ପ୍ରସ୍ତୁତି ପଥେ ସାମାଜିକ ନାଟକ ବିଧାତା ଲେଖିଛି ନୁଆ କାହାଣୀ
ପୁରୀ,28 ଅକ୍ଟୋବର (ହି.ସ.) - ପୁରୀଜିଲ୍ଲା ସାକ୍ଷୀଗୋପାଳ ସ୍ଥିତ ସଂସ୍କୃତି ସମ୍ପନ୍ନ ଐତିହ୍ଯ ଗ୍ରାମ ଶ୍ରୀରାମଚନ୍ଦ୍ରପୁର ଶାସନ । ଚଳିତମାସ ୩୧ ତାରିଖ ଶନିବାର ରାତ୍ର ୧୧ ଘଟିକାରେ ଶ୍ରୀରାମଚନ୍ଦ୍ରପୁର ଡ୍ରାମାଟିକ କ୍ଲବ ଦ୍ବାରା ଆୟୋଜିତ ହସକାନ୍ଦ,ଲହୁଲୁହ ଓ ନୃତ୍ଯ ଛନ୍ଦଭରା ଭିନ୍ନ ସ୍ବାଦର ସାମାଜିକ
ପ୍ରସ୍ତୁତି ପଥେ ସାମାଜିକ ନାଟକ ବିଧାତା ଲେଖିଛି ନୁଆ କାହାଣୀ


ପୁରୀ,28 ଅକ୍ଟୋବର (ହି.ସ.) - ପୁରୀଜିଲ୍ଲା ସାକ୍ଷୀଗୋପାଳ ସ୍ଥିତ ସଂସ୍କୃତି ସମ୍ପନ୍ନ ଐତିହ୍ଯ ଗ୍ରାମ ଶ୍ରୀରାମଚନ୍ଦ୍ରପୁର ଶାସନ । ଚଳିତମାସ ୩୧ ତାରିଖ ଶନିବାର ରାତ୍ର ୧୧ ଘଟିକାରେ ଶ୍ରୀରାମଚନ୍ଦ୍ରପୁର ଡ୍ରାମାଟିକ କ୍ଲବ ଦ୍ବାରା ଆୟୋଜିତ ହସକାନ୍ଦ,ଲହୁଲୁହ ଓ ନୃତ୍ଯ ଛନ୍ଦଭରା ଭିନ୍ନ ସ୍ବାଦର ସାମାଜିକ ନାଟକ ମଞ୍ଚସ୍ଥ ହେବ ନାଟକ ବିଧାତା ଲେଖିଛି ନୁଆ କାହାଣୀ । ଶ୍ରୀରାମଚନ୍ଦ୍ରପୁର ଡ୍ରାମାଟିକ କ୍ଲବର ସଦସ୍ଯ ମାନେ ନାଟକ କୁ ସରସ ସୁନ୍ଦର କରିବା ପାଇଁ ଯୋରଦାର ପ୍ରସ୍ତୁତି ସହ ରିହଲସେଲ ଚଳାଇଛନ୍ତି । ଏହି ନାଟକକୁ ଲେଖିଛନ୍ତି ନାଟ୍ୟକାର ଅନନ୍ତ ଓଝା ଓ ନିର୍ଦ୍ଦେଶନା ଦେଇଛନ୍ତି ଭୁବନେଶ୍ଵର ରବିନ୍ଦ୍ର ମଣ୍ଡପ ନିର୍ଦ୍ଦେଶକ ଜିତେନ୍ଦ୍ର ପଟ୍ଟନାୟକ । କ୍ଲବର ସଭାପତି ଅଜିତ୍ ନନ୍ଦ ଓ ସମ୍ପାଦକ ଚିତ୍ତରଞ୍ଜନ ତ୍ରିପାଠୀଙ୍କ ଅକ୍ଲାନ୍ତ ପରିଶ୍ରମରେ ପ୍ରସ୍ତୁତି ଆଗେଇ ଚାଲିଛି । ଅଂଶଗ୍ରହଣ କରିଥିବା କଳାକାର ମାନେ କିଭଳି ନାଟକ ଜୀବନ୍ତ ହେବ ସେଥିପାଇଁ ଦିନ ରାତି ଅଭ୍ଯାସରେ ଲାଗି ପଡିଛନ୍ତି । ବଡଭାଇ ଭୂମିକାରେ ସୁରେଶ ନାୟକ -ସତ୍ୟପ୍ରକାଶ ଦାଶ (ପିଣ୍ଟା) ,ମଝିଆଁ ଭାଇ ପ୍ରକାଶ ନାୟକ- ଜଗନ୍ନାଥ ମିଶ୍ର(ଡଲୁ), ସାନ ଭାଇ ବିକାଶ ନାୟକ - ସୁବ୍ରତ କୁମାର ନନ୍ଦ (ଚିକୁ),ପୋଲିସ ଅଫିସର ବରଦା ରାୟ- ସୁଧାକର ତ୍ରିପାଠୀ (କୁନି),ଦୀନବନ୍ଧୁ ମହାନ୍ତି (କ୍ରୃକେଟ୍)- ରାମକୃଷ୍ଣ ଦାଶ (ସନ୍ତୁନା), ବିନୋଦ - କାଳି ପ୍ରସାଦ ମିଶ୍ର (ବାବି),ଜୀବନ (ମୁଖ୍ୟ ଖଳନାୟକ)- ଶ୍ରୀପତି ଦାଶ (ସାନୁ),କାଲୁ ସିଂ (ସହକାରୀ ଖଳନାୟକ)- କ୍ଷୀରୋଦ ମିଶ୍ର (ଗୁଡୁ),ଏମଏଲଏ ଭବାନୀ ଶଙ୍କର ପଟ୍ଟନାୟକ - ବିଶ୍ଵଜିତ୍ ମିଶ୍ର(ଜିତୁ),ସଂଜୀବ ପଟ୍ଟନାୟକ (ଏମଏଲଏ ପୁଅ)- ଅବିନାଶ ତ୍ରିପାଠୀ (ବାବା),ରଘୁ (ଚାକର)- ସତ୍ୟନାରାୟଣ ନନ୍ଦ (ସତ୍ୟ),ଟୁକୁନା (ଶିଶୁ କଳାକାର)-ଅଙ୍କିତ୍ ମିଶ୍ର (ଅଙ୍କିତ୍),ମହେନ୍ଦ୍ର ଦାସ -ସୋମ୍ୟନାରାୟଣ ମିଶ୍ର (ମୁନୁ) ଓ ମହିଳା ଭୂମିକାର ବନ୍ଦନା ରାୟ- ଅଙ୍କିତା ଦେ,ମାନୀ- ବନ୍ଦନା ଦାଶ ,ରୀତା- କାଜଲ,ପ୍ରତିମା- ପୁର୍ଣିମା ରାଉତ,ସୁନ୍ଦରୀ- ଅମ୍ବିକା ପାତ୍ର, ରୀତା- କାଜଲ ପ୍ରିୟଦର୍ଶିନୀ ଜେନା ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି । ଆଖପାଖ ଅଞ୍ଚଳର ଦର୍ଶକ ମାନଙ୍କୁ ଏହି ନାଟକ ଦେଖିବା ସହ କଳାକାର ମାନଙ୍କୁ ଉତ୍ସାହିତ କରିବା ପାଇଁ ଶ୍ରୀରାମଚନ୍ଦ୍ରପୁର ଗ୍ରାମ ସାଂସ୍କୃତିକ ପରିଷଦ ଓ ଡ୍ରାମାଟିକ କ୍ଲବ ସଦସ୍ଯ ବୃନ୍ଦ ଅନୁରୋଧ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande