ଭେଡ଼େନ ନଦୀରେ ୧୨୬ କୋଟିର ଜଳ ସଂରକ୍ଷଣ ପ୍ରକଳ୍ପକୁ ମଞ୍ଜୁରୀ, କୃଷକଙ୍କ ମଧ୍ୟରେ ନୂଆ ଆଶା
Approval Granted for ₹126 Crore Water Conservation Project on Bheden River, Bringing New Hope to Farmers
ଭେଡ଼େନ ନଦୀରେ ୧୨୬ କୋଟିର ଜଳ ସଂରକ୍ଷଣ ପ୍ରକଳ୍ପକୁ ମଞ୍ଜୁରୀ


ଝାରସୁଗୁଡ଼ା, ୨୯ ଅକ୍ଟୋବର (ହି.ସ.) - କୃଷକଙ୍କ ସମୃଦ୍ଧି ଓ କୃଷି କ୍ଷେତ୍ରର ବିକାଶ ପାଇଁ ବିଜେପି ସରକାର ସଂକଳ୍ପବଦ୍ଧ। ରାଜ୍ୟରେ ସରକାର ଗଠନ ପରଠାରୁ କୃଷି ଓ କୃଷକଙ୍କ ଉନ୍ନତିକୁ ପ୍ରାଥମିକତା ଦେଇ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏଥିସହ ଜଳ ସଂରକ୍ଷଣ ଓ ଜଳସେଚନ ବ୍ୟବସ୍ଥାର ସୁଦୃଢ଼ୀକରଣ ଉପରେ ସରକାର ବିଶେଷ ଗୁରୁତ୍ୱ ଦେଉଥିବା କହିଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ।

ଏହି କ୍ରମରେ ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ବ୍ଲକ୍ ଅନ୍ତର୍ଗତ ସମାସିଂହା ପଂଚାୟତବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଛି। ଭେଡ଼େନ ନଦୀ ଉପରେ ୧୨୬ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ବୃହତ୍ ଜଳ ସଂରକ୍ଷଣ ପ୍ରକଳ୍ପକୁ ରାଜ୍ୟ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ପ୍ରକଳ୍ପ ନିର୍ମାଣ ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ଟେଣ୍ଡର ମଧ୍ୟ ଆହ୍ୱାନ କରାଯାଇଛି।

ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଅଂଚଳରେ ଜଳସେଚନ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବା ସହ ଜଳ ସଂରକ୍ଷଣରେ ଉନ୍ନତି ଆସିବ। ଏହାଦ୍ୱାରା କୃଷି ଉତ୍ପାଦନ ବୃଦ୍ଧି ପାଇବା ସହ ଚାଷୀଙ୍କ ଜୀବନଜୀବିକାରେ ସକାରାତ୍ମକ ପରିବର୍ତନ ଆସିବାର ଆଶା ରହିଛି। ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଥିବାରୁ ସ୍ଥାନୀୟ ଅଂଚଳରେ ଏହି ପ୍ରକଳ୍ପକୁ ନେଇ ନୂତନ ଆଶା ସଂଚାର ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମାର୍ଗଦର୍ଶନରେ ରାଜ୍ୟ ସରକାର ଜଳସେଚନ ଭିତିଭୂମିର ବିକାଶ, ଜଳସମ୍ପଦର ସୁବିନିଯୋଗ ଓ କୃଷକଙ୍କ ଆର୍ôଥକ ସଶକ୍ତୀକରଣ ପାଇଁ ନିରନ୍ତର ପ୍ରୟାସ କରୁଥିବାରୁ ବିଧାୟକ ଟଙ୍କଧର ତ୍ରିପାଠୀ କୃତଜ୍ଞତା ଜଣାଇଛନ୍ତି।

ଏହି ଜଳ ସଂରକ୍ଷଣ ପ୍ରକଳ୍ପ ଅଂଚଳର କୃଷି କାର୍ଯ୍ୟକୁ ନୂତନ ଗତି ଦେବା ସହ ଜଳସମ୍ପଦର ସଠିକ୍ ଉପଯୋଗ, କୃଷି ଉତ୍ପାଦନ ବୃଦ୍ଧି ଓ ଚାଷୀଙ୍କ ଆର୍ôଥକ ସ୍ଥିତିରେ ସୁଧାର ଆଣିବା କ୍ଷେତ୍ରରେ ଏକ ମାଇଲଖୁଂଟ ସାବ୍ୟସ୍ତ ହେବ ବୋଲି ବିଧାୟକ ଶ୍ରୀ ତ୍ରିପାଠୀ ଆଶା ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande