ସମ୍ବଲପୁର ମସଲା ବିକାଶ ଯୋଜନାର କାର୍ଯ୍ୟଖସଡ଼ା ସମୀକ୍ଷା
ସମ୍ବଲପୁର ମସଲା ବିକାଶ ଯୋଜନାର କାର୍ଯ୍ୟଖସଡ଼ା ସମୀକ୍ଷା
ସମ୍ବଲପୁର ମସଲା ବିକାଶ ଯୋଜନାର କାର୍ଯ୍ୟଖସଡ଼ା  ସମୀକ୍ଷା


ସମ୍ବଲପୁର ମସଲା ବିକାଶ ଯୋଜନାର କାର୍ଯ୍ୟଖସଡ଼ା  ସମୀକ୍ଷା


ସମ୍ବଲପୁର ମସଲା ବିକାଶ ଯୋଜନାର କାର୍ଯ୍ୟଖସଡ଼ା  ସମୀକ୍ଷା


ସମ୍ବଲପୁର ମସଲା ବିକାଶ ଯୋଜନାର କାର୍ଯ୍ୟଖସଡ଼ା  ସମୀକ୍ଷା


ସମ୍ବଲପୁର, ୨୭, ଅକ୍ଟୋବର (ହି.ସ.) ସମ୍ବଲପୁର ଜିଲ୍ଲାକୁ ରାଜ୍ୟର ଅନ୍ୟତମ ପ୍ରମୁଖ ମସଲା ଉତ୍ପାଦନ, ସଂସ୍କରଣ ଓ ବ୍ୟବସାୟିକ କେନ୍ଦ୍ର ଭାବରେ ବିକଶିତ କରିବା ଲକ୍ଷ୍ୟରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ପ୍ରତ୍ୟକ୍ଷ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କୁଚିଣ୍ଡା ଉପଜିଲ୍ଲାପାଳ ସିଂ ଶ୍ରବଣ, ଭାରତୀୟ ମସଲା ବୋର୍ଡର ବରିଷ୍ଠ କର୍ମକର୍ତା ଏବଂ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ସମ୍ବଲପୁର ମସଲା ବିକାଶ ଯୋଜନା' ଅଧୀନରେ ଚାଷୀମାନଙ୍କ ଆୟ ବୃଦ୍ଧି ଏବଂ ଜିଲ୍ଲାକୁ ମସଲା ଉତ୍ପାଦନ କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ ପାଇଁ ଏକ ପାଂଚବର୍ଷିଆ ବ୍ୟାପକ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି। ଏହି ଯୋଜନା ଅଧୀନରେ ଭାରତୀୟ ମସଲା ବୋର୍ଡ ସହ ମିଳିତ ସହଯୋଗରେ ଜିଲ୍ଲା ପ୍ରଶାସନ ତରଫରୁ ଲଙ୍କା ଚାଷକୁ ଅଧିକ ବ୍ୟାପକ କରିବା ପାଇଁ ଏକ ସ୍ୱତନ୍ତ୍ର ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ନିଷ୍ପତି ନିଆଯାଇଛି। ଏଥିରେ ପ୍ରାଥମିକତା ଭିତିରେ କୁଚିଣ୍ଡା ସବ-ଡିଭିଜନର ୪ ଗୋଟି ପଂଚାୟତକୁ ସାମିଲ କରାଯାଇ କାର୍ଯ୍ୟ ଆରମ୍ଭ କରିବା ପାଇଁ ସ୍ଥିର କରାଯାଇଛି। ଏହାସହିତ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ମୃତିକା ସ୍ୱାସ୍ଥ୍ୟ, ଜଳବାୟୁ ଓ ଜଳସେଚନ ସୁବିଧାକୁ ଅନୁଧ୍ୟାନ କରି ବ୍ଲକ-ୱାରୀ ହଳଦୀ, ଅଦା, ଲଙ୍କା, ଧନିଆ ଆଦି ବ୍ୟବସାୟିକ ଦୃଷ୍ଟିକୋଣରୁ ଲାଭଜନକ ମସଲା ଚାଷ ପାଇଁ ଉପଯୁକ୍ତ ଅଂଚଳ ଚିହ୍ନଟ କରାଯିବ। ପ୍ରତି ବ୍ଲକରେ ପ୍ରତିପୋଷକ ମସଲା କ୍ଲଷ୍ଟର ଗଠନ କରାଯାଇ କୃଷକ ଉତ୍ପାଦକ ସଂଗଠନ, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଚାଷୀମାନଙ୍କୁ ସାମିଲ କରାଯିବା ସହ ମସଲା ବୋର୍ଡ ଓ ଉଦ୍ୟାନ କୃଷି ବିଭାଗର ମିଳିତ ଆନୁକୂଲ୍ୟରେ ବିଜ୍ଞାନସମ୍ମତ ଚାଷ ପ୍ରଣାଳୀ, ଉନ୍ନତ ବିହନ ଏବଂ ସମନ୍ୱିତ କୀଟ ନିୟନ୍ତ୍ରଣ ସମ୍ପର୍କରେ ତାଲିମ ପ୍ରଦାନ କରାଯିବ। ମୂଲ୍ୟ ସଂଯୋଜନ ଓ ବ୍ରାଣ୍ଡିଂ ଉପରେ ଗୁରୁତ୍ୱାରୋପ କରି ଅମଳ ପରବର୍ତୀ ପରିଚାଳନା, ଶୁଖାଇବା, ଗ୍ରେଡିଂ, ସଂରକ୍ଷଣ ଓ ପ୍ରାଥମିକ ସଂସ୍କରଣ ଭିତିଭୂମି ସ୍ଥାପନ କରାଯିବ। ଚାଷୀଙ୍କୁ ସୀଧାସଳଖ ବ୍ୟବସାୟୀ, ସଂସ୍କରଣ ଉଦ୍ୟୋଗ ଓ ରପ୍ତାନିକାରୀଙ୍କ ସହ ଯୋଡ଼ିବା ସହ ସମ୍ବଲପୁର ସ୍ପାଇସେସ୍' ନାମରେ ଏକ ନିଜସ୍ୱ ବ୍ରାଣ୍ଡ ଗଢ଼ି ତୋଳିବାକୁ ଲକ୍ଷ୍ୟ ରଖାଯାଇଛି। ଆବଶ୍ୟକୀୟ ଭିତିଭୂମି ବିକାଶ ଏବଂ ବୈଷୟିକ ସହଯୋଗ ମାଧ୍ୟମରେ ଧାର୍ଯ୍ୟ ସମୟସୀମା ମଧ୍ୟରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

-------------

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande