ପ୍ରବଳ ବର୍ଷା ଓ ବିପର୍ଯ୍ୟୟ ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ପ୍ରସ୍ତୁତ କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ନବରଙ୍ଗପୁରରେ ମୁତୟନ ହେବେ ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ
ଜୟପୁର, 27 ଅକ୍ଟୋବର (ହି.ସ.) ସମ୍ଭାବ୍ୟ ପ୍ରବଳ ବର୍ଷା, ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାର ସମସ୍ତ ଅଗ୍ନିଶମ କେନ୍ଦ୍ରକୁ ସଜାଗ ରଖାଯାଇଛି।ବିପର୍ଯ୍ୟୟ ସମୟରେ ତ୍ୱରି
ପ୍ରବଳ ବର୍ଷା ଓ ବିପର୍ଯ୍ୟୟ ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ପ୍ରସ୍ତୁତ  କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ନବରଙ୍ଗପୁରରେ ମୁତୟନ ହେବେ ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ


ଜୟପୁର, 27 ଅକ୍ଟୋବର (ହି.ସ.)

ସମ୍ଭାବ୍ୟ ପ୍ରବଳ ବର୍ଷା, ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାର ସମସ୍ତ ଅଗ୍ନିଶମ କେନ୍ଦ୍ରକୁ ସଜାଗ ରଖାଯାଇଛି।ବିପର୍ଯ୍ୟୟ ସମୟରେ ତ୍ୱରିତ ଉଦ୍ଧାର କାର୍ଯ୍ୟ ପାଇଁ ପାୱାର ବୋଟ୍, ପାୱାର କଟର, ହାଇଡ୍ରୋଲିକ୍ କଟର, ରେସ୍କ୍ୟୁ ଲାଇନ୍ ଓ ଆଲୋକ ବ୍ୟବସ୍ଥା ସମେତ ଆବଶ୍ୟକୀୟ ଯନ୍ତ୍ରପାତିକୁ ପ୍ରସ୍ତୁତ ରଖାଯାଇଛି। ଏଥିସହ ବିଭିନ୍ନ ଜିଲ୍ଲାରେ ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ ମୁତୟନ କରାଯାଇଛି।ବିଭାଗୀୟ ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲାରେ ୧୪ରୁ ୧୫ଟି, ମାଲକାନଗିରିରେ ୧୨ଟି, ରାୟଗଡ଼ାରେ ୧୩ରୁ ୧୪ଟି ଏବଂ ନବରଙ୍ଗପୁରରେ ୧୧ରୁ ୧୨ଟି ଉଦ୍ଧାରକାରୀ ଦଳକୁ ପ୍ରସ୍ତୁତ ରଖାଯାଇଛି। ଜଳବନ୍ଦୀ ପରିସ୍ଥିତିରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଓ ଜରୁରୀ ଉଦ୍ଧାର କାର୍ଯ୍ୟ ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି।ଜୟପୁର ଅଗ୍ନିଶମ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ରେଞ୍ଜ ଅଗ୍ନିଶମ ଅଧିକାରୀ ବିଚିତ୍ର କୁମାର ପଣ୍ଡା। ଯେକୌଣସି ଜରୁରୀ ପରିସ୍ଥିତିରେ ତ୍ୱରିତ ପଦକ୍ଷେପ ନେବାକୁ ସମସ୍ତ ଉଦ୍ଧାରକାରୀ ଦଳକୁ ସଜାଗ ରଖାଯାଇଥିବା ସେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande