ମଦ ବେପାର ରୋକିବାକୁ ପୋଲିସକୁ ଗୁହାରି କଲା ମହିଳା ସଙ୍ଗଠନ
ସମ୍ବଲପୁର, ୨୯ ଅକ୍ଟୋବର(ହି.ସ.) – ଦୀର୍ଘ ଦିନର ବ୍ୟବଧାନ ପରେ ଏବେ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ କୁଚିଣ୍ଡା, ବାମରା ଓ ଜମନକିରା ଅଞ୍ଚଳର ବିଭିନ୍ନ ଗାଁ ଗଣ୍ଡା ଠୁଁ ନେଇ ଛକ ବଜାର ଚାରିଆଡ଼େ ଧୂଳାଉଡା ବେଆଇନ ମଦ ବିକ୍ରି ହେବା ଘଟଣା ସାଧାରଣରେ ତୀବ୍ର ଅସନ୍ତୋଷର କାରଣ ପାଲଟିଛି। ଘରର ମୁରବୀ ଠୁଁ ନେଇ ଅ
ମଦ ବେପାର ରୋକିବାକୁ ପୋଲିସକୁ ଗୁହାରି କଲା ମହିଳା ସଙ୍ଗଠନ


ମଦ ବେପାର ରୋକିବାକୁ ପୋଲିସକୁ ଗୁହାରି କଲା ମହିଳା ସଙ୍ଗଠନ


ସମ୍ବଲପୁର, ୨୯ ଅକ୍ଟୋବର(ହି.ସ.) – ଦୀର୍ଘ ଦିନର ବ୍ୟବଧାନ ପରେ ଏବେ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ କୁଚିଣ୍ଡା, ବାମରା ଓ ଜମନକିରା ଅଞ୍ଚଳର ବିଭିନ୍ନ ଗାଁ ଗଣ୍ଡା ଠୁଁ ନେଇ ଛକ ବଜାର ଚାରିଆଡ଼େ ଧୂଳାଉଡା ବେଆଇନ ମଦ ବିକ୍ରି ହେବା ଘଟଣା ସାଧାରଣରେ ତୀବ୍ର ଅସନ୍ତୋଷର କାରଣ ପାଲଟିଛି। ଘରର ମୁରବୀ ଠୁଁ ନେଇ ଅନ୍ୟ ସଦସ୍ୟ ମଦ ପିଇ ଘରକୁ ଫେରିବା ପରେ ପ୍ରତ୍ୟେକ ପରିବାରରେ ବଢ଼ିଚାଲିଛି ଅଶାନ୍ତକର ବାତାବରଣ। ବାରମ୍ବାର ଏ ସମ୍ପର୍କରେ ଅବକାରୀ ବିଭାଗରେ ଅଭିଯୋଗ କଲେ ବି କୌଣସି ଆଶାନୁରୂପ ସୁଫଳ ନମିଳିବା ପରେ ଶେଷରେ ବିଭିନ୍ନ ଗ୍ରାମାଂଚଳର ମହିଳା ସଙ୍ଗଠନ ଏବେ ଏଥିରେ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସର ସହଯୋଗ ଲୋଡିଥିବା ଜଣାପଡିଛି। ଆଜି ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଉପଖଣ୍ଡରେ ବିଭିନ୍ନ ମହିଳା ସଂଗଠନ ଏ ସମ୍ପର୍କରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଉପଜିଲ୍ଲାପାଳ ଓ ଅବକାରୀ ବିଭାଗକୁ ଲିଖିତ ଅଭିଯୋଗ ଦେବା ପରେ ମଧ୍ୟ ସମସ୍ୟାର ସମାଧାନ ହେଉନଥିବାରୁ ଏବେ ପୋଲିସ ପ୍ରଶାସନର ହସ୍ତକ୍ଷେପ ଲୋଡ଼ିଛନ୍ତି ମହିଳା ସଙ୍ଗଠନର ସଦସ୍ୟାମାନେ। କୁଚିଣ୍ଡା, ଜମନକିରା ଓ ବାମରା ଅଂଚଳରେ ଲାଇସେନ୍ସପ୍ରାପ୍ତ ମଦ ଦୋକାନ ଓ ଦେଶୀ ମଦ ଭାଟି ରହିଥିବା ସତ୍ୱେ ଗ୍ରାମାଂଚଳରେ କୁଚିଆଙ୍କ ମାଧ୍ୟମରେ ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ଗାଁ ଗାଁରେ ଅଧିକ ଦାମରେ ବହୁଳ ମଦ କାରବାର ହେଉଥିବା ଯୋଗୁଁ ଏହା କେଉଁଠୁ ଆସୁଛି ଏବଂ କିଏ ଯୋଗାଉଛି, ତାହାର ତଦନ୍ତ ହେବା ଆବଶ୍ୟକ ବୋଲି ମହିଳା ସଂଗଠନ ଗୁଡ଼ିକ ରୋକଠୋକ ଦାବି କରିଛନ୍ତି। ଲାଇସେନ୍ସପ୍ରାପ୍ତ ଦୋକାନରୁ ମଦ ନେଇ ଅନଧିକୃତ ଭାବେ ବିକ୍ରି କରାଯାଉଛି କି ନାହିଁ, ତାହା ମଧ୍ୟ ଯାଂଚ କରିବାକୁ ଦାବି ହୋଇଛି। ବାମରା ବ୍ଲକର କେଶେଇବାହାଲ ଅଂଚଳରେ କିଛିଦିନ ପୂର୍ବରୁ ଜଣେ ମହିଳା ନିଜ ସ୍ୱାମୀଙ୍କ ନିୟମିତ ମଦ୍ୟପାନକୁ ବିରୋଧ କରି ରାସ୍ତାରେ ବସି ଆନ୍ଦୋଳନ କରିଥିବା ଘଟଣା ସେତେବେଳେ ବେଶ୍ ଚର୍ଚ୍ଚାକୁ ଆସିଥିଲା। ଏହା ସତ୍ୱେ ସମସ୍ୟାର ସମାଧାନ ହୋଇନଥିବା ଅଭିଯୋଗ ହେଉଛି। କୁଚିଣ୍ଡା ବ୍ଲକର ମହୁଲଡିହି ଗ୍ରାମର ଜଣେ ମହିଳାଙ୍କ କହିବା ଅନୁଯାୟୀ, ଗାଁ ଗଳିକନ୍ଦିରେ ମଦ ବିକ୍ରି ଯୋଗୁଁ ଲୋକଙ୍କ ଭିଡ଼ ଜମୁଛି। ମଦ୍ୟପାନ କରି ଘରକୁ ଫେରୁଥିବା କେତେକ ବ୍ୟକ୍ତିଙ୍କ ଯୋଗୁଁ ପରିବାରରେ ଅଶାନ୍ତି ବଢ଼ୁଛି। ସେହିପରି ଜମନକିରା ବ୍ଲକର ଡିମିରିମୁଣ୍ଡା ଅଂଚଳର ଜଣେ ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଏନେଇ ଅନେକ ଥର ଉପଜିଲ୍ଲାପାଳ ଓ ଅବକାରୀ ବିଭାଗକୁ ଜଣାଇଥିଲେ ମଧ୍ୟ ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ। ତେଣୁ ପୋଲିସ ପ୍ରଶାସନ ଗ୍ରାମାଂଚଳରେ ପାଟ୍ରୋଲିଂ ବଢ଼ାଇବା ସହ ବେଆଇନ ମଦ ବିକ୍ରି ଅଭିଯୋଗର ତଦନ୍ତ କରୁ ବୋଲି ସେ ଦାବି କରିଛନ୍ତି। ମହିଳା ସଂଗଠନ ଗୁଡ଼ିକର ଦାବି, ଅବକାରୀ ବିଭାଗ ଓ ପୋଲିସ ମିଳିତ ଭାବେ ଯାଂଚ କରି ମଦ ଯୋଗାଣର ଉତ୍ସ ଚିହ୍ନଟ କରନ୍ତୁ। ନିୟମ ଉଲ୍ଲଂଘନ କରୁଥିବା ବ୍ୟବସାୟୀଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଉ। ଏବେ ପ୍ରଶ୍ନ ଉଠୁଛି, ବାରମ୍ବାର ଅଭିଯୋଗ ପରେ ମଧ୍ୟ ମଦ କାରବାର ନିୟନ୍ତ୍ରଣକୁ ଆସୁନଥିବାରୁ ପ୍ରଶାସନ କେବେ ଏବାବଦରେ ଠୋସ୍ ପଦକ୍ଷେପ ଗ୍ରହଣ କରିବ ତାକୁ ନେଇ ଉଠିଛି ପ୍ରଶ୍ନବାଚୀ।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande