
ନୂଆଦିଲ୍ଲୀ, ୨୮ ଅକ୍ଟୋବର (ହି.ସ.)- ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର ଅକ୍ଟୋବର ୩୦ରୁ ୩୧ ତାରିଖ ପର୍ଯ୍ୟନ୍ତ ଆମେରିକାର ଆଟଲାଂଟରେ ଆୟୋଜିତ ହେବାକୁ ଥିବା ଜି-୨୦ ଏବଂ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବେ। ଏହା ପରେ ସେ ନଭେମ୍ବର ୧ରୁ ୪ ତାରିଖ ପର୍ଯ୍ୟନ୍ତ ଏଂଟିଗୁଆ ଓ ବାରବୁଡାର ସେଂଟ ଜନ୍ସଠାରେ ଆୟୋଜିତ ହେବାକୁ ଥିବା ରାଷ୍ଟ୍ରମଣ୍ଡଳ ରାଷ୍ଟ୍ରମୁଖ୍ୟମାନଙ୍କ ବୈଠକରେ ଭାରତୀୟ ପ୍ରତିନିଧିମଣ୍ଡଳର ନେତୃତ୍ୱ ନେବେ।
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ବୁଧବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, “ଜି-୨୦ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ସହିତ ବୈଦେଶିକ ମନ୍ତ୍ରୀ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ମଧ୍ୟ ଯୋଗଦେବେ ଏବଂ ନିଜ ସମକକ୍ଷମାନଙ୍କ ସହ ଅନେକ ଦ୍ୱିପାକ୍ଷିକ ବୈଠକ କରିବେ।
ରାଷ୍ଟ୍ରମଣ୍ଡଳ ରାଷ୍ଟ୍ରମୁଖ୍ୟମାନଙ୍କ ବୈଠକ ସମ୍ପର୍କରେ ସେ କହିଛନ୍ତି, “ଆପଣମାନେ ଦେଖିଥିବେ, ଆଗାମୀ ବୈଠକର ବିଷୟବସ୍ତୁ ହେଉଛି ‘ସମୃଦ୍ଧ ରାଷ୍ଟ୍ରମଣ୍ଡଳ ପାଇଁ ସହଭାଗିତା ଓ ନିବେଶକୁ ତ୍ୱରାନ୍ୱିତ କରିବା’। ଏହି ଆୟୋଜନରେ ଭାଗ ନେବାକୁ ଭାରତର ଆଗ୍ରହ ଅଛି।
------------
ହିନ୍ଦୁସ୍ଥାନ ସମାଚାର / ଗଗନ