
- ପିଏମ୍ କିଷାନ ସମ୍ମାନ ନିଧିର ୨୪ତମ କିସ୍ତି ଜାରି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ନେବେ ଭାଗ
ରାଂଚି, ୨୮ ଅକ୍ଟୋବର (ହି.ସ.)- ଜନତା ଦଳ ୟୁନାଇଟେଡ୍ (ଜେଡିୟୁ)ର ବରିଷ୍ଠ ନେତା ତଥା କେନ୍ଦ୍ରୀୟ କୃଷି ରାଷ୍ଟ୍ରମନ୍ତ୍ରୀ ରାମନାଥ ଠାକୁର ଗୁରୁବାର ଦିଲ୍ଲୀରୁ ରଂଚିରେ ପହଂଚିିବେ। ରାଂଚିର ବିର୍ସା ମୁଣ୍ଡା ବିମାନବନ୍ଦରରେ ଦଳର ନେତା ଓ କର୍ମୀମାନେ ତାଙ୍କୁ ସ୍ୱାଗତ କରିବେ।
ଜେଡିୟୁର ରାଜ୍ୟ ମୁଖପାତ୍ର ସାଗର କୁମାର ବୁଧବାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୩୦ ତାରିଖରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୪ତମ କିସ୍ତି ଜାରି କରିବେ। ଏହି ଅବସରରେ ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜିତ ହେବ, ଯେଉଁଥିରେ କେନ୍ଦ୍ରୀୟ ମନ୍ତ୍ରୀ ଏବଂ ସମ୍ପୃକ୍ତ ଅଧିକାରୀମାନେ ଯୋଗଦେବେ। ରାଂଚିରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରୀୟ କୃଷି ରାଷ୍ଟ୍ରମନ୍ତ୍ରୀ ରାମନାଥ ଠାକୁର ସାମିଲ ହେବେ।
ସାଗର କୁମାର କହିଛନ୍ତି ଯେ ଅକ୍ଟୋବର ୩୦ ତାରିଖ ଅପରାହ୍ନରେ କେନ୍ଦ୍ରୀୟ କୃଷି ରାଷ୍ଟ୍ରମନ୍ତ୍ରୀ ‘ଖେତ ବଂଚାଅ ଅଭିଯାନ’ କାର୍ଯ୍ୟକ୍ରମରେ ମଧ୍ୟ ଭାଗ ନେବେ। ଏହା ବ୍ୟତୀତ ସେ କୃଷି ବିଭାଗ ସହ ଜଡ଼ିତ ଅଧିକାରୀମାନଙ୍କ ସହ ବୈଠକ କରି ବିଭିନ୍ନ ବିଷୟରେ ଆଲୋଚନା କରିବେ।
------------
ହିନ୍ଦୁସ୍ଥାନ ସମାଚାର / ଗଗନ