
ନୂଆଦିଲ୍ଲୀ, ୨୮ ଅକ୍ଟୋବର (ହି.ସ.)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତା (ଡିଏ) ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ସହାୟତା (ଡିଆର)ର ଏକ ଅତିରିକ୍ତ କିସ୍ତିକୁ ମଞ୍ଜୁର କରାଯାଇଛି । ଦରଦାମ ବୃଦ୍ଧିର ଭରଣା କରିବା ଉଦ୍ଦେଶ୍ୟରେ ଏହି ନିଷ୍ପତି ନିଆଯାଇଛି । ବର୍ତମାନର ମୂଳ ଦରମା/ପେନସନର ୬୦% ହାର ଉପରେ ଅତିରିକ୍ତ ୩% ବୃଦ୍ଧି ହୋଇଛି । ବର୍ଦ୍ଧିତ ଡିଏ ଏବଂ ଡିଆର ଜୁଲାଇ ପହିଲା ୨୦୨୬ ଠାରୁ ଲାଗୁ ହେବ ।
ମହଙ୍ଗା ଭତା ଏବଂ ମହଙ୍ଗା ସହାୟତାରେ ଏହି ବୃଦ୍ଧି ଫଳରେ ସରକାରୀ ରାଜକୋଷ ଉପରେ ମିଳିତ ଭାବେ ବାର୍ଷିକ ୧୦,୦୧୬.୧୦ କୋଟି ଟଙ୍କାର ବୋଝ ପଡ଼ିବ । ଏହାଦ୍ୱାରା ୪୮.୫୪ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୮.୭୧ ଲକ୍ଷ ପେନସନଭୋଗୀ ଉପକୃତ ହେବେ ।
ସପ୍ତମ କେନ୍ଦ୍ରୀୟ ବେତନ ଆୟୋଗର ସୁପାରିସ ଆଧାରରେ ଗୃହୀତ ସୂତ୍ର ଅନୁଯାୟୀ ଏହି ବୃଦ୍ଧି କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା