
ଭୁବନେଶ୍ୱର, ୨୯ ଅକ୍ଟୋବର (ହି.ସ)- ମିଳିତ ପୋଲିସ୍ ସେବା ପରୀକ୍ଷା–୨୦୨୪ (ସିପିଏସଇ-୨୦୨୪) ଅନ୍ତର୍ଗତ ଉପ-ନିରୀକ୍ଷକସ୍ତରୀୟ ପରୀକ୍ଷା ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନଙ୍କ ନିମନ୍ତେ ନିଜର ପ୍ରମାଣପତ୍ର ଓ ତଥ୍ୟ ଅଦ୍ୟତନ ତଥା ବୈଧୀକରଣ କରିବାର ସମୟସୀମାକୁ ଆଉ ୧୦ ଦିନ ବୃଦ୍ଧି କରାଯାଇଛି । ଏବେ ପ୍ରାର୍ଥୀମାନେ ଆସନ୍ତା ନଭେମ୍ବର ୮ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିପାରିବେ ।
ଓଡିଶା ୟୁନିଫର୍ମଡ୍ ସେବା କର୍ମଚାରୀ ଚୟନ ଆୟୋଗ (ଓୟୁଏସଏସଏସସି) ପକ୍ଷରୁ ସମସ୍ତ ପ୍ରାର୍ଥୀଙ୍କୁ, ବିଶେଷତଃ ବୟସ କୋହଳ ବ୍ୟବସ୍ଥା ଅନ୍ତର୍ଗତ ଯୋଗ୍ୟ ପ୍ରାର୍ଥୀଙ୍କ ସମେତ, ଯେଉଁମାନେ ୨୦୨୫ ମସିହାରେ ବିଜ୍ଞାପିତ ମିଳିତ ପୋଲିସ୍ ସେବା ପରୀକ୍ଷା–୨୦୨୪ ଥଉପ-ନିରୀକ୍ଷକ ସ୍ତରୀୟ ପରୀକ୍ଷାଧ ପାଇଁ ଆବେଦନ କରିଥିଲେ, ସେମାନଙ୍କୁ ଆୟୋଗଙ୍କ ୱେବସାଇଟ୍ ଏଚଟିପିପିଏସ୍ ://ଓୟୁଏସଏସଏସସି.ଓଡ଼ିଶା.ଜିଓଭି.ଇନ୍ ରେ ନିଜର ପ୍ରମାଣପତ୍ର ଓ ତଥ୍ୟ ଅଦ୍ୟତନ/ ବୈଧୀକରଣ କରିବାର ଶେଷ ତାରିଖ ଆଉ ୧୦ (ଦଶ) ଦିନ ବୃଦ୍ଧି କରାଯାଇତା୦୮.୧୧.୨୦୨୬ ରିଖ ରାତି ୧୦.୦୦ ଘଟିକା ପର୍ଯ୍ୟନ୍ତଧାର୍ଯ୍ୟ କରାଯାଇଥିବା ଜଣାଇ ଦିଆଯାଇଛି ।
ସମସ୍ତ ସମ୍ପୃକ୍ତ ପ୍ରାର୍ଥୀଙ୍କୁ ଆୟୋଗଙ୍କ ୱେବସାଇଟ୍ ରେ ଲଗ୍ ଇନ୍ କରି ଧାର୍ଯ୍ୟ ସମୟସୀମା ମଧ୍ୟରେ ନିଜର ପ୍ରମାଣପତ୍ର ଓ ତଥ୍ୟ ଅଦ୍ୟତନ/ ବୈଧୀକରଣ କରିବାକୁ ପରାମର୍ଶ ଦିଆଯାଇଛି। ଏହି ଅଦ୍ୟତନ/ ବୈଧୀକରଣ କରାଯାଇଥିବା ତଥ୍ୟ ସିପିଏସଇ-୨୦୨୪ ପରୀକ୍ଷାର ପରବର୍ତୀ ସମସ୍ତ ପର୍ଯ୍ୟାୟ ପାଇଁ ଚୂଡ଼ାନ୍ତ ଭାବେ ଗ୍ରହଣ କରାଯିବ।
ପ୍ରାର୍ଥୀମାନଙ୍କର ପ୍ରମାଣପତ୍ର ଓ ତଥ୍ୟ ଅଦ୍ୟତନ/ ବୈଧୀକରଣ କରିବା ପାଇଁ ଏହା ଶେଷ ସୁଯୋଗ। କୌଣସି ପରିସ୍ଥିତିରେ ଏହି ସମୟସୀମା ବୃଦ୍ଧି କରାଯିବ ନାହିଁ।ଧାର୍ଯ୍ୟ ସମୟସୀମା ମଧ୍ୟରେ ଏହି ପ୍ରକ୍ରିୟା ସମାପ୍ତ ନକରିଥିବା ପ୍ରାର୍ଥୀମାନେ ଏଥିଯୋଗୁଁ ଉପୁଜିବାକୁ ଥିବା ପରିଣାମ ପାଇଁ ନିଜେ ଦାୟୀ ରହିବେ ବୋଲି କମିଶନ ତରଫରୁ ସ୍ପଷ୍ଟ କରାଯାଇଛି । ଶେଷ ମୁହୂର୍ତରେ କୌଣସି ଅସୁବିଧା ଏଡ଼ାଇବା ପାଇଁ ପ୍ରାର୍ଥୀମାନଙ୍କୁ ଧାର୍ଯ୍ୟ ସମୟସୀମା ପୂର୍ବରୁ ଏହି ପ୍ରକ୍ରିୟା ସମାପ୍ତ କରିବାକୁ ପରାମର୍ଶ ଦିଆଯାଉଛି।ଏ ସଂପର୍କରେ କମିଶନଙ୍କ ନିର୍ଦ୍ଦେଶ କ୍ରମେ ସଚିବ, ଓଡିଶା ୟୁନିଫର୍ମଡ୍ ସେବା କର୍ମଚାରୀ ଚୟନ ଆୟୋଗଙ୍କ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା