ଦିବ୍ୟଜ୍ୟୋତି ଜ୍ଞାନ ଅମୃତ ବାର୍ଷିକ ପତ୍ରିକାର ଶୁଭ ଉନ୍ମୋଚନ ସମାରୋହ
ବଲାଙ୍ଗୀର, ୨୯ ଅକ୍ଟୋବର(ହି.ସ.) – ଆଜି ଦିବ୍ୟଜ୍ୟୋତି ଜାଗୃତି ଯୋଗ ସଂଗଠନ, ବଲାଙ୍ଗୀର ପକ୍ଷରୁ ପ୍ରକାଶିତ ବାର୍ଷିକ ପତ୍ରିକା “ଦିବ୍ୟଜ୍ୟୋତି ଜ୍ଞାନ ଅମୃତ”ର ଶୁଭ ଉନ୍ମୋଚନ ହୋଇଥିଲା। ଏହି ଅବସରରେ ସଂଗଠନର ସମସ୍ତ ଯୋଗୀପ୍ରେମୀଙ୍କ ଉପସ୍ଥିତି ପରିବେଶକୁ ଆନନ୍ଦମୟ, ଉତ୍ସାହପୂର୍ଣ୍ଣ ଓ ଆଧ୍ୟାତ୍ମିକ ଭାବଧ
ଦିବ୍ୟ ଜ୍ୟୋତି ଜ୍ଞାନ ଅମୃତ” ବାର୍ଷିକ ପତ୍ରିକାର ଶୁଭ ଉନ୍ମୋଚନ ସମାରୋହ


ବଲାଙ୍ଗୀର, ୨୯ ଅକ୍ଟୋବର(ହି.ସ.) – ଆଜି ଦିବ୍ୟଜ୍ୟୋତି ଜାଗୃତି ଯୋଗ ସଂଗଠନ, ବଲାଙ୍ଗୀର ପକ୍ଷରୁ ପ୍ରକାଶିତ ବାର୍ଷିକ ପତ୍ରିକା “ଦିବ୍ୟଜ୍ୟୋତି ଜ୍ଞାନ ଅମୃତ”ର ଶୁଭ ଉନ୍ମୋଚନ ହୋଇଥିଲା। ଏହି ଅବସରରେ ସଂଗଠନର ସମସ୍ତ ଯୋଗୀପ୍ରେମୀଙ୍କ ଉପସ୍ଥିତି ପରିବେଶକୁ ଆନନ୍ଦମୟ, ଉତ୍ସାହପୂର୍ଣ୍ଣ ଓ ଆଧ୍ୟାତ୍ମିକ ଭାବଧାରାରେ ଭରିଦେଇଥିଲା। ସଭାର ପ୍ରାରମ୍ଭରେ ମନୋଜ କୁମାର ବାରିକ ନିଜର ସୁନ୍ଦର ଓ ପ୍ରେରଣାଦାୟୀ ଅଭିଭାଷଣ ମାଧ୍ୟମରେ ସଭାକାର୍ଯ୍ୟକୁ ଶୁଭାରମ୍ଭ କରିଥିଲେ। ତାଙ୍କର ମନୋଜ୍ଞ ବକ୍ତବ୍ୟ ଉପସ୍ଥିତ ଯୋଗୀପ୍ରେମୀମାନଙ୍କ ମନରେ ନୂତନ ଉତ୍ସାହ ଓ ଉଦ୍ଦୀପନା ସୃଷ୍ଟି କରିଥିଲା। ଏହାପରେ ସଂଗଠନର ସଭାପତି ସୀତାରାମ ଦାସ ନିଜର ମୂଲ୍ୟବାନ ଅଭିଭାଷଣ ପ୍ରଦାନ କରିଥିଲେ। କୋଷାଧ୍ୟକ୍ଷ ନୀଳକଣ୍ଠ ମେହେର ନିଜର ଅନୁଭୂତି ଓ ମତାମତ ଉପସ୍ଥାପନ କରିଥିବାବେଳେ ସଂପାଦକ ହାୟୁମ ମହମ୍ମଦ ନିଜସ୍ୱ ବକ୍ତବ୍ୟ ମାଧ୍ୟମରେ ସଭାକୁ ସମ୍ବୋଧିତ କରିବା ସହ ସମସ୍ତଙ୍କ ମଙ୍ଗଳ କାମନା କରି ଶୁଭେଚ୍ଛା ମୂଳକ ବାର୍ତା ପ୍ରଦାନ କରିଥିଲେ। ସଂଗଠନର ଏହି ନିଆରା ପରମ୍ପରା ଓ ସେବାମୂଳକ ଯାତ୍ରାର ଅନ୍ୟତମ ବିନ୍ଧାଣୀ ବିରଂଚି ଗହୀର ଉପସ୍ଥିତ ରହି ସଂଗଠନର ଉତ୍ପତି, ଆଦର୍ଶ ଓ ଉଦ୍ଦେଶ୍ୟ ସମ୍ପର୍କରେ ଐତିହାସିକ ତଥ୍ୟକୁ ଲିପିବଦ୍ଧ କରି ରଖିବା ପାଇଁ ବିରଂଚି ଗହୀର ଓ ସହଦେବ ଧରୁଆଙ୍କୁ ଅଭିଭାଷଣ ପ୍ରଦାନ କରିବା ନିମନ୍ତେ ଅନୁରୋଧ କରିଥିଲେ। ସଂଗଠନର ଅତୀତ ଅନୁଭୂତି, ସଂଘର୍ଷ ଓ ଅଗ୍ରଗତିକୁ ଅଭିଲେଖ ଆକାରରେ ସଂରକ୍ଷିତ କରିବାର ଏହି ପ୍ରୟାସ ଭବିଷ୍ୟତ ପିଢ଼ି ପାଇଁ ନିଶ୍ଚିତ ଭାବେ ଏକ ପ୍ରେରଣାଦାୟୀ ପଦକ୍ଷେପ। ସଭାର ମୁଖ୍ୟ ପ୍ରସଙ୍ଗ ଉପରେ ଆଲୋକପାତ କରି ସଂଗଠନର ପରାମର୍ଶଦାତା ଆନନ୍ଦ ଚନ୍ଦ୍ର ବେହେରା ନିଜର ମୂଲ୍ୟବାନ ମତାମତ ଓ ପରାମର୍ଶ ଉପସ୍ଥାପନ କରିଥିଲେ। ସେହିପରି ସକ୍ରିୟ ସଭ୍ୟ ଦିଲ୍ଲୀପ ପାତ୍ର ଯୋଗର ମହତ୍ୱ, ଉପକାରିତା ଓ ଜୀବନରେ ଏହାର ଆବଶ୍ୟକତା ସମ୍ପର୍କରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଶୁଭ ଅବସରକୁ ଅଧିକ ମଙ୍ଗଳମୟ କରିବା ନିମନ୍ତେ ବିରଂଚି ଗହୀର ସଭାପତି ସୀତାରାମ ଦାସଙ୍କୁ ଭାରତମାତାଙ୍କ ସମ୍ମୁଖରେ ଦୀପ ପ୍ରଜ୍ୱଳନ କରିବା ପାଇଁ ଅନୁରୋଧ କରିଥିଲେ। ପରେ ସଭାପତି ସୀତାରାମ ଦାସ, ସଂପାଦକ ହାୟୁମ ମହମ୍ମଦ, କୋଷାଧ୍ୟକ୍ଷ, ନୀଳକଣ୍ଠ ମେହେର ଏବଂ ମୁନେସ କେଜ୍ରିୱାଲଙ୍କ ଦ୍ୱାରା ବାର୍ଷିକ ପତ୍ରିକାର ଶୁଭ ଉନ୍ମୋଚନ କରାଯିବା ନିମନ୍ତେ ଅନୁରୋଧ କରାଯାଇଥିଲା। ଏହିପରି ଏକ ଶୁଭ ମୁହୂର୍ତରେ ‘ଦିବ୍ୟଜ୍ୟୋତି ଜ୍ଞାନ ଅମୃତ’ର ଉନ୍ମୋଚନ କେବଳ ଏକ ପତ୍ରିକାର ପ୍ରକାଶନ ନୁହେଁ, ବରଂ ସଂଗଠନର ଆଦର୍ଶ, ଅନୁଭୂତି, ଯୋଗସାଧନା, ଆଧ୍ୟାତ୍ମିକ ଚେତନା ଓ ସାମାଜିକ ସେବାର ଭାବଧାରାକୁ ଜନମାନସରେ ପହଂଚାଇବାର ଏକ ମହତ୍ୱପୂର୍ଣ୍ଣ ପ୍ରୟାସ। ପରିଶେଷରେ ଉପସ୍ଥିତ ସମସ୍ତ ଯୋଗୀପ୍ରେମୀଙ୍କୁ ମିଷ୍ଟାନ୍ନ ବଂଟନ କରାଯାଇଥିଲା ଏବଂ ସୌହାର୍ଦ୍ଧ୍ୟ, ଆନନ୍ଦ ଓ ପାରସ୍ପରିକ ଶୁଭେଚ୍ଛା ମଧ୍ୟରେ ସଭାକାର୍ଯ୍ୟର ସମାପନ ହୋଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande