
କେନ୍ଦ୍ରାପଡ଼ା, ୨୯ ଅକ୍ଟୋବର(ହି.ସ.) – କେନ୍ଦ୍ରାପଡା ଡେରାବିଶ ବ୍ଲକରେ ହୋଇଥିବା ଆର୍ôଥକ ହେରଫେର ଘଟଣାରେ ଦୁଇ ଅଧିକାରୀଙ୍କ ନାମରେ ସଦର ଥାନାରେ ଏତଲା ଦିଆଯାଇଛି। କେନ୍ଦ୍ରାପଡା ଜିଲାପାଳ ରଘୁରାମ ଆର ଆୟରଙ୍କ ନିର୍ଦ୍ଦେଶରେ ଡେରାବିଶ ବ୍ଲକ ହେଡ୍ କ୍ଲର୍କ ଶଶିକାନ୍ତ ରଣାଙ୍କ ନାମରେ ନମିତା ବାରିକ ଏତଲା ଦେଇଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାର ତଦନ୍ତ ପାଇଁ ଜିଲ୍ଲାପାଳ ଏକ କମିଟି ଗଠନ କରିଛନ୍ତି। ୫ ଦିନ ମଧ୍ୟରେ କମିଟି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଡେରାବିଶ ବ୍ଳକର ଏହି ଅଧିକାରୀ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ନାମରେ ୧ କୋଟି ୬ ଲକ୍ଷ ଟଙ୍କା ହେରଫେର ହୋଇଥିବା ନେଇ ହୋଇଛି ଅଭିଯୋଗ ହୋଇଛି। ଅଭିଯୁକ୍ତ ହେଡ୍ କ୍ଲର୍କ ଶଶିକାନ୍ତ ରଣା ପୂର୍ବରୁ ରାଜକନିକା ବ୍ଲକରେ ଥିବାବେଳେ ମଧ୍ୟ ସମାନ ଢଙ୍ଗରେ ଆର୍ôଥକ ହେରଫେର କରିଥିବା ଅଭିଯୋଗ ହୋଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ରବି