ଧାମନଗର ବଜାରରେ ପଲିଥିନ ରଖିଥିବା ଦୋକନଙ୍କ ଉପରେ ଚଢ଼ାଉ, ୩ ବସ୍ତା ଜବତ
ଭଦ୍ରକ, ୨୯ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲା ଧାମନଗର ବଜାରର ବିଭିନ୍ନ ଦୋକାନରେ ଗୁରୁବାର ସନ୍ଧ୍ୟାରେ ଚଢ଼ାଉ କରାଯାଇ ୩ ବସ୍ତା ପଲିଥିନ ଜବତ କରାଯାଇଛି। ପଲିଥିନ ବ୍ୟବହାର ଉପରେ ରୋକ ଲଗାଇବା ଓ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ଉଦ୍ଦେଶ୍ୟରେ ଧାମନଗର ଏନ୍ଏସି ପକ୍ଷରୁ ଏହି ଯାଂଚ କରାଯାଇଥିଲା। ଏନ୍ଏସି ଅଧି
DHAMNAGAR BAZAR POLYTHENE CHADHAU


ଭଦ୍ରକ, ୨୯ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲା ଧାମନଗର ବଜାରର ବିଭିନ୍ନ ଦୋକାନରେ ଗୁରୁବାର ସନ୍ଧ୍ୟାରେ ଚଢ଼ାଉ କରାଯାଇ ୩ ବସ୍ତା ପଲିଥିନ ଜବତ କରାଯାଇଛି। ପଲିଥିନ ବ୍ୟବହାର ଉପରେ ରୋକ ଲଗାଇବା ଓ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ଉଦ୍ଦେଶ୍ୟରେ ଧାମନଗର ଏନ୍ଏସି ପକ୍ଷରୁ ଏହି ଯାଂଚ କରାଯାଇଥିଲା। ଏନ୍ଏସି ଅଧିକାରୀ ଦେବବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ବଜାରର ବିଭିନ୍ନ ଦୋକାନରେ ଯାଂଚ କରାଯାଇଥିଲା। ଏହି ସମୟରେ ୩ ବସ୍ତା ପଲିଥିନ ଜବତ ହୋଇଥିଲା। ଚଢ଼ାଉରେ ନୀଳକଣ୍ଠ ନାୟକ, ମନୋଜ ଦାସଙ୍କ ସମେତ ଅନ୍ୟ ଅଧିକାରୀମାନେ ସାମିଲ ହୋଇଥିଲେ। ପଲିଥିନ ବ୍ୟବହାର ଯୋଗୁଁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବା ସହ ମଣିଷର ସ୍ୱାସ୍ଥ୍ୟ ଉପରେ ମଧ୍ୟ କୁପ୍ରଭାବ ପଡ଼ିବା, ନାଳନର୍ଦ୍ଦମା ଅବରୋଧ ଭଳି ସମସ୍ୟା ସୃଷ୍ଟି ହେଉଛି। ତେଣୁ ଏହାର ବ୍ୟବହାର ରୋକିବା ପାଇଁ ନିୟମିତ ଯାଂଚ ସହ ଦୋକାନୀ ଓ ଗ୍ରାହକଙ୍କୁ ସଚେତନ କରିବା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande