
ନୂଆଦିଲ୍ଲୀ, ଅକ୍ଟୋବର ୨୮ (ହି.ସ.): ଉତରପ୍ରଦେଶ, ମହାରାଷ୍ଟ୍ର, ବିହାର ଏବଂ କର୍ଣ୍ଣାଟକର ବିଧାନ ପରିଷଦର ୨୮ଟି ଆସନ ପାଇଁ ହୋଇଥିବା ନିର୍ବାଚନରେ କଂଗ୍ରେସ ଗୋଟିଏ ବି ଆସନ ଜିତିନଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର କଂଗ୍ରେସ ଉପରେ କଟାକ୍ଷ କରିଛନ୍ତି।
ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ 'ରେ ଏକ ପୋଷ୍ଟରେ କହିଛନ୍ତି, ଚାରୋଟି ବୃହତ ରାଜ୍ୟ ଉତରପ୍ରଦେଶ, ମହାରାଷ୍ଟ୍ର, ବିହାର ଏବଂ କର୍ଣ୍ଣାଟକରେ ବିଧାନ ପରିଷଦର ୨୮ ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ବାଲଟ୍ ପେପର ଜରିଆରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଅନୁମାନ କରନ୍ତୁ, କଂଗ୍ରେସ କେତେ ଆସନ ଜିତିଲା ।
ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ବିରୋଧୀ ଦଳମାନେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି। ବାଲଟ ପେପର ନିର୍ବାଚନ ବିଷୟରେ ଉଲ୍ଲେଖ କରି ମୋଦି କଂଗ୍ରେସର ପ୍ରଦର୍ଶନ ଉପରେ ପ୍ରଶ୍ନ ଉଠାଇଥିଲେ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ