ଧରାକୋଟ ବ୍ଲକ୍ ର ଦଶମଇଲି ଗାଁ ବନ୍ୟା ପାଣିଘେରରେ, ଲୋକଙ୍କ ଘରେ ପଶିଲା ପାଣି
ଗଞ୍ଜାମ, ୨୯ ଅକ୍ଟୋବର (ହି.ସ.)- ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ର ଦଶମଇଲି ଗାଁ ରେ ବନ୍ୟା ଓ ବର୍ଷା ଜଳ ୫ରୁ୧୫ ଫୁଟ୍ ଉଚ୍ଚାରେ ପ୍ରଵାହିତ ହେଉଛି। ଫଳରେ ଲୋକଙ୍କ ଘରେ ପାଣି ପଶିଯିବାରୁ ଲୋକେ ଘରଦ୍ଵାର ଛାଡି ନିରାପଦ ସ୍ଥାନକୁ ଚାଲିଯାଇଛନ୍ତି। ଘରର ସମସ୍ତ ଜିନିଷ ଧୋଇ ହୋଇଯାଇଛି ଓ ଲୋକେ ସର୍ବସ୍ଵାନ୍ତ
Wertyuii


ଗଞ୍ଜାମ, ୨୯ ଅକ୍ଟୋବର (ହି.ସ.)- ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ର ଦଶମଇଲି ଗାଁ ରେ ବନ୍ୟା ଓ ବର୍ଷା ଜଳ ୫ରୁ୧୫ ଫୁଟ୍ ଉଚ୍ଚାରେ ପ୍ରଵାହିତ ହେଉଛି। ଫଳରେ ଲୋକଙ୍କ ଘରେ ପାଣି ପଶିଯିବାରୁ ଲୋକେ ଘରଦ୍ଵାର ଛାଡି ନିରାପଦ ସ୍ଥାନକୁ ଚାଲିଯାଇଛନ୍ତି। ଘରର ସମସ୍ତ ଜିନିଷ ଧୋଇ ହୋଇଯାଇଛି ଓ ଲୋକେ ସର୍ବସ୍ଵାନ୍ତ ହୋଇଛନ୍ତି।

ପିତଳ ଗାଁ ର କାଳୀମନ୍ଦିର ଯାଏ ବନ୍ୟା ପାଣି ଆସିଥିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି। ବ୍ରହ୍ମପୁର ସହର ଵ୍ରଜନଗରକୁ ଧୋଵାନାଳ ଦେଇ ବନ୍ୟାପାଣି ପ୍ରବେଶ କରିଥିବାରୁ ଜନସାଧାରଣ ଚିନ୍ତିତ ହୋଇପଡିଛନ୍ତି। ଶେରଗଡ଼ ବ୍ଲକ ଅଫିସରେ ବନ୍ୟା ପାଣି ପଶିଛି। ଜଗମୋହନରୁ ୬ ଜଣ ଅସୁସ୍ଥ ହୋଇଥିଵାରୁ ଜଳବନ୍ଦୀରୁ ଉଦ୍ଧାର କରି ଏୟାରଲିଫ୍ଟରେ ଧରାକୋଟ ଆଣି ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଜଳ ବନ୍ଦୀରେ ଥିବା ବିଭିନ୍ନ ସ୍ଥାନରୁ ଆଜି ୧୨୦ ଜଣଙ୍କୁ ଏୟାର ଲିଫ୍ଟରେ ଉଦ୍ଧାର କରି ନିରାପଦ ସ୍ଥାନକୁ ନେଇ ଆଶ୍ରୟ ଦିଆଯାଇଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande