
ନୂଆଦିଲ୍ଲୀ, ଅକ୍ଟୋବର ୨୮ (ହି.ସ.) - ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ମନି ଲଣ୍ଡରିଂ ମାମଲାରେ ଉତରପ୍ରଦେଶର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ମହମ୍ମଦ ଆଜମ ଖାନଙ୍କ ସହ ଜଡିତ ରାମପୁରର ମୌଲାନା ମହମ୍ମଦ ଅଲ୍ଲୀ ଜୌହର ବିଶ୍ୱବିଦ୍ୟାଳୟର ୪୨୬.୪୬ କୋଟି ଟଙ୍କା ମୂଲ୍ୟର ଜମି ଏବଂ କୋଠା ଅସ୍ଥାୟୀ ଭାବରେ ଜବତ କରିଛି। ଜବତ ସମ୍ପତିର ବର୍ତମାନର ବଜାର ମୂଲ୍ୟ ପାଖାପାଖି ୧,୧୭୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ପ୍ରବର୍ତନ ନିର୍ଦ୍ଦେଶାଳୟର ଲକ୍ଷ୍ନୌ ଜୋନାଲ କାର୍ଯ୍ୟାଳୟ ଦ୍ୱାରା ମନି ଲଣ୍ଡରିଂ ନିବାରଣ ଆଇନ (ପିଏମଏଲଏ), ୨୦୦୨ ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।
ଇଡି ଅନୁଯାୟୀ, ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ରାମପୁରର ସିଂହାନଖେଡ଼ା ଗାଁର ଜୋହର ନଗରରେ ଅଛି। ଏହା ମୌଲାନା ମହମ୍ମଦ ଅଲ୍ଲୀ ଜୌହର ଟ୍ରଷ୍ଟ ଅଧୀନରେ ରହିଛି। ଏହି ଟ୍ରଷ୍ଟ ଆଜମ ଖାନଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା ଏବଂ ସେ ବିଶ୍ୱବିଦ୍ୟାଳୟର ସମ୍ମାନଜନକ କୁଳପତି ମଧ୍ୟ ଅଟନ୍ତି। ଟ୍ରଷ୍ଟ, ଆଜମ ଖାନ ଏବଂ ଅନ୍ୟମାନଙ୍କ ବିରୋଧରେ ପଞ୍ଜୀକୃତ ମାମଲାର ତଦନ୍ତ ଆଧାରରେ ଏଜେନ୍ସି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଇଡି କହିଛି ଯେ ରାମପୁରର ଆଜିମ ନଗର ପୋଲିସ ଷ୍ଟେସନରେ ପଞ୍ଜୀକୃତ ୨୬ ଟି ଏଫ୍?ଆଇଆର୍ ଆଧାରରେ ତଦନ୍ତ ଆରମ୍ଭ କରାଯାଇଥିଲା। କୃଷକମାନଙ୍କ କୃଷି ଜମିକୁ ବଳପୂର୍ବକ ନେଇଯାଇ ବିଶ୍ୱବିଦ୍ୟାଳୟ ପାଇଁ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଥିଲା। ରାମପୁର ଜିଲ୍ଲା ପ୍ରଶାସନର ତଦନ୍ତ ରିପୋର୍ଟ ଅନୁଯାୟୀ, ପ୍ରାୟ ୩୪ ଏକର ଜମି ସିଂହନଖେଡ଼ା ଗ୍ରାମରେ ଶତ୍ରୁ ସମ୍ପତିର ୪୫ ପ୍ଲଟ୍ ମଧ୍ୟ ବିଶ୍ୱବିଦ୍ୟାଳୟ ପାଇଁ ବେଆଇନ ଦଖଲରେ ଥିବା ଅଭିଯୋଗ ହୋଇଥିଲା। ଏଜେନ୍ସି ଅନୁଯାୟୀ, ଗୃହ ମନ୍ତ୍ରଣାଳୟର ଶତ୍ରୁ ସମ୍ପତିର ସଂରକ୍ଷକ, ଜିଲ୍ଲା ପ୍ରଶାସନ ମାଧ୍ୟମରେ, ଜମିର ଲିଜ୍ ବାତିଲ ହେବା ପରେ ଏହାର ଦଖଲକୁ ଫେରାଇ ନେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ