
କେନ୍ଦୁଝର, ୨୯ ଅକ୍ଟୋବର (ହି.ସ.) - ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଜି. ଇ -୧ କକ୍ଷରେ ଦୁର୍ନୀତି ନିବାରଣ ବିଭାଗ, କେନ୍ଦୁଝର ଶାଖା ସହଯୋଗ ରେଦୁର୍ନୀତି ନିବାରଣ ସଚେତନତା ସପ୍ତାହ- ୨୦୨୬' ଅନୁଷ୍ଠିତ ହୋଇଯାଇଛି। ଯାହାର ମୂଳ ଲକ୍ଷ୍ୟ ହେଉଛି ସାଧୁତାରୁ ସମୃଦ୍ଧି'। ଯେଉଁଥିରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ପାତ୍ର ଅଧ୍ୟକ୍ଷତା କରିଥିଲେ। ସଭାରେ ବିଶ୍ୱବିଦ୍ୟାଳୟର ସ୍ନାତକୋତର ପରିଷଦ ଅଧ୍ୟକ୍ଷ ପ୍ରଫେସର ପ୍ରଭୁ ପ୍ରସାଦ ଦାସ ତାଙ୍କ ଅନୁଭୂତି ମୂଳନ ଅଭିବ୍ୟକ୍ତିରେ ସାଧୁତାର ମୂଲ୍ୟ କେତେ ଗୁରୁତ୍ୱ ପୁର୍ଣ୍ଣ ତତ୍ ସମ୍ପର୍କରେ ଆଲୋଚନା କରିଥିଲେ। କୁଳସଚିବ ପ୍ରଭାତି ପୃଷ୍ଟି ତାଙ୍କ ଅଭିଭାଷଣରେ କହିଥିଲେ ଯେ ସାଧୁତା ଗୋଟିଏ ରାଷ୍ଟ୍ରକୁ ସୁରକ୍ଷା ଦେବା ସହିତ ପ୍ରଗତି ପଥରେ ଆଗକୁ ନେବାରେ ସାହାଯ୍ୟ କରିଥାଏ। ଛାତ୍ର ମଙ୍ଗଳ ଅଧିକାରୀ ସହକାରୀ ପ୍ରଧ୍ୟାପକ ବିଜୟ କୁମାର ବେହେରା ତାଙ୍କ ଅଭିଭାଷଣରେ ପ୍ରକାଶ କରିଥିଲେ ଯେ ଅମେ ଆମ ବିବେକ ଦ୍ୱାରା ପରିଚାଳିତ ହୋଇ ଦାୟିତ୍ୱ ପ୍ରତି ଯତ୍ନ ବାନ୍ ହୋଇ କାର୍ଯ୍ୟ କଲେ ସଫଳ ନାଗରିକ ହୋଇପାରିବା । ଏହାପରେ ଦୁର୍ନୀତି ନିବାରଣ ଅଫିସର୍ ସୁଧାଂଶୁ ଶେଖର ପୂଜାରୀ ତାଙ୍କ ଅଭିଭାଷଣରେ ଆମ ଦୈନ୍ଦିନ ଜୀବନରେ କିପରି ଛୋଟ ଛୋଟ କିଣା ବିକାରେ କିପରି ଠକାମିରେ ଶିକାର ନ ହୋଇ ସଚେତନ ସହ ଦୁର୍ନୀତିକୁ ବିରୋଧ କରିପାରିବା ତତ୍ ସଂପର୍କରେ ମତ ରଖିଥିଲେ । ଏହାପରେ ବିଶ୍ୱବିଦ୍ୟାଳୟର କୁଳପତି ତାଙ୍କ ମନ୍ତବ୍ୟରେ କହିଥିଲେ ଯେ ବ୍ୟକ୍ତି ଯେତେବେଳେ ନୈତିକତା ଓ ଆଦର୍ଶବୋଧରୁ ଦୂରେଇ ଯାଏ ସେଠାରେ ଦୁର୍ନୀତି ହୋଇଥାଏ ଫଳରେ ସାଧାରଣ ମଣିଷ ଜୀବନରେ ବିପର୍ଯ୍ୟୟ ଘଟିଥାଏ। ଏଣୁ ଏହି ଦୁର୍ନୀତି ରୂପକ ମାନସିକ ରୋଗକୁ ଦୂରେଇ ପାରିଲେ ଏବଂ ବ୍ୟକ୍ତି ଜୀବନକୁ ଛାଡ଼ି ସାମାଜିକ ଜୀବନ ପ୍ରତି ଯତ୍ନବାନ ହେଲେ ଓ ଚେତନାକୁ ଜାଗ୍ରତ କରାଇପାରିଲେ ନିଶ୍ଚିତ ଉନ୍ନତି କରିପାରିବା।
ନୃତତ୍ୱ ବିଭାଗର ଅଧ୍ୟାପିକା ଡ଼କ୍ଟର ସରିତା ନାୟକ ମଂଚ ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅଭିଭାଷଣ ସହକାରୀ ପ୍ରଧ୍ୟାପକ ଶ୍ରୀ ଶୁକଦେବ ତିରିଆ ରଖିଥିଲେ। ଏହି ସଭାରେ ବିଶ୍ୱବିଦ୍ୟାଳୟରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ସଭାଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA