ଏଆଇପିଟିଏମ୍ଏମ୍କେ ଶଶିକଳାଙ୍କୁ ଦଳରୁ ବହିଷ୍କାର କରିବ
ଚେନ୍ନାଇ, ୨୮ ଅକ୍ଟୋବର (ହି.ସ.)। ଅଲ୍ ଇଣ୍ଡିଆ ପୁରାଚ୍ଚି ଥଲାଇଭର ମକ୍କଲ ମୁନ୍ନେତ୍ର କଝଗମ୍ (ଏଆଇପିଟିଏମ୍ଏମ୍କେ) ଭି.କେ. ଶଶିକଳାଙ୍କୁ ଦଳରୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛି। ଗତ ନିର୍ବାଚନରେ ଦଳର ନେତୃତ୍ୱ ନେବେ ବୋଲି ଆଶା ରଖି ତାଙ୍କୁ ସଂଗଠନରେ ସାମିଲ କରାଯାଇଥିଲା। କିନ୍ତୁ ନିର୍ବାଚନ ଶେ
एआईपीटीएमएनके अध्यक्ष चक्रवर्ती


ଚେନ୍ନାଇ, ୨୮ ଅକ୍ଟୋବର (ହି.ସ.)। ଅଲ୍ ଇଣ୍ଡିଆ ପୁରାଚ୍ଚି ଥଲାଇଭର ମକ୍କଲ ମୁନ୍ନେତ୍ର କଝଗମ୍ (ଏଆଇପିଟିଏମ୍ଏମ୍କେ) ଭି.କେ. ଶଶିକଳାଙ୍କୁ ଦଳରୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛି। ଗତ ନିର୍ବାଚନରେ ଦଳର ନେତୃତ୍ୱ ନେବେ ବୋଲି ଆଶା ରଖି ତାଙ୍କୁ ସଂଗଠନରେ ସାମିଲ କରାଯାଇଥିଲା। କିନ୍ତୁ ନିର୍ବାଚନ ଶେଷ ହେବା ପରେ ସେ ଦଳର ପଦାଧିକାରୀ ଓ କର୍ମୀମାନଙ୍କ ସହ ବିଶ୍ୱାସଘାତକତା କରିଥିବା ଅଭିଯୋଗ ହୋଇଛି।

ଏଆଇପିଟିଏମ୍ଏମ୍କେର ପ୍ରତିଷ୍ଠାତା ଅଧ୍ୟକ୍ଷ ଚକ୍ରବର୍ତ୍ତୀ କହିଛନ୍ତି ଯେ ଭି.କେ. ଶଶିକଳାଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସେ ଅଭିଯୋଗ କରିଛନ୍ତି ଯେ ଶଶିକଳା କେବଳ ନିର୍ବାଚନ ସମୟରେ ଦଳର ଲୋକମାନଙ୍କୁ ନିଜର ରାଜନୈତିକ ସ୍ୱାର୍ଥ ପୂରଣ ପାଇଁ ଗୋଟି ଭାବେ ବ୍ୟବହାର କରିଥିଲେ। ଏଆଇଏଡିଏମ୍କେର ପୂର୍ବତନ ମହାସଚିବ ତଥା ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ଶଶିକଳା ପୁଣିଥରେ ଏଆଇଏଡିଏମ୍କେରେ ସାମିଲ ହୋଇପାରନ୍ତି ବୋଲି ଆକଳନ କରାଯାଉଛି।

କିଛି ସପ୍ତାହ ପୂର୍ବରୁ ଶଶିକଳା କହିଥିଲେ, “କର୍ମୀମାନଙ୍କ ଆକାଂକ୍ଷା ପୂରଣ କରିବା ପାଇଁ ସମସ୍ତେ ଏକାଠି ହେବାର ସମୟ ଆସିଛି। ଏଆଇଏଡିଏମ୍କେ ଏକଜୁଟ, ଶକ୍ତିଶାଳୀ ଏବଂ ଏକ ବିଶାଳ ଜନଆନ୍ଦୋଳନ ଭାବେ ପୁଣିଥରେ ଉଭା ହେବା ଉଚିତ। ତାମିଲନାଡୁରେ ପୁଣିଥରେ ଆମ୍ମାଙ୍କ ଶାସନ ପ୍ରତିଷ୍ଠା ହେବା ଦରକାର। ଏହି ଶାସନ ତାମିଲନାଡୁବାସୀଙ୍କ ପାଇଁ ପୁଣିଥରେ ଏକ ସୁବର୍ଣ୍ଣ ଯୁଗ ସାବ୍ୟସ୍ତ ହେଉ।”

୨୦୨୬ ମସିହାରେ ହୋଇଥିବା ବିଧାନସଭା ନିର୍ବାଚନ ସମୟରେ ଦଳରେ ସାମିଲ ହୋଇଥିବା ଶଶିକଳା ଦଳର ନେତୃତ୍ୱକୁ ପ୍ରଭାବଶାଳୀ ଢଙ୍ଗରେ ପରିଚାଳନା କରିବା ଏବଂ ପ୍ରାର୍ଥୀମାନଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇବାର ଆଶ୍ୱାସନା ଦେଇ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିଜ ହାତକୁ ନେଇଥିଲେ। ତେବେ ଅଭିଯୋଗ ହୋଇଛି ଯେ ନିର୍ବାଚନ ଶେଷ ହେବା ପରେ ସେ ଦଳର କୌଣସି କାର୍ଯ୍ୟକଳାପରେ ଭାଗ ନେଇନଥିଲେ ଏବଂ ଦଳୀୟ କର୍ମୀମାନଙ୍କୁ ଭେଟିବାଠାରୁ ମଧ୍ୟ ଦୂରେଇ ରହିଥିଲେ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande