁ କଳସ ଯାତ୍ରା କରାଯାଇ ଘଟ ସ୍ଥାପନ କରାଯାଇଥିଲା। ପୂଜାରେ କର୍ତା ଭାବେ ରାମଚନ
Fifty


କେନ୍ଦୁଝର, ୨୭ ଅକ୍ଟୋବର(ହି.ସ.) – ଘଟଗାଁ ବ୍ଲକ ପିପିଳିଆ ଗ୍ରାମରେ ମା' ଗଜଲକ୍ଷ୍ମୀ ପୂଜା ମହା ଆଡମ୍ବର ସହ ପାଳିତ ହେଉଛି । କମିଟି ପକ୍ଷରୁ ୪୯ ତମ ଗଜଲକ୍ଷୀ ପୂଜା ଯଥାବିଧି ଅନୁଷ୍ଠିତ ହୋଇଯାଇଛି । ଗାଁ ରାଜବନ୍ଧ ପୋଖରୀରୁ କଳସ ଯାତ୍ରା କରାଯାଇ ଘଟ ସ୍ଥାପନ କରାଯାଇଥିଲା। ପୂଜାରେ କର୍ତା ଭାବେ ରାମଚନ୍ଦ୍ର ଦଣ୍ଡପାଟ ଓ ଭଜହରି ନାୟକଙ୍କ ସହ ପୂଜକ ଜଗବନ୍ଧୁ ଦାଶ ପୂଜା ସମ୍ଭାଳିଛନ୍ତି। ପୂଜା ଅବସରରେ କମିଟି ପକ୍ଷରୁ ଦୁଇ ଦିନ ନାଟକ ପରିବେଶଣ ହେବାକୁ ଥିବା ବେଳେ ପ୍ରଥମ ରାତିରେ ପାରିବାରିକ କାହାଣୀ ଉପରେ ନାଟକ କେତେ ଦୁଃଖ ଦେବୁ କହ ଦଇବ ଏବଂ ୨ୟ ରାତିରେ ନାଟକ ଏଠି ତୋର ଦୋଷ ନା ମୋର ଦୋଷ ମଂଚସ୍ଥ କରାଯିବ। କମିଟି ସଭାପତି ପରମେଶ୍ୱର ବାରିକ, ସଂପାଦକ ତପନ କୁମାର ନାୟକ, କୋଷାଧ୍ୟକ୍ଷ କ୍ଷୀରୋଦ କୁମାର ମହାପାତ୍ର ସହ କମିଟି ପକ୍ଷରୁ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଛନ୍ତି। ଆକର୍ଷଣୀୟ ଆଲୋକ ମେଳା ଓ ମୃଣ୍ମୟ ମୂର୍ତି ବେଶ ଆକର୍ଷଣୀୟ ହୋଇଛି।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande