କନ୍ଧମାଳରେ ଅର୍ଣ୍ଣବର ପ୍ରଭାବରେ ଲଗାଣ ବର୍ଷା- ଘୁ. ଉଦୟଗିରିରେ ସର୍ବାଧିକ
Havy Rainfall in KANDHAMAL District
କନ୍ଧମାଳରେ ଅର୍ଣ୍ଣବର ପ୍ରଭାବରେ ଲଗାଣ ବର୍ଷା- ଘୁ. ଉଦୟଗିରିରେ ସର୍ବାଧିକ


କନ୍ଧମାଳ , ୨୮ ଅକ୍ଟୋବର (ହି.ସ.) ଲଘୁଚାପଜନିତ ବାତ୍ୟା ଅର୍ନବର ପ୍ରଭାବ ସମଗ୍ର ଦକ୍ଷୀଣ ଓଡିଶାରେ ପରିଲକ୍ଷିତ ହୋଇଛି। ଏହାର ପ୍ରଭାବରେ କନ୍ଧମାଳର ସମସ୍ତ ବ୍ଲକ୍ ଅଞ୍ଚଳରେ ବର୍ଷା ବିତ୍ପାତ ଜାରି ରହିଛି। ଜିଲ୍ଲା ପାଣିପାଗ ବିଭାଗ ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ ଗତ ରାତିରେ ଜିଲ୍ଲାର ସମସ୍ତ ବାରଟି ବ୍ଲକ୍ ରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ଗତ ରାତିରେ ଜିଲ୍ଲାର ଘୁ. ଉଦୟଗିରିରେ ସର୍ବାଧିକ ୬୮.୪୦ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗବାଡି ରେ ୫୭ ମିମି, ଚକାପାଦ ୫୪.୪୦,ଟିକାବଲି ୩୮,ରାଇକିଆ ୩୩.୨୦, ତୁମୁଡିବନ୍ଧ ୩୦.୬୦,କ.ନୂଆଗାଁ,୨୬. ୩୦,କୋଟଗଡ଼ ୨୧,ଖଜୁରୀପଡା ୨୦,ଫିରିଙ୍ଗିଆ ୧୭.୨୦,ଫୁଲବାଣୀ ୧୨.୨୦ ଏବଂ ବାଲିଗୁଡା ସର୍ବନିମ୍ନ ୫ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଜିଲ୍ଲାରେ ହାରାହାରି ୩୮୩.୯୦ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଜିଲ୍ଲାରେ ବର୍ଷା ବିତ୍ପାତ କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣର ରିଲିଫ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ମହଜୁଦ୍ ରଖାଯାଇଛି। ବର୍ଷା କୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦଭୂଷଣ ଭୁସ୍ଖଳନ ସମ୍ଭାବିତ ସ୍ଥାନ କଳିଙ୍ଗା ଘାଟି,ଦାରିଙ୍ଗବାଡି ର ଗାଜଲବାଡି ଆଦି ରାସ୍ତା ରେ ଗାଡ଼ିମଟର ଯାତାୟାତ ପାଇଁ ବାରଣ କରିଛନ୍ତି। ଆଜି ଜିଲ୍ଲା ରେ ବାତ୍ୟା ଓ ବନ୍ୟା ର ପ୍ରସ୍ତୁତି ର ଅନୁଧ୍ୟାନ କରିବା ପାଇଁ ରାଜ୍ୟ ପଞ୍ଚାୟତି ରାଜ,ପାନୀୟଜଳ ଯୋଗାଣ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀ ରବି ନାୟକ ଗତ କାଲି ସନ୍ଧ୍ୟା ରେ ଫୁଲବାଣୀ ରେ ଆସି ପହଞ୍ଚିଛନ୍ତି । ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏ ନେଇ ଗଣମାଧ୍ୟମକୁ ସୂଚନା ଦେବାର କାର୍ଯ୍ୟକ୍ରମ ରହିଛି।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande