ତ୍ରିଚି ବିମାନବନ୍ଦରରେ ବନ୍ୟଜନ୍ତୁ ଚୋରାଚାଲାଣ ଉଦ୍ୟମ ବିଫଳ, ୪୫ଟି ଜୀବିତ ସରୀସୃପ ଉଦ୍ଧାର, ଦୁଇ ଗିରଫ
ନୂଆଦିଲ୍ଲୀ, ୨୮ ଅକ୍ଟୋବର (ହି.ସ.)- ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ତାମିଲନାଡୁର ତ୍ରିଚି ଅନ୍ତର୍ଜାତୀୟ ବିମାନବନ୍ଦରରେ ବନ୍ୟଜନ୍ତୁ ଚୋରାଚାଲାଣ ଉଦ୍ୟମକୁ ବିଫଳ କରି ୪୫ଟି ଜୀବିତ ସରୀସୃପ ଉଦ୍ଧାର କରିଛି। ଏହି ମାମଲାରେ ଦୁଇ ଜଣ ଭାରତୀୟ ଯାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଯାତ୍ରୀମାନେ
त्रिची अंतरराष्ट्रीय हवाई अड्डे पर जब्त किए गए 45 जीवित सरीसृपों में शामिल कॉर्न स्नेक, बॉल पाइथन और अन्य प्रजातियां।


ନୂଆଦିଲ୍ଲୀ, ୨୮ ଅକ୍ଟୋବର (ହି.ସ.)- ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ତାମିଲନାଡୁର ତ୍ରିଚି ଅନ୍ତର୍ଜାତୀୟ ବିମାନବନ୍ଦରରେ ବନ୍ୟଜନ୍ତୁ ଚୋରାଚାଲାଣ ଉଦ୍ୟମକୁ ବିଫଳ କରି ୪୫ଟି ଜୀବିତ ସରୀସୃପ ଉଦ୍ଧାର କରିଛି। ଏହି ମାମଲାରେ ଦୁଇ ଜଣ ଭାରତୀୟ ଯାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଯାତ୍ରୀମାନେ ଅକ୍ଟୋବର ୨୬ ତାରିଖରେ କଲମ୍ବୋ ଦେଇ ବ୍ୟାଙ୍କକ୍ରୁ ଭାରତରେ ପହଂଚିିଥିଲେ। ସରୀସୃପଗୁଡ଼ିକୁ ଖାଦ୍ୟର ୨୭ଟି ପ୍ୟାକେଟ୍ରେ ଲୁଚାଇ ଅଣାଯାଉଥିଲା। ଯାଂଚ ସମୟରେ ସମସ୍ତ ଜୀବ ଅଚେତ ଅବସ୍ଥାରେ ମିଳିଥିଲେ।

ବୁଧବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଗୁଇନ୍ଦା ସୂଚନା ଆଧାରରେ ଡିଆରଆଇ ତ୍ରିଚି ବିମାନବନ୍ଦରର ସୀମାଶୁଳ୍କ ଗୁଇନ୍ଦା ୟୁନିଟ୍ (ଏଆଇୟୁ) ସହ ମିଶି ଏହି କାର୍ଯ୍ୟାନୁଷ୍ଠାନ କରିଥିଲା। ଯାତ୍ରୀମାନଙ୍କ ଲଗେଜ୍ର ବ୍ୟବସ୍ଥିତ ଯାଂଚ ସମୟରେ ସରୀସୃପଗୁଡ଼ିକୁ ଉଦ୍ଧାର କରାଯାଇଥିଲା।

ଉଦ୍ଧାର ହୋଇଥିବା ସରୀସୃପଗୁଡ଼ିକ ମଧ୍ୟରେ ୨୩ଟି କର୍ଣ୍ଣ ସ୍ନେକ୍, ୧୬ଟି ବଲ୍ ପାଇଥନ୍, ପାଂଚଟି ଆର୍ଜେଂଟିନୀୟ ବ୍ଲାକ୍ ଆଣ୍ଡ୍ ହ୍ୱାଇଟ୍ ଟେଗୁ ଏବଂ ଗୋଟିଏ ସ୍ନୋ ହ୍ୱାଇଟ୍ ଇଗୁଆନା ରହିଛି। ସୀମାଶୁଳ୍କ ଆଇନ, ୧୯୬୨ର ବ୍ୟବସ୍ଥା ଅନୁଯାୟୀ ଏଆଇୟୁ ଉଭୟ ଯାତ୍ରୀଙ୍କୁ ଗିରଫ କରିଛି। ଉଦ୍ଧାର ହୋଇଥିବା ବନ୍ୟଜନ୍ତୁଗୁଡ଼ିକୁ ପରବର୍ତୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ତ୍ରିଚି ଏଆଇୟୁକୁ ହସ୍ତାନ୍ତର କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande