ଚମ୍ପୁଆ ମହତାବ ଉଚ୍ଚ ବିଦ୍ୟାଳୟରେ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଚମ୍ପୁଆ, , 29 ଅକ୍ଟୋବର (ହି.ସ.): ଚମ୍ପୁଆ ପିଏମଶ୍ରୀ ସରକାରୀ ମହତାବ ଉଚ୍ଚ ବିଦ୍ୟାଳୟ ଠାରେ ଚମ୍ପୁଆ ତାଲୁକ୍ ଆଇନ୍ ସେବା କମିଟି ଆନୁକୂଲ୍ୟରେ ଆଇନ୍ ସାକ୍ଷରତା ଏବଂ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ବକ୍ତା ଭାବେ ତାଳୁକ ଆଇନ ସେବା କମିଟୀର ଅଧ୍ୟକ୍ଷ ପ୍ରଣୟ କୁମା
ଚମ୍ପୁଆ ମହତାବ ଉଚ୍ଚ ବିଦ୍ୟାଳୟରେ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ


ଚମ୍ପୁଆ, , 29 ଅକ୍ଟୋବର (ହି.ସ.): ଚମ୍ପୁଆ ପିଏମଶ୍ରୀ ସରକାରୀ ମହତାବ ଉଚ୍ଚ ବିଦ୍ୟାଳୟ ଠାରେ ଚମ୍ପୁଆ ତାଲୁକ୍ ଆଇନ୍ ସେବା କମିଟି ଆନୁକୂଲ୍ୟରେ ଆଇନ୍ ସାକ୍ଷରତା ଏବଂ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ବକ୍ତା ଭାବେ ତାଳୁକ ଆଇନ ସେବା କମିଟୀର ଅଧ୍ୟକ୍ଷ ପ୍ରଣୟ କୁମାର ଦାସ, ସବଜଜ ଜିତେନ୍ଦ୍ର ଦାସ, ଏସଡିଜେଏମ ସାଧନ ଜିତ ପଣ୍ଡା, ଚମ୍ପୁଆ ବାର୍ ଆସୋସିଏସନ୍ ର ସରକାରୀ ଓକିଲ ରମେଶ ଚନ୍ଦ୍ର ପ୍ରଧାନ, ବରିଷ୍ଠ ଓକିଲ ବିଷ୍ଣୁ ଚରଣ ରାଠୋର ପ୍ରମୁଖ

ଯୋଗ ଦେଇ ପୋସ୍କୋ ଆଇନ୍ ତଥା ସୁରକ୍ଷିତ ଜୀବନ ପାଇଁ ଆଇନର ଆବଶ୍ୟକତା ଏବଂ ଛାତ୍ର ଛାତ୍ରୀମାନେ କିପରି ଯୌନ ନିର୍ଯାତନାରୁ ନିଜକୁ ସୁରକ୍ଷିତ ରଖିପାରିବେ ସେ ବିଷୟରେ ମାର୍ଗଦର୍ଶନ ଦେଇଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗିରିଶ ଚନ୍ଦ୍ର ପ୍ରଧାନ, ଶିକ୍ଷୟିତ୍ରୀ ଲୋପାମୁଦ୍ରା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଚମ୍ପୁଆ ତାଲୁକ ଆଇନ୍ ସେବାର ସ୍ୱେଚ୍ଛାସେବୀ ଅବଦୁଲ ସୁରଜ ଖାନ, ରାମକୃଷ୍ଣ ଜିତ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏଥିରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande