ନେତନ୍ୟାହୁ ଲିକୁଡ୍ ଦଳର ନିର୍ବାଚନ ମୁଖ୍ୟାଳୟରେ ପହଞ୍ଚିଲେ, କହିଲେ— ଆମ ଦଳ ସବୁଠାରୁ ବଡ଼
ଜେରୁଜେଲମ୍ (ଇସ୍ରାଏଲ), ଅକ୍ଟୋବର ୨୮ (ହି.ସ.)। ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ କିଛି ସମୟ ପୂର୍ବରୁ ଲିକୁଡ୍ ପାର୍ଟିର ନିର୍ବାଚନ ମୁଖ୍ୟାଳୟରେ ପହଞ୍ଚିଛନ୍ତି। ଦକ୍ଷିଣପନ୍ଥୀ ସରକାର ଗଠନ ପାଇଁ ଆହ୍ୱାନ କରିବା ସହ ଆରବ ଦଳଗୁଡ଼ିକ ଉପରେ ନିର୍ଭର ନକରିବାକୁ ସେ ଚେତାବନୀ ଦେଇଛନ୍ତି। ନେତନ୍ୟାହ
प्रधानमंत्री बेंजामिन नेतन्याहू समर्थक खुशी मनाते। फोटो - इंटरनेट मीडिया


ଜେରୁଜେଲମ୍ (ଇସ୍ରାଏଲ), ଅକ୍ଟୋବର ୨୮ (ହି.ସ.)। ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ କିଛି ସମୟ ପୂର୍ବରୁ ଲିକୁଡ୍ ପାର୍ଟିର ନିର୍ବାଚନ ମୁଖ୍ୟାଳୟରେ ପହଞ୍ଚିଛନ୍ତି। ଦକ୍ଷିଣପନ୍ଥୀ ସରକାର ଗଠନ ପାଇଁ ଆହ୍ୱାନ କରିବା ସହ ଆରବ ଦଳଗୁଡ଼ିକ ଉପରେ ନିର୍ଭର ନକରିବାକୁ ସେ ଚେତାବନୀ ଦେଇଛନ୍ତି। ନେତନ୍ୟାହୁ କହିଛନ୍ତି, “ଲିକୁଡ୍ ଇସ୍ରାଏଲର ସବୁଠାରୁ ବଡ଼ ଦଳ।” ଯିହୁଦୀ ଓ ଜାୟୋନିଷ୍ଟ ଭୋଟରଙ୍କ ସହ ଯିହୁଦୀ ରାଷ୍ଟ୍ରର ସମର୍ଥକମାନଙ୍କଠାରୁ ଦକ୍ଷିଣପନ୍ଥୀ ମେଣ୍ଟକୁ ନିର୍ଣ୍ଣାୟକ ସମର୍ଥନ ମିଳିଥିବା ସେ ଦାବି କରିଛନ୍ତି।

‘ଦ ଟାଇମ୍ସ ଅଫ୍ ଇସ୍ରାଏଲ୍’ ଏବଂ ‘ଦ ଜେରୁଜେଲମ୍ ପୋଷ୍ଟ’ର ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ନେସେଟ୍ (ସଂସଦ) ପାଇଁ ହୋଇଥିବା ନିର୍ବାଚନର ଭୋଟ୍ ଗଣତି ଏବେ ଜାରି ରହିଛି। ଭୋର୍ ୪ଟା ୫୧ ମିନିଟ୍ ସୁଦ୍ଧା ୩୨.୫ ପ୍ରତିଶତ ଭୋଟ୍ ବାକ୍ସର ଗଣତି ଶେଷ ହୋଇଥିଲା। କେନ୍ଦ୍ରୀୟ ନିର୍ବାଚନ କମିଟି ଅନୁଯାୟୀ, ଆଂଶିକ ଫଳାଫଳରେ ନେତନ୍ୟାହୁଙ୍କ ସମର୍ଥକ ମେଣ୍ଟକୁ ୫୯ଟି ଆସନ ଏବଂ ନେତନ୍ୟାହୁ ବିରୋଧୀ ମେଣ୍ଟକୁ ୪୬ଟି ଆସନ ମିଳିଛି। ତେବେ ଏହା ଆଂଶିକ ଫଳାଫଳ ହୋଇଥିବାରୁ ଭୋଟ୍ ଗଣତି ଜାରି ରହିବା ସହ ଏଥିରେ ପରିବର୍ତ୍ତନ ହୋଇପାରେ ବୋଲି କମିଟି କହିଛି।

ଲିକୁଡ୍ ଦଳର ନିର୍ବାଚନ ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ସମର୍ଥକମାନେ ଉତ୍ସବ ପାଳନ କରୁଛନ୍ତି। ନିର୍ବାଚନ ମୁଖ୍ୟାଳୟରେ ନିଜ ଅଭିଭାଷଣ ଦେବା ସମୟରେ ନେତନ୍ୟାହୁ ୭ ଅକ୍ଟୋବର ୨୦୨୩ରେ ହମାସ୍ର ଆକ୍ରମଣ ପରଠାରୁ ଇସ୍ରାଏଲ ଲଢ଼ିଥିବା ଯୁଦ୍ଧଗୁଡ଼ିକରେ ଦେଶର ସଫଳତା ବିଷୟରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, “ଇରାନ ପୂର୍ବ ଅପେକ୍ଷା ଅଧିକ ଦୁର୍ବଳ ହୋଇଛି ଏବଂ ଇସ୍ରାଏଲ ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ହୋଇଛି।” ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମିଶି ଇସ୍ରାଏଲ ଇରାନର ବିପଦକୁ ସବୁଦିନ ପାଇଁ ଶେଷ କରିବ ବୋଲି ସେ କହିଛନ୍ତି। ଏଥିସହ ସେ କହିଛନ୍ତି, “ଆମେ ଏବେ ମଧ୍ୟ ପ୍ରକୃତ ଫଳାଫଳକୁ ଅପେକ୍ଷା କରିଛୁ।”

ନିର୍ବାଚନରେ ଲିକୁଡ୍ ଦଳ ଖରାପ ପ୍ରଦର୍ଶନ କରିବ ବୋଲି ପୂର୍ବାନୁମାନ କରିଥିବା ଗଣମାଧ୍ୟମଗୁଡ଼ିକୁ ନେତନ୍ୟାହୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ସେଥିପାଇଁ ଆମକୁ ଏକ ଦକ୍ଷିଣପନ୍ଥୀ, ରାଷ୍ଟ୍ରବାଦୀ ଏବଂ ଶକ୍ତିଶାଳୀ ସରକାର ଆବଶ୍ୟକ।”

ଏହି ସମୟରେ ‘କାନ୍’ ଏବଂ ଚ୍ୟାନେଲ୍ ୧୩ର ସଂଶୋଧିତ ଏକ୍ଜିଟ୍ ପୋଲ୍ ଅନୁଯାୟୀ, ନେତନ୍ୟାହୁଙ୍କ ମେଣ୍ଟ ଏବଂ ଚାରିଟି ଦଳକୁ ନେଇ ଗଠିତ ବିରୋଧୀ ମେଣ୍ଟ ଉଭୟଙ୍କୁ ୫୧ଟି ଲେଖାଏଁ ଆସନ ମିଳିପାରେ। ଆରବ ଦଳଗୁଡ଼ିକୁ ୧୮ଟି ଆସନ ମିଳିବାର ଅନୁମାନ କରାଯାଇଛି। ଅନ୍ୟପକ୍ଷରେ, ଚ୍ୟାନେଲ୍ ୧୨ର ଆକଳନ ଅନୁଯାୟୀ, ନେତନ୍ୟାହୁଙ୍କ ମେଣ୍ଟକୁ ୫୨ଟି, ବିରୋଧୀ ମେଣ୍ଟକୁ ୪୯ଟି ଏବଂ ଆରବ ଦଳଗୁଡ଼ିକୁ ୧୯ଟି ଆସନ ମିଳିପାରେ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande