ଗଣତନ୍ତ୍ର ବଂଚାଅ, ଅରାଜକତା ହଟାଅ ଅଭିଯାନ : ସମ୍ବଲପୁର ବିଜେପିର ଜିଲ୍ଲାସ୍ତରୀୟ କର୍ମଶାଳା
ସମ୍ବଲପୁର, ୨୯ ଅକ୍ଟୋବର(ହି.ସ.) – କେନ୍ଦ୍ରର ମୋଦୀ ସରକାର, ବିଜେପି ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରଶାସନିକ କାର୍ଯ୍ୟକାରୀ ସଂସ୍ଥା ବିରୁଦ୍ଧରେ ବିରୋଧୀଙ୍କ ଆନ୍ଦୋଳନ ଓ ଅପପ୍ରଚାରକୁ ପ୍ରତିହତ କରିବା ପାଇଁ ସମ୍ବଲପୁର ଓ କଳାହାଣ୍ଡି ଜିଲ୍ଲା ବିଜେପି ପକ୍ଷରୁ ଦେଶ ବ୍ୟାପି ଗଣତନ୍ତ୍ର ବଂଚାଅ, ଅରାଜ
ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ ଅଭିଯାନ : ସମ୍ବଲପୁର ବିଜେପିର ଜିଲ୍ଲା ସ୍ତରୀୟ କର୍ମଶାଳା


ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ ଅଭିଯାନ : ସମ୍ବଲପୁର ବିଜେପିର ଜିଲ୍ଲା ସ୍ତରୀୟ କର୍ମଶାଳା


ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ ଅଭିଯାନ : ସମ୍ବଲପୁର ବିଜେପିର ଜିଲ୍ଲା ସ୍ତରୀୟ କର୍ମଶାଳା


ଗଣତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ ଅଭିଯାନ : ସମ୍ବଲପୁର ବିଜେପିର ଜିଲ୍ଲା ସ୍ତରୀୟ କର୍ମଶାଳା


ସମ୍ବଲପୁର, ୨୯ ଅକ୍ଟୋବର(ହି.ସ.) – କେନ୍ଦ୍ରର ମୋଦୀ ସରକାର, ବିଜେପି ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରଶାସନିକ କାର୍ଯ୍ୟକାରୀ ସଂସ୍ଥା ବିରୁଦ୍ଧରେ ବିରୋଧୀଙ୍କ ଆନ୍ଦୋଳନ ଓ ଅପପ୍ରଚାରକୁ ପ୍ରତିହତ କରିବା ପାଇଁ ସମ୍ବଲପୁର ଓ କଳାହାଣ୍ଡି ଜିଲ୍ଲା ବିଜେପି ପକ୍ଷରୁ ଦେଶ ବ୍ୟାପି ଗଣତନ୍ତ୍ର ବଂଚାଅ, ଅରାଜକତା ହଟାଅ' ଅଭିଯାନ ଆରମ୍ଭ କରାଯାଇଛି।

ଏହି ମର୍ମରେ ଆଗାମୀ ଦିନରେ ସମ୍ବଲପୁର ଜିଲ୍ଲାରେ ହେବାକୁ ଥିବା ବିଭିନ୍ନ କର୍ଯ୍ୟକ୍ରମର ପରିକଳ୍ପନାକୁ ନେଇ ସମ୍ବଲପୁର ଜିଲ୍ଲା ଭାଜପା ପକ୍ଷରୁ ଗଣତନ୍ତ୍ର ବଂଚାଅ, ଅରାଜକତା ହଟାଅ' ଶୀର୍ଷକ ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଗଣତନ୍ତ୍ରର ସୁରକ୍ଷା, ଜନସାଧାରଣଙ୍କ ମୌଳିକ ଅଧିକାର ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁଦୃଢ଼ୀକରଣ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।

ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ରାମଚନ୍ଦ୍ର ମେହେରଙ୍କ ସଭାପତିତ୍ୱରେ ସ୍ଥାନିୟ ଅଗ୍ରସେନ୍ ଭବନ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଓ ଅତିଥି ଭାବେ ଯୋଗଦେଇ ଦଳର ବରିଷ୍ଠ ନେତୃବୃନ୍ଦ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଅରାଜକତା ବିରୁଦ୍ଧରେ ସଚେତନତା ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଏହି ଅଭିଯାନର କ୍ଲଷ୍ଟର ଇନଚାର୍ଯ ତଥା ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ପ୍ରସାଦ ଶତପଥୀ, ରାଜ୍ୟ ସାଧାରଣ ସମ୍ପାଦକ ସୀମାଂଚଳ ଖଟେଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାୟକ, ସମ୍ବଲପୁର ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗିରିଶ ପଟେଲ ଓ ଦେବେନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଦଳୀୟ କର୍ମକର୍ତାଙ୍କୁ ମାର୍ଗଦର୍ଶନ କରିଥିଲେ।

ଦେଶ ଓ ପ୍ରଦେଶରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖିବା ଓ ବିରୋଧୀ ଙ୍କ ଅପପ୍ରଚାରକୁ ରୋକିବା ସହ ଜନସାଧାରଣଙ୍କ ପାଖରେ ସତ୍ୟକୁ ଉପସ୍ଥାପିତ କରିବା ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ଅତିଥିମାନେ ମତ ପ୍ରକାଶ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ତଥା ରାଜ୍ୟ ପ୍ରବକ୍ତା ମାନସ ରଞ୍ଜନ ବକ୍ସି, ଜିଲ୍ଲା ସାଧାରଣ ସମ୍ପାଦକ ସମୀର ରଞ୍ଜନ ବାବୁ ଓ ଆଶିଷ ହୋତା, ବରିଷ୍ଠ ନେତା ଦାମୋଦର କର, ମୋର୍ଚ୍ଚା ସଭାପତି ପ୍ରଭୁଦତ ପଣ୍ଡା, ସୁଷମା ସହୁ, ମିତ୍ରଭାନୁ ପ୍ରଧାନ, ହରବ୍ରତ ସେନାପତି, ଗୁର୍ଦିପ ସିଂ, ରମେଶ ପ୍ରଧାନଙ୍କ ସମେତ ଭାଜପା ଜିଲ୍ଲା ନେତୃବୃନ୍ଦ, ବିଭିନ୍ନ ମଣ୍ଡଳର ସଭାପତି ଏବଂ ବହୁ କର୍ମୀ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।

ସେହିପରି ଆଜି ଗଣତନ୍ତ୍ର ବଂଚାଅ, ଅରାଜକତା ହଟାଅ ବିଜେପି କଳାହାଣ୍ଡି ଜିଲ୍ଲା ପକ୍ଷରୁ ଭବାନୀପାଟଣା ଠାରେ ଅନୁଷ୍ଠିତ ହୋଇଯାଇଛି। ବିଜେପି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ଙ୍କ ନେତୃତ୍ୱରେ “ଗଣତନ୍ତ୍ର ବଂଚାଅ, ଅରାଜକତା ହଟାଅ” ଶୀର୍ଷକ ଏକ ଜିଲ୍ଲାସ୍ତରୀୟ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଦେଶର ଗଣତାନ୍ତ୍ରିକ ପରମ୍ପରା, ସାମ୍ବିଧାନିକ ସଂସ୍ଥାଗୁଡ଼ିକର ମର୍ଯ୍ୟାଦା ଏବଂ ନିର୍ବାଚନୀ ପ୍ରକ୍ରିୟା ପ୍ରତି ଜନସାଧାରଣଙ୍କ ବିଶ୍ୱାସ ଅତୁଟ ରଖିବା ସହ ବିରୋଧୀ ଦଳଗୁଡ଼ିକର ରାଜନୈତିକ ଆଭିମୁଖ୍ୟ ଉପରେ ଆଲୋଚନା କରାଯାଇଥିଲା। ସମ୍ମିଳନୀରେ ବକ୍ତାମାନେ କହିଥିଲେ ଯେ, ଗଣତନ୍ତ୍ର କେବଳ ଏକ ଶାସନ ବ୍ୟବସ୍ଥା ନୁହେଁ, ଏହା ହେଉଛି ଜନସାଧାରଣଙ୍କ ଆସ୍ଥା, ସମ୍ବିଧାନର ମର୍ଯ୍ୟାଦା ଓ ଆଇନର ଶାସନ ଉପରେ ପ୍ରତିଷ୍ଠିତ ଏକ ମହାନ ବ୍ୟବସ୍ଥା। ଏହି ବ୍ୟବସ୍ଥାକୁ ସୁଦୃଢ଼ କରିବା ପରିବର୍ତେ ସାମ୍ବିଧାନିକ ସଂସ୍ଥାଗୁଡ଼ିକର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇବା, ଏସ୍ଆଇଆର ଓ ଇଭିଏମ୍ ପ୍ରସଙ୍ଗରେ ଆପତି ଉଠାଇବା ସହ ନିର୍ବାଚନୀ ପ୍ରକ୍ରିୟାକୁ ନେଇ ଭ୍ରମ ସୃଷ୍ଟି କରିବା ଜନସାଧାରଣଙ୍କ ମଧ୍ୟରେ ଅବିଶ୍ୱାସ ବଢ଼ାଇପାରେ ବୋଲି ସେମାନେ ମତପ୍ରକାଶ କରିଥିଲେ। ଗଣତନ୍ତ୍ରରେ ମତଭେଦର ସ୍ଥାନ ରହିଛି, କିନ୍ତୁ ତଥ୍ୟଭିତିକ ଆଲୋଚନା ଓ ଦାୟିତ୍ୱପୂର୍ଣ୍ଣ ରାଜନୈତିକ ଆଚରଣ ହିଁ ଏକ ସୁସ୍ଥ ଗଣତନ୍ତ୍ରର ପରିଚୟ ବୋଲି ମତ ପ୍ରକାଶ ପାଇଥିଲା। ବିଶେଷକରି, ସମ୍ବିଧାନର ସୁରକ୍ଷା ନେଇ ରାଜନୈତିକ ଦଳମାନଙ୍କ ଆଭିମୁଖ୍ୟ, ନିର୍ବାଚନୀ ସଂସ୍କାର, ଯୁବପିଢ଼ିଙ୍କୁ ଭ୍ରମିତ କରୁଥିବା ମନ୍ତବ୍ୟ ଏବଂ ଦେଶରେ ଅରାଜକତା ସୃଷ୍ଟି ହେଉଥିବା ସମ୍ପର୍କିତ ବିଭିନ୍ନ ରାଜନୈତିକ ଆଲୋଚନା ଉପରେ ବକ୍ତାମାନେ ନିଜ ନିଜର ମତ ରଖିଥିଲେ। ଏଥିସହ ଯେକୌଣସି ଗୁରୁତର ଅଭିଯୋଗକୁ ଦୃଢ଼ ପ୍ରମାଣ ଓ ତଥ୍ୟ ଆଧାରରେ ଉପସ୍ଥାପନ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା। ଏହି ଅବସରରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ ନିଜ ବକ୍ତବ୍ୟରେ ବିରୋଧୀ ଦଳଗୁଡ଼ିକର ରାଜନୈତିକ ଆଭିମୁଖ୍ୟ ଓ ଭିତିହୀନ ମନ୍ତବ୍ୟ ସମ୍ପର୍କରେ ଉପସ୍ଥିତ ବୁଦ୍ଧିଜୀବୀମାନଙ୍କୁ ଅବଗତ କରାଇଥିଲେ। ସେ କହିଥିଲେ ଯେ, ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ ଭାରତ ଏକ ବିକଶିତ ରାଷ୍ଟ୍ର ହେବାର ଲକ୍ଷ୍ୟ ନେଇ ଦୃଢ଼ତାର ସହ ଆଗେଇ ଚାଲିଛି। ଦେଶର ସୀମା ସୁରକ୍ଷା, ଅର୍ଥନୈତିକ ପ୍ରଗତି, ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ଓ ବିକାଶର ସୁଯୋଗ, କୃଷକଙ୍କ କଲ୍ୟାଣ, ମାତୃଶକ୍ତିଙ୍କ ସଶକ୍ତିକରଣ ଏବଂ ଗରିବ ଓ ଅବହେଳିତ ବର୍ଗଙ୍କ ଜୀବନମାନର ଉନ୍ନତିକୁ କେନ୍ଦ୍ର କରି ବିଭିନ୍ନ ଯୋଜନା ଓ ପଦକ୍ଷେପ ଗ୍ରହଣ କରାଯାଉଛି। ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ନିକଟରେ ବିକାଶର ସୁଫଳ ପହଂଚାଇବା ହିଁ ବିକଶିତ ଭାରତର ପ୍ରମୁଖ ସଂକଳ୍ପ ବୋଲି ସେ ମତବ୍ୟକ୍ତ କରିଥିଲେ। ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ଭବେନ୍ଦ୍ର ପଣ୍ଡା, ପୂର୍ବତନ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, ଆର୍ତତ୍ରାଣ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନମିତା ରାଣୀ ସାହୁ, ରାଜ୍ୟ ବିଜେପି ପ୍ରବକ୍ତା ଡ଼. ପ୍ରକାଶ ରଥ ଓ ହିତେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତାମତ ରଖିଥିଲେ। କାର୍ଯ୍ୟକ୍ରମର ମଂଚ ପରିଚାଳନା କଳାହାଣ୍ଡି ଜିଲ୍ଲା ସାଧାରଣ ସମ୍ପାଦକ ଲୋକନାଥ ଦୁର୍ଗା କରିଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟ ବେହେରା, ହିମାଂଶୁ ପଣ୍ଡା, ବୁଦ୍ଧିଜୀବୀ ପ୍ରକୋଷ୍ଠ ଜିଲ୍ଲା ସଂଯୋଜକ ପ୍ରକାଶ ମହାପାତ୍ର, ଜିଲ୍ଲା ସମ୍ପାଦକ ସନ୍ତୋଷ ବିଶି ଓ ବିଭୀଷଣ ସାହୁ, ଜିଲ୍ଲା ସମ୍ପାଦିକା ଶୋଭାଙ୍ଗିନୀ ପାତ୍ର, ଜିଲ୍ଲା ଉପସଭାପତି ଜୟଶଙ୍କର ନାଏକ ଓ ଅନୀତା ବିଶ୍ୱାଳଙ୍କ ସମେତ ଜିଲ୍ଲାର ବହୁ ବୁଦ୍ଧିଜୀବୀ ଓ ଦଳୀୟ କାର୍ଯ୍ୟକର୍ତା ଯୋଗଦେଇଥିଲେ। ପରିଶେଷରେ ପ୍ରଦୀପ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଗଣତନ୍ତ୍ରର ସୁରକ୍ଷା, ସାମ୍ବିଧାନିକ ସଂସ୍ଥାଗୁଡ଼ିକ ପ୍ରତି ସମ୍ମାନ ଏବଂ ଦେଶର ସର୍ବାଙ୍ଗୀଣ ବିକାଶ ପାଇଁ ଜନସଚେତନତା ଓ ଦାୟିତ୍ୱପୂର୍ଣ୍ଣ ନାଗରିକ ଭୂମିକା ଅତ୍ୟନ୍ତ ଆବଶ୍ୟକ ବୋଲି ସମ୍ମିଳନୀରେ ମତ ପ୍ରକାଶ ପାଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande