ସତ୍ୟବାଦୀ ବରାଳ ବାଲୁଙ୍କେଶ୍ଵର ମନ୍ଦିରରୁ ହୁଣ୍ଡି ଭାଙ୍ଗି ଚୋରି : ଯୁବକ ଗିରଫ
ପୁରୀ, ୨୯ ଅକ୍ଟୋବର (ହି.ସ.)- ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ବରାଳ ବାଲୁଙ୍କେଶ୍ୱର ମନ୍ଦିରରୁ ହୁଣ୍ଡି ଭାଙ୍ଗି ଚୋରି ଅଭିଯୋଗରେ ପୋଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି | ସତ୍ୟବାଦୀ ପୋଲିସ ପ୍ରେସ ବିଜ୍ଞପ୍ତିରେ ଜଣାଇଛି ଯେ, ୨୭ ତାରିଖ ରାତି ପ୍ରାୟ ୧ଟା ସମୟରେ ବରାଳ ଗ୍ରା
ସତ୍ୟବାଦୀ ବରାଳ ବାଲୁଙ୍କେଶ୍ୱର ମନ୍ଦିର ରୁ ହୁଣ୍ଡି ଭାଙ୍ଗି ଚୋରି :ଯୁବକ ଗିରଫ


ସତ୍ୟବାଦୀ ବରାଳ ବାଲୁଙ୍କେଶ୍ୱର ମନ୍ଦିର ରୁ ହୁଣ୍ଡି ଭାଙ୍ଗି ଚୋରି :ଯୁବକ ଗିରଫ


ପୁରୀ, ୨୯ ଅକ୍ଟୋବର (ହି.ସ.)- ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ବରାଳ ବାଲୁଙ୍କେଶ୍ୱର ମନ୍ଦିରରୁ ହୁଣ୍ଡି ଭାଙ୍ଗି ଚୋରି ଅଭିଯୋଗରେ ପୋଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି |

ସତ୍ୟବାଦୀ ପୋଲିସ ପ୍ରେସ ବିଜ୍ଞପ୍ତିରେ ଜଣାଇଛି ଯେ, ୨୭ ତାରିଖ ରାତି ପ୍ରାୟ ୧ଟା ସମୟରେ ବରାଳ ଗ୍ରାମର ମଣ୍ଟୁ ମହାପାତ୍ର(୩୦) ହାତରେ ଏକ ହାତୁଡ଼ି ଧରି ମନ୍ଦିର ନିକଟରେ ବୁଲାବୁଲି କରୁଥିଲା ଓ ଚୋରି କରିଥିବା ଗ୍ରାମବାସୀମାନେ ସନ୍ଦେହ କରିଥିଲେ | ପୋଲିସ ଏହି ସୁରାକ ପାଇ ତାକୁ ପଚରା ଉଚରା କରିବାରୁ ସତ ଘଟଣା ଜଣାପଡିଥିଲା | ଏ ସମ୍ପର୍କରେ ସତ୍ୟବାଦୀ ଥାନାରେ କେସ୍ ନଂ ୪୨୦/ ୨୬ ରେ ମାମଲା ରୁଜୁ ହୋଇ ମଣ୍ଟୁକୁ ପୋଲିସ ଗିରଫ କରିଥିଲା |୨୭ ତାରିଖ ରାତିରେ ଚୋରି ପରେ ୨୮ ତାରିଖ ସକାଳୁ ବରାଳ ବାଲୁଙ୍କେଶ୍ୱର ମନ୍ଦିର, କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷ୍ମୀଧର ପଣ୍ଡା ସତ୍ୟବାଦୀ ଥାନାରେ ଅଭିଯୋଗ କରିଥିଲେ | ଅଭିଯୋଗ ପାଇବା ପରେ ପୋଲିସ ଛାନଭିନ କରିଥିଲା | ତଦନ୍ତକାରୀ ଅଫିସର ଭାବେ ମହେଶ୍ୱର ଦାସ, ଏ.ଏସ୍.ଆଇ. ରହିଛନ୍ତି |

ମଣ୍ଟୁ ଜଗମୋହନ ମନ୍ଦିରର ତାଲା ଭାଙ୍ଗି ମୁଖ୍ୟ ହୁଣ୍ଡି ଏବଂ ପାଖରେ ଥିବା ଛୋଟ ହୁଣ୍ଡିର ତାଲା ଭାଙ୍ଗି ସମସ୍ତ ଟଙ୍କା ଓ ହୁଣ୍ଡି ଚୋରି କରି ନେଇଯାଇଥିଲା । ଏହା ସହିତ ଦେବୀଙ୍କ ମନ୍ଦିରର ତାଲା ମଧ୍ୟ ଭାଙ୍ଗି ଦେଇଥିଲା । ଆଜି ମଣ୍ଟୁ ମହାପାତ୍ରକୁ ଗିରଫ କରି ଜେ.ଏମ୍.ଏଫ୍.ସି., ସତ୍ୟବାଦୀ କୋର୍ଟକୁ ଚାଲାଣ କରାଯାଇଛି। ତା' ଠାରୁ ଜବତ ହୋଇଥିବା ସାମଗ୍ରୀ ଗୁଡିକ ମଧ୍ୟରେ ନଗଦ ଟଙ୍କା ୮,୩୦୦, ପିତ୍ତଳ ଘଣ୍ଟି ୨ଟି, ପିତ୍ତଳ ଝାରି/ପାତ୍ର ୧ଟି, ହାତୁଡ଼ି୧ଟି, ଲୁହା ଛଡ଼ ୧ଟି ଜବତ କରିଛି | ମଣ୍ଟୁର ପୂର୍ବ ଅପରାଧିକ ରେକର୍ଡ ସତ୍ୟବାଦୀ ଥାନାରେ ୨୦୦୯ରେ ରହିଥିଲା |

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande