ଦ୍ୱିତୀୟ ପର୍ଯ୍ୟୟରେ ଜିଲ୍ଲାର ୧୬୯ ଜଣ ତୀର୍ଥ ଯାତ୍ରୀ ବାରଣାସୀ ଅଯୋଧ୍ୟା ତୀର୍ଥରେ ବାହାରିଲେ
ଖୋର୍ଦ୍ଧା, ୨୭ ଅକ୍ଟୋବର (ହି.ସ.) - ଜିଲ୍ଲା ସଂସ୍କୃତି ଭବନ ପରିସରରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ଖୋର୍ଦ୍ଧା ଉପଖଣ୍ଡର ୧୨୭ ଜଣ ତୀର୍ଥ ଯାତ୍ରଙ୍କ ବାରଣାସୀ ଅଯୋଧ୍ୟା ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭୁତିରେ କୁଶଳ ମଙ୍ଗଳରେ
ତୀର୍ଥ


ଖୋର୍ଦ୍ଧା, ୨୭ ଅକ୍ଟୋବର (ହି.ସ.) - ଜିଲ୍ଲା ସଂସ୍କୃତି ଭବନ ପରିସରରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ଖୋର୍ଦ୍ଧା ଉପଖଣ୍ଡର ୧୨୭ ଜଣ ତୀର୍ଥ ଯାତ୍ରଙ୍କ ବାରଣାସୀ ଅଯୋଧ୍ୟା ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭୁତିରେ କୁଶଳ ମଙ୍ଗଳରେ ଯାତ୍ରା ସଫଳ କରି ପ୍ରତ୍ୟାବର୍ତନ କରନ୍ତୁ ବୋଲି ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ,ଶ୍ରୀ ପ୍ରଧାନ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି ଯାତ୍ରାର ଶୁଭାରମ୍ଭ କରିଛନ୍ତି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ଉପ ସଭାପତି ଗୋପୀନାଥ ମହାରଣା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି କହିଲେ ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଏକ ଅଭିନବ ଯୋଜନା ଅଟେ । ଏହି ଯୋଜନାରେ ବରିଷ୍ଠ ନାଗରିକ ମାନେ ରାଜ୍ୟ ବାହାରକୁ ତୀର୍ଥ ଭ୍ରମଣରେ ଯାଇ ପରିଣତ ବୟସରେ ସେମାନେ ଆଧ୍ୟାତ୍ମିକତାର ଦିବ୍ୟ ଅନୁଭୂତି ପାଇବା ସହ ଭକ୍ତି ଭାବ ଜାଗ୍ରତ ହୋଇ ନିଜ ପରିବାର, ସମାଜ, ଜିଲ୍ଲା, ରାଜ୍ୟ ତଥା ଭାରତ ବର୍ଷର ସୁଖ ସମୃଦ୍ଧି ମହାପ୍ରଭୁଙ୍କ ନିକଟରେ କାମନା କରନ୍ତୁ ବୋଲି ଆହ୍ୱାନ ଦେଇ ସେମାନଙ୍କ ଯାତ୍ରାର ମଙ୍ଗଳ କାମନା କରିଥିଲେ । ସମ୍ମାନିତ ଅତିଥି ଭାବେ ବ୍ଲକ୍ ଉନ୍ନୟନ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ଯୋଗଦେଇ ସମସ୍ତ ଯାତ୍ରୀ ମାନଙ୍କ ମଙ୍ଗଳ କାମନା କରିଥିଲେ । ଶେଷରେ ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ସୁସ୍ମିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟ ଅତିଥି, ସଭାପତି ଓ ସମ୍ମାନିତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ମଂଚ ସଂଯୋଜନା ସିଆର ସି ସି ଶ୍ରୀକାନ୍ତ ନାୟକ ସମ୍ପାଦିତ କରିଥିଲେ । ସମସ୍ତ ତୀର୍ଥ ଯାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଛଡା ଯାଇଥିଲା । ପରେ ତୀର୍ଥ ଯାତ୍ରୀ ମାନେ ୪ଟି ବସରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଜିଲ୍ଲା ପରିଷଦ ଉପ ସଭାପତି ଗୋପୀନାଥ ମହାରଣା, ବ୍ଲକ୍ ଉନ୍ନୟନ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ସୁସ୍ମିତା ପ୍ରଧାନ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଆସିଷ୍ଟାଂଟ କଲେକ୍ଟର ରିଷବ୍ ତ୍ରିପାଠୀ ନଡ଼ିଆ ବାଡ଼େଇ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ । ଯାତ୍ରୀ ମାନେ ଆଜି ଭୁବନେଶ୍ୱରରେ ରାତ୍ରି ଯାପନ କରି ଆସନ୍ତା କାଲି ଭୁବନେଶ୍ୱର ଉପଖଣ୍ଡର ୪୨ ଜଣ ତୀର୍ଥ ଯାତ୍ରୀଙ୍କୁ ନେଇ ଜିଲ୍ଲାର ୧୬୯ ଜଣ ତୀର୍ଥ ଯାତ୍ରୀ ଷଷ୍ଠ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଟ୍ରେନ୍ ଶୁଭାରମ୍ଭରେ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା ଏବଂ ଢ଼େଙ୍କାନାଳ ଜିଲ୍ଲାର ତୀର୍ଥ ଯାତ୍ରୀ ମାନଙ୍କ ସହ ସାମିଲ ହୋଇ ଏକ ସ୍ୱତନ୍ତ୍ର ଟ୍ରେନ ରେ ବାରଣାସୀ ଅଯୋଧ୍ୟା ଯାତ୍ରା କରିବେ । ଜିଲ୍ଲାର ୧୬୯ ଜଣ ତୀର୍ଥ ଯାତ୍ରୀ ମାନଙ୍କ ସୁଖଦ ଯିବା ଆସିବା ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱଦେଶ ବିଶ୍ୱାଳଙ୍କ ନେତୃତ୍ୱରେ ନିବାସ ନାୟକ, ଅରବିନ୍ଦ ନାୟକ, ସଂଗ୍ରାମ କେଶରୀ ଦାସ,ପଦ୍ମନାଭ ପ୍ରଧାନ, ଏବଂ ପଦ୍ମନାଭ ମହାପାତ୍ର ଙ୍କୁ ନେଇ ୬ ଜଣ ଏସ୍କର୍ଟ ଅଫିସରଙ୍କୁ ନିଯୁକ୍ତି କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande