
ଗଂଜାମ, 28 ଅକ୍ଟୋବର (ହି.ସ.) ଅର୍ଣ୍ଣଵ ବାତ୍ୟାରେ ଗଞ୍ଜାମ ଜିଲ୍ଲାର ଚାଷୀମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଥିଵା ଜଣାପଡିଛି। ଦୁଇ ଦିନ ହେଲା ମୂଷଳ ଧାରାରେ ଜିଲ୍ଲାରେ ବର୍ଷା ଚାଲିଛି। ଧାନ ଓ ପନିପରିବା ଫସଲ ଜଳ ମଗ୍ନ ହୋଇଛି। ଧାନଗଛ ପଡି ଯାଇଛି ତା ଉପରେ ବନ୍ୟା ଛୁଟି ଚାଲିଛ । ଏହାଫଳରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି। ଗଞ୍ଜାମ ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ୯୬ମିଲିମିଟର ବର୍ଷା ହୋଇଛି। ବ୍ରହ୍ମପୁର ସହର ଜଳାର୍ଣ୍ଣବ ହୋଇଛି। ସହରରୁ ଠିକରେ ବର୍ଷା ପାଣି ନିଷ୍କାସନ ହୋଇ ପାରୁନି। କେତେକଙ୍କ ଘରେ ଵର୍ଷା ଓ ନାଳ ପାଣି ପସିଛି। ବର୍ଷାର ପରିମାଣ ବୃଦ୍ଧି ପାଇଲେ ସହର ଅବସ୍ଥା ଗମ୍ଭିର ହେବା ଆଶଙ୍କା ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ