ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ - ଗ୍ରୁପ୍-ସି, ବଲାଙ୍ଗୀର ଶାଖାର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ ସଫଳତାର ସହ ସମ୍ପନ୍ନ: ନୂତନ କର୍ମକର୍ତ୍ତା ଚୟନ
ବଲାଙ୍ଗିର, 29 ଅକ୍ଟୋବର ( ହି.ସ.) ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ଡିଭିଜନର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ ସ୍ଥାନୀୟ ମାରୱାଡ଼ି ସେବା ସଦନ (ରାଧାରାଣୀପଡ଼ା)ଠାରେ ଅତ୍ୟନ୍ତ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଭବ୍ୟ କାର୍ଯ୍ୟକ୍ରମରେ ବଲାଙ୍ଗୀର ଡ
ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ - ଗ୍ରୁପ୍-ସି, ବଲାଙ୍ଗୀର ଶାଖାର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ ସଫଳତାର ସହ ସମ୍ପନ୍ନ: ନୂତନ କର୍ମକର୍ତ୍ତା ଚୟନ


ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ - ଗ୍ରୁପ୍-ସି, ବଲାଙ୍ଗୀର ଶାଖାର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ ସଫଳତାର ସହ ସମ୍ପନ୍ନ: ନୂତନ କର୍ମକର୍ତ୍ତା ଚୟନ


ବଲାଙ୍ଗିର, 29 ଅକ୍ଟୋବର ( ହି.ସ.)

ଅଲ୍ ଇଣ୍ଡିଆ ପୋଷ୍ଟାଲ ଏମ୍ପ୍ଲଇଜ୍ ୟୁନିଅନ୍ ଗ୍ରୁପ୍-ସି, ବଲାଙ୍ଗୀର ଡାକ ଡିଭିଜନର ୧୩ତମ ଦ୍ୱିବାର୍ଷିକ ମଣ୍ଡଳ ଅଧିବେଶନ ସ୍ଥାନୀୟ ମାରୱାଡ଼ି ସେବା ସଦନ (ରାଧାରାଣୀପଡ଼ା)ଠାରେ ଅତ୍ୟନ୍ତ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।

ଏହି ଭବ୍ୟ କାର୍ଯ୍ୟକ୍ରମରେ ବଲାଙ୍ଗୀର ଡିଭିଜନର ଡାକ ଅଧୀକ୍ଷକ ଶ୍ରୀ ରାଜକିଶୋର ମହାରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଅଧିବେଶନର ଶୁଭାରମ୍ଭ କରିଥିଲେ। ମୁଖ୍ୟ ବକ୍ତା ଭାବେ ଓଡ଼ିଶା ସର୍କଲର ଉପ-ସଭାପତି କମ୍ରେଡ୍ ରୂପେଶ ବାଗ ଏବଂ

ସମ୍ମାନିତ ଅତିଥି ଭାବେ ପୂର୍ବତନ ମଣ୍ଡଳ ସମ୍ପାଦକ କମ୍ରେଡ୍ ଲମ୍ବୋଦର ମିଶ୍ର ଏବଂ ସମ୍ୱଲପୁର ଡାକ ମଣ୍ଡଲ ର ସଂମ୍ପାଦକ କମ୍ରେଡ ଶ୍ରୀ ମହେଶ ସାହୁ

ଯୋଗଦେଇ ଡାକ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଓ ଅଧିକାର ସମ୍ପର୍କରେ ଆଲୋକପାତ କରିଥିଲେ। ସଂଘର ସଭାପତି କମ୍ରେଡ୍ ଲବ ଭୋଇଙ୍କ ସଭାପତିତ୍ୱରେ ଏହି ଖୋଲା ଅଧିବେଶନ ପରିଚାଳିତ ହୋଇଥିଲା। ସ୍ୱାଗତ ସମିତିର ଅଧ୍ୟକ୍ଷ କମ୍ରେଡ୍ ସୁବାଷ ଷଡ଼ଙ୍ଗୀ ଓ ମଣ୍ଡଳ ସମ୍ପାଦକ କମ୍ରେଡ୍ ସରୋଜ କୁମାର ମିଶ୍ରଙ୍କ ନେତୃତ୍ୱରେ ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

ଗଣତାନ୍ତ୍ରିକ ପଦ୍ଧତିରେ ନୂତନ କର୍ମକର୍ତ୍ତା ନିର୍ବାଚନ କରଯାଇଥିଲା ।

ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଆଗାମୀ କାର୍ଯ୍ୟକାଳ ପାଇଁ ଏକ ନୂତନ କାର୍ଯ୍ୟକାରୀ କମିଟି ସର୍ବସମ୍ମତି କ୍ରମେ ଗଠନ କରାଯାଇଛି। ନୂତନ ଭାବେ ନିର୍ବାଚିତ ହୋଇଥିବା ପ୍ରମୁଖ କର୍ମକର୍ତ୍ତାମାନେ ହେଲେ:

• ସଭାପତି: ଶ୍ରୀ ଲବ ଭୋଇ

• ଉପ-ସଭାପତି: ଶ୍ରୀ ରମେଶ ଚନ୍ଦ୍ର ଦାଙ୍ଗ, ଶ୍ରୀ ବିକ୍ରମ ସିଂ ଡ଼ନସେନା, ଶ୍ରୀ ମୁନା ରଣା

• ସମ୍ପାଦକ: ଶ୍ରୀ ରମେଶ ଚନ୍ଦ୍ର ସାହୁ

• ସହକାରୀ ସମ୍ପାଦକ (ହେଡ୍ କ୍ୱାର୍ଟର): ଶ୍ରୀ ଆନନ୍ଦ କୁମାର ଦଳପତି

• କୋଷାଧ୍ୟକ୍ଷ: ଶ୍ରୀ ଅନିଲ କୁମାର ପଟେଲ ହୋଇଥିଲେ।

ଏହା ସହିତ ସଂଗଠନର ସୁପରିଚାଳନା ପାଇଁ ସହକାରୀ ସମ୍ପାଦକ, ସଂଗଠନ ସମ୍ପାଦକ, ଅଡିଟର ଏବଂ ସର୍କଲ କାଉନସିଲର ଭଳି ପଦବୀରେ ଅନ୍ୟ ସଦସ୍ୟମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ନୂତନ ଭାବେ ନିର୍ବାଚିତ ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ସାହୁ ସମସ୍ତକୁ ଧନ୍ଯବାଦ ଦେଇ, ସଙ୍ଘ କୁ ଆଗାମୀ ଦିନ ରେ ଉନ୍ନତି ରୁ ଉନ୍ନତି ପଥକୁ ନେବାପାଇଁ ପ୍ରତିଶୁତି ଦେଇଥିଲି।

ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ଡିଭିଜନର ବହୁ ସଂଖ୍ୟକ ଡାକ କର୍ମଚାରୀ ଉପସ୍ଥିତ ରହି ସଭାକୁ ସଫଳ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande